ବୈଶିଙ୍ଗା: ପୂର୍ବରୁ ଗୋଟିଏ ଦନ୍ତା ହାତୀ ରହିଥିବାବେଳେ କିଛି ଦିନର ବ୍ୟବଧାନ ପରେ ପୁଣି ଶୁକ୍ରବାର ମଧ୍ୟରାତ୍ରିରେ ବେତନଟୀ ରେଞ୍ଜ ଅଧିନ ଆସନବଣି ଜଙ୍ଗଲରେ ପହଞ୍ଚିଥିଲା ଆଉ ଗୋଟେ ବଣୁଆ ଦନ୍ତା ହାତୀl ସନ୍ଧ୍ୟାରେ ୨ଟି ବଣୁଆ ହାତୀ ଗାଁ ପାର୍ଶ୍ୱ ଜଙ୍ଗଲରେ ବିଚରଣ କରୁଥିବା ବେଳେ ମଧ୍ୟ ରାତ୍ରୀ ସମୟରେ ଖାଦ୍ଯ ଅନ୍ୱେଷଣରେ ସଇତପୁର ପଞ୍ଚାୟତର ଫାଳଝରି ଗ୍ରାମରେ ପ୍ରବେଶ କରିଥିଲେ ଓ ଉକ୍ତ ଗାଁର ଜୟକୃଷ୍ଣ ମହାନ୍ତ ଓ ଦାସ ମୁର୍ମୁଙ୍କ ଘର ମୁହାଁ ହୋଇଥିଲେl
ଏହି ଖବର ପଢ଼ନ୍ତୁ: ଜିଲ୍ଲା ବୁଲି ବର୍ଷା କ୍ଷୟକ୍ଷତି ଆକଳନ କରିବେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ
ଘରେ ସମସ୍ତେ ଶୋଇଥିବା ବେଳେ ହାତୀ ଆସୁଥିବାର ଶବ୍ଦ ପାଇ ଜୀବନ ବଞ୍ଚାଇ ବାଡ଼ି ପଟେ ପଡୋଶୀ ଘରକୁ ପଳାଇଯାଇଥିଲେl ତେବେ ହାତୀ ଦୁଇଟି ପ୍ରଥମତଃ ଜୟକୃଷ୍ଣ ମହାନ୍ତ ଓ ଦାସ ମୁର୍ମୁଙ୍କ ଘର ଭାଙ୍ଗିଦେଇଥିଲେ ଓ ପରେ ଗଚ୍ଛିତ ଥିବା ଧାନକୁ ଖାଇବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେl
ଏହି ଖବର ପଢ଼ନ୍ତୁ: ଓଡ଼ିଶାର ପ୍ରତିଭାବାନ ଲୋକଙ୍କୁ ନେଇ ଜ୍ଞାନ ତିଆରି କରିବା: ଧର୍ମେନ୍ଦ୍ର
ତେବେ ଘଟଣା ସ୍ଥଳରେ ବନ ବିଭାଗର ଏକ ଟିମ ସଜାଗ ରହିଥିବା ବେଳେ ସେମାନେ ବଣୁଆ ହାତୀ ପୋଲ ୨ଟିର ଗତିବିଧିକୁ ଅନୁଧ୍ୟାନ କରୁଛନ୍ତିl ତେବେ ଖାଦ୍ଯ ଅନ୍ୱେଷଣରେ ପୂର୍ବରୁ ଏହି ଅଞ୍ଚଳରେ ଗୋଟେ ଦନ୍ତା ଥିବାବେଳେ କାଲି ଆଉଗୋଟିଏ ଆସିଥିଲା, ପୁଣି ଆଜି ରାତି ୧୦ଟା ପାଖାପାଖି ରାତିରେ ଆଉ ଦୁଇଟି ହାତୀ ଆସି ସେହି ଜଙ୍ଗଲରେ ପହଞ୍ଚି ଯାଇଛନ୍ତିl
ଏହି ଖବର ପଢ଼ନ୍ତୁ: ୭୫କିମି ଦୂରରେ ବସବାସ କରନ୍ତି ବୈପାରୀଗୁଡ଼ା ବ୍ଲକ୍ର ଏହି ଗାଁର ଲୋକେ
ତେବେ ୪ହାତୀ ହାତୀଙ୍କର ଅନୁପ୍ରବେଶକୁ ନେଇ କାଳେ ଗତକାଲି ଭଳିଆ ରାତିରେ ଜନବସତି ଭିତରକୁ ପଶି ଆସିବେ ସେ ନେଇ ଗ୍ରାମରେ ଭୟର ବାତାବରଣ ମଧ୍ଯ ଦେଖାଯାଇଛି। ବନବିଭାଗ ଦ୍ଵାର ସେମାନଙ୍କର କ୍ଷୟକ୍ଷତି ଆକଳନ କରାଯାଇ ଯଥା ଶୀଘ୍ର ଉଚିତ କ୍ଷତିପୁରଣ ଦେବାକୁ ସାଧାରଣରେ ଦାବି ହେଉଛି।
ଏହି ଖବର ପଢ଼ନ୍ତୁ: ବିଏମସି ନିର୍ବାଚନରେ ଏକୁଟିଆ ଲଢ଼ିବ ସମାଜବାଦୀ ପାର୍ଟି