ବୈଶିଙ୍ଗା: ମାତ୍ର ୪ଦିନ ପୂର୍ବରୁ ରବିବାର ଭୋରରୁ ବେତନଟୀ ରେଞ୍ଜ ଛାଡ଼ି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ପ୍ରବେଶ କରିଥିବା ୫୫ଟିକିଆ ଝାଡଖଣ୍ଡୀ ହାତୀପଲ ଗୁରୁବାର ସକାଳୁ ପୁଣି ପ୍ରତ୍ୟାବର୍ତ୍ତନ କରିଛନ୍ତି। ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ଦଲକି, ନଡପୁର, ଫୁଲଝରୀ ଇଲାକାରେ ୧୫ଦିନରୁ ଊର୍ଦ୍ଧ୍ବ ସମୟ ଧରି ଡେରା ପକାଇଥିବା ହାତୀପଲ ନୀଳଗିରି ଅଗ୍ରସର ହେବାପରେ ସ୍ଥାନୀୟ ଅଞ୍ଚଳର ଚାଷୀ ଏବଂ ଜନସାଧାରଣ ଆଶ୍ଵସ୍ତ ନହେଉଣୁ ପୁଣି ଗୁରୁବାର ଭୋର ସକାଳେ ନଡପୁର ଏବଂ ଦଲକି ଜଙ୍ଗଲରେ ପ୍ରବେଶ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ନୂଆବର୍ଷରୁ କାହା ହାତରେ ରହିବ ରାଜ୍ୟ ବିଜେପିର ନେତୃତ୍ବ?
ରାଜ୍ୟରେ ଖରିଫ ଧାନ ଫସଲ ଅମଳ ସମୟ ଆସିଛି। ଏହି ସମୟରେ ହାତୀପଲ ଉପଦ୍ରବ ସୃଷ୍ଟି କରୁଛନ୍ତି। ଚାଷୀର ବର୍ଷଜାକର ପରିଶ୍ରମକୁ ନିମିଷକ ମଧ୍ୟରେ ଉଜାଡ଼ି ଦେଉଛନ୍ତି। ଯେଉଁ ଚାଷଜମୀକୁ ହାତୀପଲ ପହଞ୍ଚୁଛନ୍ତି, ଏକପ୍ରକାର ସଫା କରିଦେଉଛନ୍ତି। ହାତୀ ଉପଦ୍ରବ ଯୋଗୁଁ ଚାଷୀର ଭାଲେଣୀ ପଡ଼ିଛି।
ଏହି ଖବର ପଢ଼ନ୍ତୁ: କ୍ରୀଡ଼ା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପଦକ୍ଷେପ
ଗୁରୁବାର ଭୋର ଦଲକି ଏବଂ ନଡପୁର ଇଲାକାରେ ୫୫ଟିକିଆ ହାତୀପଲ ପ୍ରବେଶ କରିବାପରେ ଜଙ୍ଗଲ ଭିତରକୁ ନଯିବାକୁ ବେତନଟୀ ରେଞ୍ଜ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ଜନସାଧାରଣଙ୍କୁ ସତର୍କ କରାଯାଇଥିଲା। ଏପଟେ ଗୁରୁବାର ସନ୍ଧ୍ୟାରେ ହାତୀପଲ ଦୁଇଭାଗ ହୋଇ ଦଲକି ଏବଂ ବେଙ୍ଗଚୁଆ- ପୁରୁଣାପାଣି ପାର୍ଶ୍ଵକୁ ବାହାରି ଧାନକ୍ଷେତରେ ପ୍ରବେଶ କରିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଖବର ପଢ଼ନ୍ତୁ: ବିମାନ ଦୁର୍ଘଟଣାର ଭିଡିଓ ଭାଇରାଲ
ହାତୀପଲ ଉପରେ ବନବିଭାଗ ନଜର ରଖୁଥୁବା ବେଲେ ସେମାନଙ୍କ ଗତିବିଧି ମୁତାବକ ପରବର୍ଷି ପଦକ୍ଷେପ ଗ୍ରହଣ କରିବ ବନବିଭାଗ ତେବେ ମାତ୍ର ୪ଦିନର ରହଣିପରେ ବିଶାଳ ହାତୀପଲ ପୁଣି ବେତନଟୀ ରେଞ୍ଜକୁ ପ୍ରତ୍ୟାବର୍ତ୍ତନ କରିଥୁବାରୁ ପାଚିଲାଧାନ ଅମଳକୁ ନେଇ ଚାଷୀମାନେ ପ୍ରମାଦ ଗଣିବା ଆରମ୍ଭ କରିଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ରାଗ ଭୁଲାଇବାକୁ ୧୦ ଲକ୍ଷ ଡଲାର ଖର୍ଚ୍ଚ