Illigal Sand Smuggling: ବାଲିଘାଟରୁ ବେଆଇନ ବାଲି ଚାଲାଣ, ନିଦା ବିଷ୍ଣୁ ପାଲଟିଛନ୍ତି ତହସିଲଦାର

ବାମନଘାଟୀ ଉପଖଣ୍ଡରେ ଥିବା କାହ୍ନୁ, ଖଡ଼ଖାଇ, ଗୁଡ଼ିଆ ପ୍ରଭୃତି ନଦୀର ଲିଜ୍ ହୋଇନଥିବା ବାଲି ଘାଟରୁ ପ୍ରତିଦିନ ବାଲି ମାଫିଆମାନେ ବେଆଇନ୍ ଭାବେ ବାଲି ଚାଲାଣ କରୁଥିବାର ଅଭିଯୋଗ ହେଉଥିବା ବେଳେ ତହସିଲ ପ୍ରଶାସନ ମଧ୍ୟ ସବୁ ଜାଣି ନିଦାବିଷ୍ନୁ ପାଲଟିଥିବା ଅଭିଯୋଗ ହେଉଛି।

Rairangpur

Illigal sand smuggling in Bamanghati. Photograph: (sambad)

ରାଇରଙ୍ଗପୁର/ବାସିଙ୍ଗୀ: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡରେ ଥିବା କାହ୍ନୁ, ଖଡ଼ଖାଇ, ଗୁଡ଼ିଆ ପ୍ରଭୃତି ନଦୀର ଲିଜ୍ ହୋଇନଥିବା ବାଲି ଘାଟରୁ ପ୍ରତିଦିନ ବାଲି ମାଫିଆମାନେ ବେଆଇନ୍ ଭାବେ ବାଲି ଚାଲାଣ କରୁଥିବାର ଅଭିଯୋଗ ହେଉଥିବା ବେଳେ ତହସିଲ ପ୍ରଶାସନ ମଧ୍ୟ ସବୁ ଜାଣି ନିଦାବିଷ୍ନୁ ପାଲଟିଥିବା ଅଭିଯୋଗ ହେଉଛି। 

ଆହୁରି ପଢ଼ନ୍ତୁ: Bjp Will Win: ନବୀନ ଓହ୍ଲାଇଲେ ବି କିଛି ଫରକ୍ ପଡ଼ିବନି, ନୂଆପଡ଼ାରେ ବିଜେପିର ବିଜୟ ହେବ: ଜୟନାରାୟଣ ମିଶ୍ର

ସୂଚନାଯୋଗ୍ୟ ଯେ ମାଫିଆମାନେ ଲିଜ୍ ନ ଥିବା ବାଲିଘାଟରୁ ପ୍ରତ୍ୟେକ ଦିନ ଶହଶହ ଟ୍ରାକ୍ଟର ବାଲି ଚାଲାଣ କରୁଛନ୍ତି। ତେବେ ତହସିଲ ପ୍ରଶାସନରୁ ବାଲିଘାଟରୁ ବାଲି ଉଠାଇବା ନିମନ୍ତେ ଲିଜ୍ ନେଇଥିବା ଲିଜ୍ ଧାରୀମାନେ ବ୍ୟାପକ କ୍ଷତି ସହୁଥିବାର ଅଭିଯୋଗ ହେଉଛି। ଚୋରାବାଲି ସମ୍ପର୍କରେ ତହସିଲଦାର କିମ୍ବା ମାଇନିଂ ଅଫିସରଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ଶୂନ ବୋଲି କୁହାଯାଇଛି ତେବେ ଉକ୍ତ ବାଲି ଚାଲାଣ କରୁଥିବା ମାଫିଆମାନଙ୍କ କିଛି ସରକାରୀ କର୍ମଚାରୀ ମଧ୍ୟ ସମ୍ପୃକ୍ତ ଥିବାର ଚର୍ଚ୍ଚା ହେଉଛି। ତେବେ ଯେଉଁ ଟ୍ରାକ୍ଟର କିମ୍ବା ହାଇୱା ଯାନର ମାଲିକମାନେ ବଟି ଦେଉନାହାଁନ୍ତି ତାଙ୍କୁ ତହସିଲ କିମ୍ବା ମାଇନିଂ ଅଧିକାରୀମାନେ ବାଲି ଚାଲାଣ ସମୟରେ ଧରି ଚାଲାଣ କାଟୁଥିବା ଅଭିଯୋଗ ହେଉଛି। 

ଆହୁରି ପଢ଼ନ୍ତୁ: No Alimony To Financially Independent Spouse: ରୋଜଗାର କରୁଥିବା ସ୍ତ୍ରୀଙ୍କୁ ଭରଣପୋଷଣ ଦିଆଯାଇପାରିବ ନାହିଁ ବୋଲି ରାୟ ଦେଲେ ଦିଲ୍ଲୀ ହାଇକୋର୍ଟ

ବାଲିଘାଟ ନିଲାମ ହୋଇନଥିବାରୁ ରାଜ୍ୟ ସରକାରଙ୍କ ପାଣ୍ଠିକୁ ଆସୁଥିବା ରାଜ୍ୱସ୍ୟ କ୍ଷତି ହେଉଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ କାହ୍ନୁ ନଦୀର ଗୋଟିଏ ପାଖ ଜାମଦା ତହସିଲ ଓ ଅନ୍ୟ ପାର୍ଶ୍ୟଟି କୁସୁମୀ ତହସିଲ ଅଂଚଳରେ ଅଛି। ବହଳଦା ତହସିଲର ବାସିଙ୍ଗି ନିକଟସ୍ଥ ଖଡ଼ଖାଇ ନଦୀ, ରାଇରଙ୍ଗପୁର ତହସିଲର ତାମଳବନ୍ଧ ଖଡ଼ଖାଇ ନଦୀ ମଧ୍ୟ ଶହଶହ ଟ୍ରିପ୍ ବାଲି ଚାଲାଣ ହେଉଛି। ତେବେ ଏନେଇ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି। 

Mayurbhanj

ରିପୋର୍ଟ: ତୁଷାର ମହାନ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe