Advertisment

Women's Day Special: ମହିଳାଙ୍କ ଉଦାହରଣ ପାଲଟିଛନ୍ତି ରାଜମିସ୍ତ୍ରୀ ବାହା ହେମ୍ବ୍ରମ୍

Advertisment

ବର୍ତ୍ତମାନର ସମୟରେ ପୁରୁଷ ପ୍ରଧାନ ସମାଜରେ ନାରୀର ଭୂମିକା ଅନେକ କ୍ଷେତ୍ରରେ ଗୁରୁତ୍ବ ବହନ କରିଥାଏ। ସେ ଏକାଧାରରେ ଜାୟା, ଜନନୀ, ଭଗିନୀ ରୂପରେ ପୁରୁଷକୁ ସାହାଯ୍ୟର ହାତ ବଢ଼ାଇଥାଏ।

ବର୍ତ୍ତମାନର ସମୟରେ ପୁରୁଷ ପ୍ରଧାନ ସମାଜରେ ନାରୀର ଭୂମିକା ଅନେକ କ୍ଷେତ୍ରରେ ଗୁରୁତ୍ବ ବହନ କରିଥାଏ। ସେ ଏକାଧାରରେ ଜାୟା, ଜନନୀ, ଭଗିନୀ ରୂପରେ ପୁରୁଷକୁ ସାହାଯ୍ୟର ହାତ ବଢ଼ାଇଥାଏ।

rairangpur

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ବର୍ତ୍ତମାନର ସମୟରେ ପୁରୁଷ ପ୍ରଧାନ ସମାଜରେ ନାରୀର ଭୂମିକା ଅନେକ କ୍ଷେତ୍ରରେ ଗୁରୁତ୍ବ ବହନ କରିଥାଏ। ସେ ଏକାଧାରରେ ଜାୟା, ଜନନୀ, ଭଗିନୀ ରୂପରେ ପୁରୁଷକୁ ସାହାଯ୍ୟର ହାତ ବଢ଼ାଇଥାଏ। ତେବେ ଯାହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସୁଦର୍ଶନପୁର ପଞ୍ଚାୟତର କୁଲଡିହା ଗ୍ରାମରେ। ସ୍ବାମୀ ନୁନାରାମ ହେମ୍ବ୍ରମ ଗୋରୁମହିଷାଣା ଓ ତାହାର ଆଖପାଖ ଅଂଚଳରେ ରାଜମିସ୍ତା ଭାବେ ବେଶ ପରିଚିତ। 

୧୯୯୬ ମସିହାରେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଯାଦୁଗୋଡା ଅଂଚଳର କୁମ୍ଭାରମୁଣ୍ଡି ଗ୍ରାମରୁ ବାହା ହେମ୍ବ୍ରମଙ୍କୁ ଆଦିବାସୀ ରାତିନୀତିରେ ବିବାହ କରିଥିଲେ। ୨ଟି ପୁଅ ଓ ଗୋଟିଏ ଝିଅର ସଂସାର। ପିଲାମାନଙ୍କର ପାଠପଢ଼ା ଓ ଭରଣ ପୋଷଣରେ ନୁନାରାମଙ୍କ ରୋଜଗାର ନିଅଣ୍ଟ ପଡିବାରୁ ତାଙ୍କ ଧର୍ମ ପତ୍ନୀ ବାହା ମହିଳା ଶ୍ରମିକ ଭାବେ ସାହାଯ୍ୟର ହାତ ବଢ଼ାଇଲେ। ବିଧିର ବିଡ଼ମ୍ବନା ସ୍ବାମୀ ଅସାଧ ରୋଗରେ ପୀଡ଼ିତ ହେବା ପରେ ଘର ଚଳାଇବା ପାଇଁ ହାତରେ କରଣୀ ଧରିଲେ ବାହା। ଅସୁସ୍ଥ ସ୍ବାମୀଙ୍କୁ ସାଙ୍ଗରେ ନେଇ ସମସ୍ତ ଅସମ୍ପୂର୍ଣ କାମ ସାରିବାକୁ ଚେଷ୍ଟାକଲେ। ସକାଳ ହେଲେ ସାଇକେଲ ଓ ଟିଫିନ୍ ଧରି ବାହାରି ପଡନ୍ତି ନିଜ କର୍ମ କ୍ଷେତ୍ରକୁ।

