Advertisment

Dead: ଦଂପତିଙ୍କ ଝୁଲନ୍ତା ମୃତଦେହ ଗଛରୁ ଉଦ୍ଧାର: ସନ୍ଦେହ ଘେରରେ ମୃତ୍ୟୁର କାରଣ

Advertisment

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ କଣ୍ଟାବଣୀଠାରେ ଗତକାଲି ଅଜଣା ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ମନରୁ ନ ଲିଭୁନୁ ଆଜି ପୁଣି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହଳଦୀବଣୀ ଜଙ୍ଗଲ ନିକଟରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ କଣ୍ଟାବଣୀଠାରେ ଗତକାଲି ଅଜଣା ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ମନରୁ ନ ଲିଭୁନୁ ଆଜି ପୁଣି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହଳଦୀବଣୀ ଜଙ୍ଗଲ ନିକଟରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

Untitled-19.jpg

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ କଣ୍ଟାବଣୀଠାରେ ଗତକାଲି ଅଜଣା ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ମନରୁ ନ ଲିଭୁନୁ ଆଜି ପୁଣି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହଳଦୀବଣୀ ଜଙ୍ଗଲ ନିକଟରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଦୁଇଜଣ ହେଉଛନ୍ତି ଗୋରୁମହିଷାଣି ଥାନା ଅନ୍ତର୍ଗତ କାଳୀମାଟି ଗ୍ରାମର ଜଜମାରେଡି ସାହିର ଲଖନ୍ ମାରାଣ୍ଡି ଓ ମାନି ମାରାଣ୍ଡି। 

ସୂଚନା ଅନୁଯାୟୀ ଆଜି ହଳଦୀବଣୀ ଗ୍ରାମର ଗ୍ରାମବାସୀମାନେ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲ ଜୁହା ପାହାଡ଼କୁ ଯାଇଥିବା ସମୟରେ ଦୁଇଜଣଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ସେମାନେ ସାନପାଖନା ପଞ୍ଚାୟତର ସରପଞ୍ଚ ସାଉନା ମାଝୀଙ୍କୁ ଏବାବଦରେ ସୂଚନା ଦେଇଥିଲେ। ସେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବାରିପଦାରୁ ସାଇଣ୍ଟଫିକ୍ଟ ଓ ସନ୍ଧାନୀ କୁକୁର ଆସି ଅଧିକ ତଦନ୍ତ କରୁଛି। ଘଟଣାସ୍ଥଳରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଓ ଗୋରୁମହିଷାଣି ପୁଲିସ ଉପସ୍ଥିତ ଅଛନ୍ତି। ତେବେ ଏହା  ଆତ୍ମହତ୍ୟା କି ହତ୍ୟା ତାହା ସଂଦେହ ଘେରରେ ରହିଛି।

ଆହୁରି ପଢ଼ନ୍ତୁ: Russia’s War: ୪ ବର୍ଷର ସଂଘର୍ଷରେ ରୁଷର ଅଜେୟ ପ୍ରତିଛବି ଭଙ୍ଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe