କୋରାପୁଟ: ଗବେଷଣା ସର୍ବଦା ଉତ୍ତମମାନର ହେବା ଉଚିତ ଏବଂ ବର୍ତ୍ତମାନ ଉତ୍ତମମାନର ପ୍ରକାଶନ ଆବଶ୍ୟକ। ଆମେ ପାଶ୍ଚାତ୍ୟ ନୀତି ଅନୁସରଣ ନକରି ଭାରତୀୟ ବ୍ୟବସ୍ଥା ଉପରେ ଆଧାରିତ ଆମର ପ୍ରକାଶନକୁ ବଢ଼ାଇବା ଉଚିତ୍ ବୋଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି। ‘ସିୟୁଓ’ର ସୁନାବେଡ଼ା ପରିସରରେ ଓପନ ଆକ୍ସେସ୍ ପ୍ରକାଶନ ଉପରେ ଏକ ଦୁଇ ଦିନିଆ କର୍ମଶାଳାରେ ସେ କହିଛନ୍ତି, ଆମର ପ୍ରକାଶନ ଗୁଡ଼ିକ ଅନ୍ତର୍ଜାତୀୟ ସ୍ତରରେ ଦୃଶ୍ୟମାନ ହେବା ଉଚିତ, ଯାହାଦ୍ୱାରା ଭାରତକୁ ଅନ୍ତର୍ଜାତୀୟ ଶିକ୍ଷା କ୍ଷେତ୍ରରେ ସକାରାତ୍ମକ ଭାବରେ ଉପସ୍ଥାପନ କରାଯିବ। ଶୈକ୍ଷିକ ଗୁଣବତ୍ତାକୁ ପୁନରୁଦ୍ଧାର କରିବା ଏବଂ ପୃଥିବୀକୁ ପୁନରୁଦ୍ଧାର କରିବା ପାଇଁ ଆତ୍ମ-ପ୍ରଦର୍ଶନ ଆବଶ୍ୟକ।
ଏହି ଖବର ପଢ଼ନ୍ତୁ: ମୁଁ ଜୀବନ ହାରି ଦେଉଛି
ଆଇଆଇଟି ଦିଲ୍ଲୀର ସେଣ୍ଟ୍ରାଲ ଲାଇବ୍ରେରି ସହଯୋଗରେ ସିୟୁଓର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ୨ଦିନିଆ କର୍ମଶାଳାରେ ଆଇଆଇଟି ଦିଲ୍ଲୀର ଲାଇବ୍ରେରିଆନ୍ ଡଃ ହାସନ ତାଙ୍କ ଅଭିଭାଷଣରେ ଓଆରସିଆଇଡିର ଉଦ୍ଦେଶ୍ୟ ଏବଂ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଶିକ୍ଷାକ୍ଷେତ୍ରରେ ଉତ୍ତମ ମାନର ପ୍ରକାଶନ ବଜାୟ ରଖିବା ପାଇଁ ଓପନ୍ ରିସର୍ଚ୍ଚର ଆଣ୍ଡ କଣ୍ଟ୍ରିବ୍ୟୁଟର ଆଇଡି (ଓଆରସିଆଇଡି) ଜରୁରୀ। ଓଡ଼ିଶା ପ୍ରତିଭାରେ ସମୃଦ୍ଧ ଏବଂ ଓଡ଼ିଶାର ଶିକ୍ଷାବିତ୍ମାନେ ଉତ୍ତମ ପ୍ରକାଶନ ମାଧ୍ୟମରେ ନିଜର ପ୍ରତିଭାକୁ ଦୃଶ୍ୟମାନ କରିବା ଉଚିତ୍।
ଏହି ଖବର ପଢ଼ନ୍ତୁ: ଅଷ୍ଟ୍ରେଲିଆ ୪୦୫/୭
ଆମ ପାଖରେ ଜ୍ଞାନ ରହିଛି। କିନ୍ତୁ ଏହାକୁ ସମାଜରେ ପହଞ୍ଚାଇବାର ଆବଶ୍ୟକତା ରହିଛି। ସମାଜରେ ସକାରାତ୍ମକ ନୈତିକତା ବଜାୟ ରଖିବା ପାଇଁ ଯୁବ ଶିକ୍ଷାବିତ୍ମାନଙ୍କ ଦ୍ୱାରା ଉତ୍ତମମାନର ପ୍ରକାଶନ ଉପରେ ପ୍ରଫେସର ଝା ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ସୂଚନା ଓ ଡିଜିଟାଇଜେସନ୍ ଯୁଗରେ ପ୍ରତ୍ୟେକ ପ୍ରକାଶନକୁ ସମାଜ ଜାଣିବା ଦରକାର।
-ଡ. ମୋହିତ ଗର୍ଗ, ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍, ଆଇଆଇଟି ଦିଲ୍ଲୀ
ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ତଥା କର୍ମଶାଳାର ଆବାହକ ଡ. ନିଖିଲ କୁମାର ଗୌଡ଼ ସ୍ୱାଗତ ଭାଷଣ ଦେବା ସହ କର୍ମଶାଳାର ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ। କର୍ମଶାଳାର ସହ ଆବାହକ ଡ. ପ୍ରଦୋଷ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇ ଦିନ ଧରି ଚାଲି ଥିବା ଏହି କର୍ମଶାଳାରେ ଗବେଷଣା ପ୍ରକାଶନ, ଉତ୍ତମମାନର ପତ୍ରିକା ଏବଂ ଓପନ୍ ଆକ୍ସେସ୍ ପ୍ରକାଶନ ଏବଂ ଆନୁଷଙ୍ଗିକ ବିଷୟକୁ ନେଇ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ଏହି ଖବର ପଢ଼ନ୍ତୁ: ବଡ଼ ଖୁଲାସା କଲା ପୁଲିସ
ଏହି କର୍ମଶାଳାକୁ ଶ୍ରୀ ହାସନ, ଶ୍ରୀ ଗର୍ଗ ଏବଂ ଆନ୍ଧ୍ରପ୍ରଦେଶ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ଡ. ଡି ନାରାୟଣ ରୀସୋର୍ସ ପର୍ସନ ଭାବେ ପରିଚାଳନା କରିଥିଲେ। ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର ସିୟୁଓ ଅଧ୍ୟାପକ ଓ ଗବେଷକଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ଅଧ୍ୟାପକଙ୍କ ସମେତ ୭୦ରୁ ଅଧିକ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ।
ଏହି ଖବର ପଢ଼ନ୍ତୁ: କୋରାପୁଟ ହେଉଛି ଅନ୍ୟତମ ଆକର୍ଷଣର କେନ୍ଦ୍ର