ଆହୁରି ପଢ଼ନ୍ତୁ: Mayurbhanj Chhau: ମୟୂରଭଂଜ ଛଉକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ଦୀର୍ଘ ୧୮ ବର୍ଷ ହେଲା ଏହି କାମ ଜାରି ରଖୁଥ‌ିବା ବେଳେ ମାସକୁ ୧୫ରୁ ୨୦ ହଜାର ରୋଜଗାର କରୁଛନ୍ତି। ଘର ଫାଉଣ୍ଡେସନଠାରୁ ଆରମ୍ଭ କରି ଇଟା ଯୋଡେଇ କରିବା, ଲୁହାଛାଡ ବାନ୍ଧିବା, ଛାତ ଢ଼ଳେଇ କରିବା ତଥା ପ୍ଲାଷ୍ଟରିଙ୍ଗ କରିବା ଇତ୍ୟାଦି ସମସ୍ତ କାର୍ଯ୍ୟରେ ଶ୍ରୀମତୀ ହେମ୍ବ୍ରମ୍ ପାରଙ୍ଗମ। କୌଣସି ନିନ୍ଦା ଅପବାଦକୁ ଭୃକ୍ଷେପ ନକରି ସେ ତାଙ୍କ ଦୈନନ୍ଦିନ କାର୍ଯ୍ୟରେ ସବୁଦିନ ବାହାରି ପଡ଼ନ୍ତି। ଦୀର୍ଘ ବର୍ଷ ପରେ ନୁନାରାମଙ୍କ ସେବାସୁଶୃଷା କରିବା ପରେ ସେ ଭଲ ହେଲେ। ମାତ୍ର ଡାକ୍ତର ତାଙ୍କୁ ବେଡ଼ରେଷ୍ଟରେ ରହିବା ପାଇଁ କହିଲେ। ଏପଟେ ପିଲା ମାନଙ୍କର ପଢ଼ା ଖର୍ଜ ଏବଂ ସ୍ବାମୀଙ୍କ ଔଷଧ ତୁଲେଇବା ପାଇଁ ତାଙ୍କ ପାଇଁ ଅସହ୍ୟ ହୋଇପଡ଼ିଲା। ମାତ୍ର  ବାହା ସେଥିରେ ଭାଙ୍ଗି ନପଡ଼ି ସକାଳୁ ଘରର ସମସ୍ତ କାର୍ଯ୍ୟ ସାରି ରୋଷେଇ କରି ଅସୁସ୍ଥ ସ୍ବାମୀଙ୍କୁ ସାଙ୍ଗରେ ନେଇ ସ୍ବାମୀ ଠିକାରେ ନେଇଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ପୂର୍ଣ୍ଣ କରିବାରେ ପ୍ରୟାସ ଆରମ୍ଭ କରିଥିଲେ। ଅସୁସ୍ଥ ସ୍ବାମୀଙ୍କ ତତ୍ବାବଧାନରେ ମହିଳା ଶ୍ରମିକରୁ ଧୀରେଧୀରେ କରନି,ରୁଷାପଟା, ଲେବୁଲ ପାଇପ ଇତ୍ୟାଦିର ବ୍ୟବହାର ଶିଖୁବାକୁ ଲାଗିଲେ। ଯଦିଓ ଏବେ ତାଙ୍କର ସ୍ବାମୀ ସମ୍ପୂର୍ଣ ସୁସ୍ଥ ହୋଇଗଲେଣି। ପୁନରାୟ ଉକ୍ତ ଦୁଃଖଦ ପରିସ୍ଥିତିର ପୁନରାବୃତ୍ତିକୁ ମନ ଭିତରେ ରଖି ସେ ତାଙ୍କର ରାଜମିସ୍ତ୍ରୀ କାମ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe