Protest at Lower PMG: ବ୍ଲକ ଗଠନ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ 'ଶରତ ବିକାଶ ମଞ୍ଚ'ର ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ଶରତ ବ୍ଲକ" ଗଠନ ଦାବିରେ ଆଜି ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଶରତ ବିକାଶ ମଞ୍ଚ" ପକ୍ଷରୁ ଓଡ଼ିଶା ବିଧାନସଭା  ସମ୍ମୁଖ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଗଣଧାରଣା ପ୍ରଦର୍ଶନ କରାଯାଇଛି। 

sarat block

sarat block Photograph: (sambad.in)

ବାରିପଦା/ଭୁବନେଶ୍ଵର/: ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ପଛୁଆ ତଥା ଅବହେଳିତ ଉପାନ୍ତ ଅଞ୍ଚଳଭାବେ ପରିଚିତ କପ୍ତିପଦା ଉପଖଣ୍ଡର “ଶରତ ଅଞ୍ଚଳ"କୁ ନେଇ “ଶରତ ବ୍ଲକ" ପ୍ରତିଷ୍ଠା ଦାବି ଦୀର୍ଘ ତିନି ଦଶନ୍ଧିର ଦାବି ଅଟେ । ଏହି ଅଞ୍ଚଳରେ ଶରତ, ରାଣୀପୋଖରୀ, ଦେୱାନବାହାଳି, ସରଢିହା, ନୋଟ, ଲାବଣ୍ୟଦେଇପୁର, କଳମଗଡିଆ,  ରାମଚନ୍ଦ୍ରପୁର ଓ ପଦ୍ମପୋଖରୀ ପଞ୍ଚାୟତ ରହିଛି। ଏହି ସବୁ ପଞ୍ଚାୟତ ସମୂହକୁ ନେଇ “ଶରତ ବ୍ଲକ" ଗଠନ ଦାବିରେ ଆଜି ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଶରତ ବିକାଶ ମଞ୍ଚ" ପକ୍ଷରୁ ଓଡ଼ିଶା ବିଧାନସଭା  ସମ୍ମୁଖ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଗଣଧାରଣା ପ୍ରଦର୍ଶନ କରାଯାଇଛି। 

lower pmg
lower pmg Photograph: (sambad.in)

ଆମର ଦାବି ପୂରଣ କର...

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପ୍ରଫୁଲ୍ଲ ସ୍ୱାଇଁ(O.A.S)ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗଣଧାରଣା ଚାଲିଥିବା ସମୟରେ କମିଶନରେଟ ପୋଲିସ ଏସକର୍ଟ ଟିମ୍ “ଶରତ ବିକାଶ ମଞ୍ଚ"ର ଏକ ପ୍ରତନିଧି ଦଳଙ୍କୁ ଓଡ଼ିଶା ସଚିବାଳୟ ପ୍ରକୋଷ୍ଠ ପର୍ଯ୍ୟନ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅତିରିକ୍ତ ସଚିବ ପ୍ରଫୁଲ୍ଲ ସ୍ୱାଇଁଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ସହଯୋଗ କରିଥିଲେ । ତେବେ ୩୦  ଦିନ ଭିତରେ ତଦନ୍ତ କରି “ଶରତ ବ୍ଲକ" ଗଠନ କରିବା ଦିଗରେ ପଦକ୍ଷେପ ନେବା ପାଇଁ ସଚିବ ପ୍ରତିଶ୍ରୁତି ଦେଇଥିବା ମଞ୍ଚ ପକ୍ଷରୁ ପ୍ରକାଶ । 

ଅନ୍ୟାନ୍ୟ ଦାବି ଗୁଡ଼ିକ ମଧ୍ୟରେ ଶରତ ଜନଗଣନା ବ୍ଲକରେ ଜେ.ମ.ଏଫ.ସି କୋର୍ଟ ପ୍ରତିଷ୍ଠା, ଶରତ ଯୁକ୍ତ ଦୁଇ ମହାବିଦ୍ୟାଳୟକୁ +୩ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ, ଶରତରେ C.B.S.E Pattern ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଏକଲବ୍ୟ ଆବାସିକ ବିଦ୍ୟାଳୟ ସ୍ଥାପନ, ତହସିଲ କାର୍ଯ୍ୟାଳୟ ପ୍ରତିଷ୍ଠା, ଅଗ୍ନିଶମ କାର୍ଯ୍ୟାଳୟ ପ୍ରତିଷ୍ଠା, ଶରତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନ୍ୟତା ପ୍ରମୁଖ ସ୍ଥାନ ପାଇଛି। ନିକଟ ଅତୀତରେ ଓଡ଼ିଶା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓଡ଼ିଶାରେ ନୂତନ ବ୍ଲକ ଗଠନ ହେବାକୁ ନେଇ ରାଜ୍ୟ ସରକାର ଚିନ୍ତା କରୁଥିବା ନେଇ ଘୋଷଣା କରିଥିବାରୁ ଶରତ ଠାରେ ବ୍ଲକ ଗଠନ ସୁନିଶ୍ଚିତ ହେବାକୁ ଶରତ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି। 

ଆହୁରି ପଢନ୍ତୁ-

Crocodile Attack: ଛେଳି ବଞ୍ଚାଇବାକୁ ଯାଇଥିଲେ ଯୁବକ, ଟାଣି ନେଉଥିଲା କୁମ୍ଭୀର

ଆଜିର ଗଣବିକ୍ଷୋଭରେ ଶରତ ବିକାଶ ମଞ୍ଚ ସଭାପତି ଗାମାଏ ରିମିଲ ସିଂ ଗୋଇପାଇ, ସମ୍ପାଦକ କୁସୁନୁ ଗିଲୁଆ, ଯୁବ ସମାଜସେବୀ ନବୀନ ମୁଣ୍ଡରୀ, ଡ଼କ୍ଟର ବିକ୍ରମ ବିରୁଲି, ସାମାଜିକ କର୍ମୀ ରମେଶ ବିରୁଆ, ମାହାନ୍ତି ଦେଓଗାମ, ମମତାମୟୀ ଗୋଇପାଇ, ପୁଷ୍ପଲତା ମୁଣ୍ଡୁରୀ, ବେଲମଣୀ ସିଂ,ଦାନିଏଲ ଖୁଣ୍ଟିଆ, ଘନବାବୁ ପାତ୍ର, ଲାମ୍ବୋଦର ଗୋଇପାଈ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଗଣଧାରଣାରେ ଶରତ ଅଞ୍ଚଳର ୦୯ ଗୋଟି ସାରା ଗ୍ରାମ ପଞ୍ଚାୟତରୁ ପ୍ରାୟ ୧୦୦୦ ଲୋକ ଅଂଶଗ୍ରହଣ କରିଥିବା  ସଂଗଠନର ସଭାପତି ଶ୍ରୀ ଗୋଇପାଈ ପ୍ରକାଶ କରିଛନ୍ତି।

ଆହୁରି ପଢନ୍ତୁ-

India Book of Records: କୁନି ପ୍ରତିଭା ଆରାଧ୍ୟା, କମ୍ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଲେ କୁନି ଝିଅ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe