ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅନ୍ତର୍ଗତ କୋଇଲିପାଳ ଗାଁରେ ଅଘଟଣ ଘଟିଛି l ତାଳ ଗଛ କାଟିବାକୁ ଯାଇ ରାଜୁ କାଣ୍ଡିଆନ (୨୭)ର ଅଭାବନୀୟ ଭାବେ ମୃତ୍ୟୁ ଘଟିଛି l ମୃତ୍ୟୁଙ୍କୁ ନେଇ ଗ୍ରାମପଞ୍ଚାୟତ ଆଗରେ ଶବ ରଖି କୋଇଲିପାଳ ଗ୍ରାମବାସୀ ୧୫ ଲକ୍ଷ କିମ୍ବା ଚାକିରୀ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛିl
ଘଟଣାରୁ ପ୍ରକାଶଯେ, କୋଇଲିପାଳ ଗ୍ରାମର ସାଲୁକା ନାଏକଙ୍କ ପୁଅ ରାଜୁ କାଣ୍ଡିଆନଙ୍କୁ ମହୁଲଡିହା ସରପଞ୍ଚ ପଞ୍ଚାୟତ କାର୍ଯ୍ୟାଳୟ ପଛରେ ଥିବା ତାଳ ଗଛ କାଟିବା ପାଇଁ ନିୟୋଜିତ କରିଥିଲେl ଗଛ କାଟି ସାରିବା ବେଳକୁ ପବନ ଧରିବାରୁ ଗଛଟି ପଡ଼ିବା ଆଗରୁ ବୁଲି ଯାଇ ରାଜୁ ଉପରେ ପଡ଼ି ଅନ୍ଯ ସାହାଡା ଗଛ ଉପରେ ରାଜୁ ଜାକି ରଖିଥିଲାl ପାଖରେ ଲୋକ ମାନେ ଦୁଇ ଗଛ ଉପରେ ଜାକି ହୋଇ ରହିଥିବା ରାଜୁକୁ ଜେସିବି ଆଣି ଉଦ୍ଧାର କରି ତଳକୁ ଓହ୍ଲାଇବା ପରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେl
ଆହୁରି ପଢ଼ନ୍ତୁ: Toxic Film: ମାର୍ଚ୍ଚ ୧୯ରେ ଆସିବନି 'ଟକ୍ସିକ୍': ଘୁଞ୍ଚିଲା ରିଲିଜ୍ ତାରିଖ... ଜାଣନ୍ତୁ କାହିଁକି ?
ମୁମୁର୍ଷୁ ଥିବାରୁ ଡାକ୍ତର କଟକ ସ୍ଥାନାନ୍ତର ପରାମର୍ଶ ଦେଇଥିଲେ l କଟକ ନେବା ବାଟରେ ଯାଜପୁର ଜିଲ୍ଲା ରଗଡି ନିକଟରେ ରାଜୁଙ୍କ ମୃତ୍ୟୁ ହୋଇଯିବାରୁ ପୁଣି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଫେରି ଶବ ବ୍ୟବଛେଦ ପରେ ମହୁଲଡିହା ଆଣିଥିଲେl ଶବ ପହଞ୍ଚିବା ପରେ କୋଇଲିପାଳ ଗ୍ରାମବାସୀ ମହୁଲଡିହା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଆଗରେ ରଖି ପ୍ରତିବାଦ କରିଥିଲେl
ରାଜୁ ୭ ମାସ ଆଗରୁ ବିବାହ କରିଥିଲାl ସ୍ତ୍ରୀ ୩ ମାସର ଗର୍ଭବତୀ ଅଛି l ଘରେ ବାପା ପକ୍ଷାଘାତ ରୋଗୀl ରାଜୁ ଏକମାତ୍ର ରୋଜଗାର ବ୍ୟକ୍ତିl ସରପଞ୍ଚ କାମରେ ଲଗାଇଥିବାରୁ ୧୫ ଲକ୍ଷ କ୍ଷତିପୂରଣ କିମ୍ବା ରାଜୁ ସ୍ତ୍ରୀଙ୍କୁ କୌଣସି ଏକ ଚାକିରି ପାଇଁ ଦାବି କରିଥିଲେl ପରିସ୍ଥିତିଙ୍କୁ ଦେଖି ବିଧାୟକ ପଦ୍ମ ଚରଣ ହାଇବୁରୁ ମହୁଲଡିହାରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେl ତହସିଲଦାର ସମ୍ବିତ କର, ଉପଖଣ୍ଡ ପୁଲିସ ଅଧିକାରୀ ନବକୃଷ୍ଣ ନାଏକ ଓ ମହୁଲଡିହା ପୁଲିସ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପହଞ୍ଚି ଆଲୋଚନା କରିଥିଲେl ଦିନ ୨ରୁ ଆଲୋଚନା ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲୁ ରହିଥିଲାl ଶେଷରେ ୭୦ ହଜାର ଟଙ୍କାରେ କଥା ଛିଡ଼ିଥିଲାl ଶୁଦ୍ଧିକ୍ରିୟା ସମୟରେ ୪୦ ହଜାର ଏବଂ ପରେ ବାକି ଟଙ୍କା ସରପଞ୍ଚ ଦେବେ ବୋଲି ନିଷ୍ପତ୍ତି ହେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲାl
Follow Us