କରଂଜିଆ: କୌଣସି କାମରେ ବାଇକ୍ରେ ଯାଇଥିବା ଦଂପତିଙ୍କ ଉପରେ କୁକୁଡ଼ା ବୋଝେଇ ପିକ୍ଅପ୍ ଚଢ଼ିଯାଇଛି। ଜଙ୍ଗଲ ମଝିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପିକ୍ଅପ୍ର ଡ୍ରାଇଭର ମାନବିକତା ନଦେଖାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପରେ ସେହି ରାସ୍ତାରେ ଯାଉଥିବା ଲୋକେ ପୁଲିସକୁ ସୂଚନା ଦେଲା ପରେ ଦଂପତିଙ୍କୁ ଉଦ୍ଧାର କରାଯାଇଛି। ତେବେ ଏହା ପୂର୍ବରୁ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ସ୍ବାମୀ ଡାକ୍ତରଖାନାରେ ପ୍ରାଣ ହାରିଥିଲେ। ମୟୂରଭଂଜ ଜିଲ୍ଲା କରଂଜିଆ ଅଞ୍ଚଳରେ ଆଜି ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଦଂପତି ହେଲେ ମନୋଜ ପୂର୍ତ୍ତି ଓ କୁନି ମୁଦୁୟା।
ଏହି ଖବର ପଢ଼ନ୍ତୁ: ଦୁର୍ବଳ ହେଉଛି ମାଓଦୁର୍ଗ! ଯବାନଙ୍କ ଅପରେସନ୍ ଦେଖି ନକ୍ସଲ ଛାନିଆ
ଚିରୁପଦା ଗ୍ରାମର ମନୋଜ ପୂର୍ତ୍ତି ଏବଂ ତାଙ୍କ ସ୍ତ୍ରୀ କୁନି ମୁଦୁୟା ଏକ ବାଇକ ଯୋଗେ କରଞ୍ଜିଆ ଆସୁଥିଲେ। କରଂଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର କେନ୍ଦୁମୁଣ୍ଡି ଜଙ୍ଗଲରେ ଦଂପତି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବିପରୀତ ଦିଗରୁ ଆସୁଥିବା କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେଇଥିଲେ। ଫଳରେ ସ୍ବାମୀ ସ୍ତ୍ରୀ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ହିଁ କୁନିଙ୍କର ମୃତ୍ୟୁ ହୋଇଥିଲା।
ଏହି ଖବର ପଢ଼ନ୍ତୁ: କଟକ, ଭୁବନେଶ୍ୱର ଓ ପୁରୀକୁ ନେଇ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର
ଚିରୁପଦା ଗ୍ରାମର ମନୋଜ ପୂର୍ତ୍ତି ଏବଂ ତାଙ୍କ ସ୍ତ୍ରୀ କୁନି ମୁଦୁୟା ଏକ ବାଇକ ଯୋଗେ କରଞ୍ଜିଆ ଆସୁଥିଲେ। କରଂଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର କେନ୍ଦୁମୁଣ୍ଡି ଜଙ୍ଗଲରେ ଦଂପତି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଏହି ଖବର ପଢ଼ନ୍ତୁ: ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର: ସୁରକ୍ଷା ବାହିନୀଙ୍କ ଗୁଳିରେ ୩ ନକ୍ସଲ ନିପାତ
ତେବେ ଦୁର୍ଘଟଣା ପରେ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର ଫେରାର ହୋଇଯାଇଥିଲା। ପରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମନୋଜଙକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେତାଙ୍କର ଚିକିତ୍ସା ଚାଲିଥିବା ଅବସ୍ଥାରେ ମୃତ୍ୟୁ ହୋଇଛି। ପୁଲିସ ମୃତଦେହ ଜବତ କରି ଏକ ମାମଲା ରୁଜୁ କରିଛି। ଏଥି ସହିତ ଘଟଣାର ଅଧିକ ତଦନ୍ତ କରୁଛି।
ଏହି ଖବର ପଢ଼ନ୍ତୁ: ଫଡନାଭିସ୍ ସରକାରରୁ ବିଦାୟ ନେବେ ମନ୍ତ୍ରୀ: ସରପଞ୍ଚ ହତ୍ୟା ମାମଲାରେ ଅଭିଯୁକ୍ତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/12/cRBCFpnOIMHoBkUGGn6Y.jpg)