Foreign Liquor Off Shop: ବିଦେଶୀ ମଦ ଦୋକାନରେ ପୁରୁଷ ପୁଲିସଙ୍କୁ ନିୟୋଜିତ ଦାବି

ରାଇରଂଗପୁର ସହର ମଧ୍ୟରେ ୩ଟି ବିଦେଶୀ ମଦ ଦୋକାନ ରହିଛି। ଉକ୍ତ ମଦ ଦୋକାନ ପାର୍ଶ୍ବରେ ଅଧିକାଂଶ ସମୟରେ ପାଟିତୁଣ୍ଡ, ଝଗଡ଼ା, ମାରପିଟ ପ୍ରଭୃତି ହୋଇଥାଏ। ଏହି ମଦ ଦୋକାନଗୁଡ଼ିକରେ ମହିଳା ପୁଲିସ ବଦଳରେ ପୁରୁଷ ପୁଲିସ କର୍ମଚାରୀଙ୍କୁ ନିୟୋଜନ ଦାବି କରାଯାଉଛି।

Rairangpur police

Woman police duty near by wine shop in Rairangpur. Photograph: (sambad.in)

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର। ଏହି ସହର ମଧ୍ୟରେ ୩ଟି ବିଦେଶୀ ମଦ ଦୋକାନ ରହିଛି। ଉକ୍ତ ମଦ ଦୋକାନ ପାର୍ଶ୍ବରେ ଅଧିକାଂଶ ସମୟରେ ପାଟିତୁଣ୍ଡ, ଝଗଡ଼ା, ମାରପିଟ ପ୍ରଭୃତି ହୋଇଥାଏ। ତାହାକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ରାଇରଙ୍ଗପୁର ପୁଲିସ ପ୍ରଶାସନ ପକ୍ଷରୁ କିଛିଦିନ ପୂର୍ବରୁ ସମସ୍ତ ବିଦେଶୀ ମଦ ଦୋକାନରେ ମହିଳା ପୁଲିସ ଓ ହୋମଗାର୍ଡନକୁ ନିୟୋଜିତ କରାଯାଉଇଛି।  

ଅଶ୍ଲୀଳ ଭାବରେ ଗାଳିଗୁଲଜ

ତେବେ ମଦ ଦୋକାନକୁ ପ୍ରାୟ ୯୦ ପ୍ରତିଶତ ମଦୁଆ, ମାତାଳ ଯୁବକମାନେ ଯାଇ ମଦ କିଣିଥାନ୍ତି। ଏପରିକି ଠିପି ବନ୍ଦ ମନ୍ଦ ଦୋକାନ ପାର୍ଶ୍ବରେ ହିଁ ସେମାନେ ମଦ୍ୟପାନ କରିଥାନ୍ତି। ମଦ୍ୟପାନ କରିବା ସହିତ ବିଭିନ୍ନ ଅଶ୍ଲୀଳ ଭାବରେ ଗାଳିଗୁଲଜ ଓ ପାଟି ତୁଣ୍ଡ କରିଥାନ୍ତି। ତେବେ ମହିଳା ପୁଲିସ କର୍ମଚାରୀମାନେ ସେସବୁ ଶୁଣି ମଧ୍ୟ ବାଧ୍ୟ ହୋଇ ନିରବ ରହିଥାନ୍ତି। ଏପରିକି ବିଭିନ୍ନ ସମୟରେ ମଦୁଆମାନେ ପାଟିତୁଣ୍ଡ କରିବା ସହିତ ଅସଭ୍ୟ ଭାଷା ବ୍ୟବହାର କରି ଝଗଡା ଲାଗୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥାଏ। 

ଆହୁରି ପଢ଼ନ୍ତୁ: India Book of Records: କୁନି ପ୍ରତିଭା ଆରାଧ୍ୟା, କମ୍ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ କୁନି ଝିଅ

ମହିଳା ପୁଲିସଙ୍କୁ ଅଭଦ୍ର ଟିପ୍ପଣୀ

ଯଦି ମହିଳା ପୁଲିସ କର୍ମଚାରୀମାନେ ସେହି ସମୟରେ ମଦୁଆମାନଙ୍କ ପାଖକୁ ବୁଝାସୁଝା କରିବାକୁ ଗଲେ ସେମାନଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥାନ୍ତି। ତେବେ ସେନେଇ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ମଦ ଦୋକାନ ଗୁଡିକରେ ମହିଳା ପୁଲିସ ବଦଳରେ ପୁରୁଷ ପୁଲିସ କିମ୍ବା ହୋମଗାର୍ଡମାନଙ୍କୁ ନିୟଯିତ କରାଯିବାକୁ ଦାବି ହେଉଛି।

ଆହୁରି ପଢ଼ନ୍ତୁ: Online Food Dangerous to Health: ଅନଲାଇନରେ ଖାଦ୍ୟ ଅର୍ଡର କରି ଖାଉଥିଲେ ସାବଧାନ ! ସହଜ ସତ ହେଲେ ଆଣିପାରେ ଶରୀରରେ ସମସ୍ୟା...?

ମହିଳା କର୍ମଚାରୀଙ୍କୁ କେମିତି ସମ୍ମାନ?

କେନ୍ଦ୍ର ସରକାର ମାଆକୁ ସମ୍ମାନ ଦେଶକୁ ସମ୍ମାନର ନାରା ଦେଉଥିବା ବେଳେ ମଦ ଦୋକାନରେ ମହିଳା ପୁଲିସମାନଙ୍କୁ ଡ୍ୟୁଟି କରାଉଥିବା କେତେ ଠିକ୍ ଆଉ କେତେ ଭୁଲ୍ ଓ ରାଇରଙ୍ଗପୁର ଟାଉନ ଥାନାରେ କଣ ପୁରୁଷ ପୁଲିସ କମ୍ ଅଛନ୍ତି ବୋଲି ପ୍ରଶ୍ନ ଉଠୁଛି। 

ରିପୋର୍ଟ: ତୁଷାରକାନ୍ତ ମହାନ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe