Attack: ମଧ୍ୟରାତ୍ରିରେ ଢ଼ାବା ମାଲିକ, କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Advertisment

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇ ପଡ଼ିଛିl ବାଲେଶ୍ୱର ଜିଲ୍ଲାରୁ ଦୁର୍ବୃତ୍ତ ଆସି ଆତଙ୍କ ଖେଳାଉଛନ୍ତିl ବିଗତ କିଛି ଦିନ ହେବ ଲଗାତାର ଡକାୟତ୍ତି ଓ ଛିନ୍‌ତାଇ ଘଟଣା ପରେ ଶୁକ୍ରବାର ରାତିରେ ପୁଣି ଢ଼ାବା ମାଲିକକୁ ଟାର୍ଗେଟ କରି ଗୁଳି ଫୁଟାଇଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇ ପଡ଼ିଛିl ବାଲେଶ୍ୱର ଜିଲ୍ଲାରୁ ଦୁର୍ବୃତ୍ତ ଆସି ଆତଙ୍କ ଖେଳାଉଛନ୍ତିl ବିଗତ କିଛି ଦିନ ହେବ ଲଗାତାର ଡକାୟତ୍ତି ଓ ଛିନ୍‌ତାଇ ଘଟଣା ପରେ ଶୁକ୍ରବାର ରାତିରେ ପୁଣି ଢ଼ାବା ମାଲିକକୁ ଟାର୍ଗେଟ କରି ଗୁଳି ଫୁଟାଇଛନ୍ତି।

WhatsApp Image 2026-02-14 at 21.34.15

ବେତନଟୀ (ଦୀପକ କୁମାର ସିଂହ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇ ପଡ଼ିଛିl ବାଲେଶ୍ୱର ଜିଲ୍ଲାରୁ ଦୁର୍ବୃତ୍ତ ଆସି ଆତଙ୍କ ଖେଳାଉଛନ୍ତିl ବିଗତ କିଛି ଦିନ ହେବ ଲଗାତାର ଡକାୟତ୍ତି ଓ ଛିନ୍‌ତାଇ ଘଟଣା ପରେ ଶୁକ୍ରବାର ରାତିରେ ପୁଣି ଢ଼ାବା ମାଲିକକୁ ଟାର୍ଗେଟ କରି ଗୁଳି ଫୁଟାଇଛନ୍ତି।

ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳର ରାଜେନ୍ଦ୍ର ହାତୀଙ୍କର ବୈଶିଙ୍ଗା ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱ ଖଇରିବଣି ଛକ ନିକଟରେ ଏକ ଢାବା ‘ରୟାଲ ଢ଼ାବା’ ଦେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଢ଼ାବା ବନ୍ଦ କରି ମାଲିକ ସମେତ କର୍ମଚାରୀମାନେ ବିଶ୍ରାମ ନେଉଥିବା ସମୟରେ ବାଲେଶ୍ୱର ଜିଲ୍ଲା ଅଞ୍ଚଳର ଏକାଧିକ ଯୁବକ ଏକ ସ୍କର୍ପିଓ ଓ ୩ଟି ବାଇକ୍‌ରେ ଆସି ଖାଇବାକୁ ମାଗିବା ସହିତ ଢ଼ାବା ଗେଟକୁ ଗୋଇଠା ମାରିଥିଲେ। ସେମାନେ ପୂର୍ବ ଯୋଜନା ଅନୁସାରେ ବିଭିନ୍ନ ମାରଣାସ୍ତ୍ର ସହିତ ପ୍ରସ୍ତୁତ ଥିଲେ। ଢ଼ାବା ମାଲିକ ଓ କର୍ମଚାରୀ ବାହାରି ଆସିବାରୁ ତାଙ୍କୁ ଆତର୍କିତ ଆକ୍ରମଣ କରିଥିଲେ ଓ ରକ୍ତାକ୍ତ କରିଦେଇଥିଲେ l ପରେ ସ୍ଥାନୀୟ ଚା ଦୋକାନୀ ମଧ୍ୟ ଘଟଣା ସ୍ଥଳକୁ ଆସିବାରୁ ତାଙ୍କୁ ମାଡ଼ ମାରି ତାଙ୍କ ହାତ ଭାଙ୍ଗି ଦେଇଥିଲେl

ଆହୁରି ପଢ଼ନ୍ତୁ: Hockey: ମନପ୍ରୀତ୍‌ଙ୍କୁ ବାଦ୍‌ ଦେବାର କାରଣ ସମସ୍ତଙ୍କୁ ଜଣା: ଦିଲୀପ ତିର୍କି

ଢ଼ାବା କର୍ମଚାରୀ ମିଶି ଦୁର୍ବୃତ୍ତମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିବାବେଳେ ସେମାନେ ଫାଙ୍କା ଗୁଳି ଚାଳନା କରି ହୋଟେଲ ମାଲିକଙ୍କ ସୁନା ହାର ଓ ନଗଦ ୧୮ହଜାର ଟଙ୍କା ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେl ହେଲେ ସେମାନଙ୍କ ମଧ୍ୟରୁ କ୍ଷିତୀଶ କୁମାର ଦାସ ନାମକ ଯୁବକକୁ ଢ଼ାବା କର୍ମଚାରୀମାନେ କାବୁ କରିନେଇଥିଲେ ଓ ପୁଲିସକୁ ଖବର ଦେଇଥିଲେl ପରେ ବୈଶିଙ୍ଗା ପୁଲିସ ଜାତୀୟ ରାଜପଥରେ ତାଙ୍କ ପିଛା କରି ସ୍କର୍ପିଓ (OD01AG-2727) ସମେତ ଅନ୍ୟ ୩ଜଣ ଦୁର୍ବୁତ୍ତଙ୍କୁ କାବୁ କରିନେଇଥିଲେl ଆଜି ରାଜେନ୍ଦ୍ରଙ୍କ ଲିଖିତ ଅଭିଯୋଗ ପରେ ପୁଲିସ ଅଟକ ଥିବା ୪ ଦୁର୍ବୃତ୍ତଙ୍କୁ କୋର୍ଟ ଚାଲାଣ କାରାଯିବା ନେଇ ସୂଚନା ଦେଇଛିl ତେବେ ବୈଶିଙ୍ଗା ଥାନା ଇଲାକାରେ ଲଗାତାର ଏହିଭଳି ଘଟଣା ଘଟଣାରେ ଅତିଷ୍ଠ ହୋଇ ସାଧାରଣ ଲୋକ ଥାନା ସମ୍ମୁଖରେ ଧାରଣା ଦେବା ନେଇ ମଧ୍ୟ ମୟୁରଭଞ୍ଜ ଏସପିଙ୍କୁ ସାକ୍ଷାତ କରି ଚେତାବନୀ ଦେଇଥିବାର ସୂଚନା ମିଳିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe