Mahali Community: ‘ମାହାଲି’ ସଂପ୍ରଦାୟକୁ ଦୃଷ୍ଟି ଆକର୍ଷଣ ଦାବି: ତତ୍ପରତା ଦେଖାଇଲେ ବିଭିନ୍ନ ସଙ୍ଗଠନ

ଗତ ୧୩ ଅକ୍ଟବରରେ ଦୈନିକ ‘ସମ୍ବାଦ’ ଖବର କାଗଜରେ ‘କୁଳ ବେଉସା ହରାଇବେ ମାହାଲି ସମ୍ପ୍ରଦାୟ’ ଖବର ପ୍ରକାଶ ପରେ ତତ୍ପରତା ଦେଖାଇଲେ ବିଭିନ୍ନ ସଙ୍ଗଠନ। ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ‘ମାହାଲି’ ସଂପ୍ରଦାୟ ତରଫରୁ ବାଉଁଶ ଦ୍ଵରା ପ୍ରସ୍ତୁତ...

Rairangpur

Diffrent association meet pople of Mahali community in Rairangpur. Photograph: (sambad.in)

ରାଇରଙ୍ଗପୁର: ଗତ ୧୩ ଅକ୍ଟବରରେ ଦୈନିକ ‘ସମ୍ବାଦ’ ଖବର କାଗଜରେ ‘କୁଳ ବେଉସା ହରାଇବେ ମାହାଲି ସମ୍ପ୍ରଦାୟ’ ଖବର ପ୍ରକାଶ ପରେ ତତ୍ପରତା ଦେଖାଇଲେ ବିଭିନ୍ନ ସଙ୍ଗଠନ। ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ‘ମାହାଲି’ ସଂପ୍ରଦାୟ ତରଫରୁ ବାଉଁଶ ଦ୍ଵରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଝୁଡ଼ି, କୁଲା, ପାଛିଆ, ଚେଞ୍ଚଡା, ଘାରି, ମାଛ ଧରିବା ଯନ୍ତା ପରି ବହୁ ସମାଗ୍ରୀର ଚାହିଦା ପୂର୍ବରୁ ବହୁଳ ଭାବରେ ଥିବା ବେଳେ ବର୍ତ୍ତମାନ କେବଳ ଗାଆଁ ଗହଳିରେ ବ୍ୟବହୃତ ହେଉଥିବା ବେଳେ ଆଧୁନିକତା ଆଳରେ ସହରାଞ୍ଚଳ ଗୁଡ଼ିକରେ ତାର ବ୍ୟବହାର କେବଳ କୌଣସି ପର୍ବ ପର୍ବାଣୀରେ ସୀମିତ ରହିବା ଯୋଗୁଁ ଶିଳ୍ପ ବିହୀନ ମୟୂରଭଞ୍ଜ ଜିଲ୍ଲାର ଏହି କାର୍ଯ୍ୟ ଉପରେ ନିର୍ଭର କରୁଥିବା ଆଦିବାସୀ କାରିଗର ମାନେ ପ୍ରସ୍ତୁତ ସମାଗ୍ରୀର ଉଚିତ୍ ପ୍ରାପ୍ୟ ପାଉନଥିବା ସହିତ ସରକାରଙ୍କ ଅଣଦେଖା ଓ ଉଚିତ୍ ବ୍ୟବସାୟୀକରଣ ବିନା ଅଭାବ ଅନାଟନ ମଧ୍ୟରେ ଦିନ ଅତିବାହିତ କରୁଛନ୍ତି।

ଆହୁରି ପଢ଼ନ୍ତୁ: Wada fort women offering namaz controversy: ପୁଣେ ଦୁର୍ଗରେ ମହିଳାମାନେ ନମାଜ ପାଠ ପରେ ଗୋମୁତ୍ରରେ ଶୁଦ୍ଧିକରଣ କଲା ବିଜେପି, ଅଜିତ ପାୱାରଙ୍କ ନିନ୍ଦା

ଉପଯୁକ୍ତ ପ୍ରଶିକ୍ଷକ ମାନଙ୍କୁ ନେଇ ଯଦି ସରକାର ଉକ୍ତ ପ୍ରସ୍ତୁତ ସମାଗ୍ରୀ ବାଦ ସେହି କାରିଗର ମାନଙ୍କୁ ସଠିକ ପ୍ରଶିକ୍ଷଣ ଦେଇ ବାଉଁଶରୁ ଡାଇନିଂ ଟେବୁଲ, ସୋଫା ସେଟ, ବାକ୍ସ, ଚେୟାର, ଟେବୁଲ, ଖାଇବା ପାଇଁ ବାଉଲ ଚାମୁଚ ପରି ବହୁ ଆତ୍ୟାଧୁନିକ ଘରୋଇ ଆସବାବପତ୍ର ମଧ୍ଯ ପ୍ରସ୍ତୁତ କରିଥାନ୍ତେ ତେବେ ବହୁ କାରିଗରମାନେ ବେଶ କିଛି ଅର୍ଥ ଉପାର୍ଜନ କରି ସ୍ୱାବଲମ୍ବୀ ହୋଇପାରିବେ। 

ଆହୁରି ପଢ଼ନ୍ତୁ: Wada fort women offering namaz controversy: ପୁଣେ ଦୁର୍ଗରେ ମହିଳାମାନେ ନମାଜ ପାଠ ପରେ ଗୋମୁତ୍ରରେ ଶୁଦ୍ଧିକରଣ କଲା ବିଜେପି, ଅଜିତ ପାୱାରଙ୍କ ନିନ୍ଦା

ସମଗ୍ର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ମାହାଲି ଜାତି ଦ୍ଵାରା ଉକ୍ତ ସମାଗ୍ରୀ ପ୍ରସ୍ତୁତ ହୋଇଥାଏ ମାତ୍ର ଆଜି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସଂଗଠନର କର୍ମକର୍ତ୍ତାଙ୍କ ସହିତ ବାମନଘାଟି ଉପଖଣ୍ଡର ବିଜାତଳା ଓ ରାଇରଙ୍ଗପୁର ବ୍ଳକ ଅନ୍ତର୍ଗତ ଯଡାମହୁଲ,ପିଠାଖୁନ୍ତୁଣି, କଟଣେ, ଚମ୍ପାଉଦା, ପଦ୍ମପୁର, କୁକୁଳିମୁଣ୍ଡି ପ୍ରଭୁତି ଗ୍ରାମ ଯାଇ ସେଠାକାର କାରିଗର ମାନଙ୍କୁ ଭେଟି ସମଗ୍ର ଜିଲ୍ଲାରେ ଥିବା କାରିଗର ମାନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିଥିଲେ। ପ୍ରତିଷ୍ଠାତାଙ୍କ ସହିତ ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ, ସମ୍ପାଦକ ବିଘ୍ନେଶ୍ୱର ବାସ୍କେ,ସମ୍ପଦ କୁମାର ପୃଷ୍ଟି, ଚୈତନ ପ୍ରସାଦ ମୁଖୀ ପ୍ରମୁଖ ସାମିଲ ଥିଲେ। ଆଗାମୀ ଦିନରେ ଏହି କୁଟୀର ଶିଳ୍ପ କୁ ଆଗକୁ ବଢ଼ାଇବା ଓ ଏହାରି ମାଧ୍ୟମରେ ରୋଜଗାର ପାଉଥିବା ବ୍ୟକ୍ତିବିଶେଷ ମାନଙ୍କ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସଂଗଠନ ପ୍ରତିଶୃତିବଦ୍ଧ ବୋଲି ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି।

Mayurbhanj | rairangpur 

ରିପୋର୍ଟ: ତୁଷାର ମହାନ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe