ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାରାଇରଙ୍ଗପୁର ପୌର ପରିଷଦର ଅଳାଁଡୁବାସ୍ଥ ଗୋଶାଳାଠାରେ ୬୯ ତମ ଗୋପାଷ୍ଠମୀ ମହାସମାରୋହରେ ପାଳିତ ହୋଇଯାଇଛି। ଶ୍ରୀ ହନୁମାନ ମନ୍ଦିର ପରିସରରେ ବିରାଜମାନ ଶ୍ରୀକୁଷ୍ଣ ଦେବଙ୍କ ନିକଟରେ ମୁଖ୍ଯ ପୁରୋହିତ ଦିନେଶ ଭରଦ୍ବାଜ, ସହଯୋଗୀ ମୁକେଶ ଦ୍ବିବେଦୀ, କର୍ତ୍ତାକର୍ତ୍ତୀ ମନୋଜ କୁମାର ଢଣଢଣିଆ ଓ ଶଶୀ ଢଣଢଣିଆ ଉପବେସନ କରି ପୂଜାର୍ଚ୍ଚନା କରିଥିଲେI ଉକ୍ତ ପାବନ ଦିନ ଅବକାଶରେ ଗୌମାତାମାନଙ୍କୁ ଗୁଡ, କଦଳୀ ତଥା ନାନାଦି ଖାଦ୍ଯ ଖୁଆଇବା ସହିତ ଗୌ ପୂଜନ କରାଯାଇଥିଲାI ଏକ ଆଧ୍ୟାତ୍ମିକ ବାତାବରଣରେ ଦେଖାଯାଇଥିଲା। ସଂନ୍ଧ୍ଯାବେଳା ୬୯ ତମ ଗେପାଷ୍ଠମୀ ମେଳା ଉପଲକ୍ଷେ ଏକ ସାଧାରଣ ବୈଠକ ଗୋଶାଳା କମିଟୀ ତରଫରୁ ଆୟୋଜିତ ହୋଇଥିଲା।

Advertisment

ସମାରୋହରେ ସାଂସଦଙ୍କ ଯୋଗଦାନ

ଏଥିରେ ମୁଖ୍ଯଅତିଥି ଭାବେ ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମୋରଡ଼ା ବିଧାୟକ ରାଜକିଶୋର ଦାସ, ବିଜେପି ରାଜ୍ଯ ସମ୍ପାଦକ ନବୀନ ରାମ, ରାଇରଙ୍ଗପୁର ଗୋଶାଳା କମିଟୀର ସଭାପତି ଗୌରୀଶଙ୍କର ସାରଡା, ସମ୍ପାଦକ ମୁକ୍ତିଲାଲ ଅଗ୍ରୱାଲା ଓ ମୁଖ୍ଯ କାର୍ଯ୍ଯନିର୍ବାହୀ ଅଶୋକ ଅଗ୍ରୱାଲା ପ୍ରମୁଖ ଯୋଗ ଦେଇଥିଲେI ସଭା ପ୍ରାରମ୍ଭ ପୂର୍ବରୁ ଅତିଥିଗଣଙ୍କୁ ପୁଷ୍ପଗୁଛ ଓ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: Hit And Run: ସମ୍ବଲପୁରରେ ହିଟ୍‌ ଆଣ୍ଡ ରନ୍‌: ମହିଳା ଓ ନାବାଳିକାଙ୍କ ମୃତ୍ୟୁ ସୂଚନା, ଜଣେ ଗୁରୁତର

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ

ମୁଖ୍ଯଅତିଥି ଭାବେ ନବଚରଣ ମାଝୀ, ସମ୍ମାନିତ ଅତିଥି ଶ୍ରୀ ଦାସ ଓ ଶ୍ରୀ ରାମ ଗୋଶାଳା କମିଟୀକୁ ସାଧୁବାଦ ଦେବା ସହିତ ରାଇରଙ୍ଗପୁର ଗୋଶାଳାକୁ କେମିତି ଆହୁରି ଉନ୍ନତି କରାଯାଇପାରିବ ବୋଲି ଜଣାଇଥିଲେ। ଉକ୍ତ ଅବସରରେ ରାଇରଙ୍ଗପୁର ମାରୱାଡି ମହିଳା ସମିତିର ସଭାପତି ମୀରା ଅଗ୍ରୱାଲା, ସମ୍ପାଦକ ମୀନା କେଡ଼ିଆ ଓ କୋଷାଧକ୍ଷ କିରନ ଅଗ୍ରୱାଲା ପ୍ରମୁଖ ମଞ୍ଚାସୀନ ହୋଇ ଘର ଘର ବୁଲି ସଂଗ୍ରହ କରିଥିବା ଗୁଡଲକ୍ ଫଣ୍ଡ ୨ ଲକ୍ଷ ୨୨ ହଜାର ଟଙ୍କାକୁ ରାଇରଙ୍ଗପୁର ଗୋଶାଳା କମିଟିକୁ ଦାନ କରିଥିଲେ। ଉକ୍ତ ଭବ୍ଯ ସଭାକୁ ଗୋଶାଳା କମିଟିର ସଦସ୍ଯ ସୁନିଲ ଅଗ୍ରୱାଲା ପରିଚାଳନା କରିଥିବା ବେଳେ ଗୋଶାଳା କମିଟୀର ସଭାପତି ଗୌରୀଶଙ୍କର ସାରଡା ଧନ୍ଯବାଦ ଅର୍ପଣ କରିଥିଲେ। ରାଇରଙ୍ଗପୁର ଗୋଶାଳା କମିଟିର ସମସ୍ତ ସଦସ୍ଯଗଣ ସହଯୋଗ କରିଥିଲେ। ଏହାପରେ ରାଇରଙ୍ଗପୁର ସହରସ୍ଥ ବିଭିନ୍ନ ବିଦ୍ଯାଳୟରୁ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

ଆହୁରି ପଢ଼ନ୍ତୁ: Viral Video: ବଧୂ ବେଶରେ ମହିମା ଚୌଧୁରୀ; କଲେ କି ଦ୍ବିତୀୟ ବିବାହ?