ରାଇରଙ୍ଗପୁର/ବହଳଦା: ଧାନମଣ୍ଡି ଖୋଲିବା ବିଳମ୍ବ ହେବାରୁ ପୂର୍ବରୁ ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ଚାଷୀମାନେ ଅମଳ କରିଥିବା ଧାନକୁ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ଦଲାଲଙ୍କୁ ଓଡ଼ିଶାର ଚାଷୀମାନେ ବାଧ୍ୟ ହୋଇ ଝାଡ଼ଖଣ୍ଡ ରାଜ୍ୟର ଦଲାଲଙ୍କୁ ଅଳ୍ପ ମୂଲ୍ୟରେ ଧାନ ବିକ୍ରି କରୁଥିଲେ । ତେବେ କିଛିଦିନ ପୂର୍ବରୁ ଧାନ ମଣ୍ଡି ଖୋଲିବା ପୂର୍ବରୁ ଚାଷୀମାନେ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟରେ ଧାନ ବିକ୍ରି କରୁଥିବା ବେଳେ ବର୍ତ୍ତମାନ୍ ତାହାର ଓଲଟା ଦେଖିବାକୁ ମିଳିଛି । ବର୍ତ୍ତମାନ୍ ଝାଡ଼ଖଣ୍ଡକୁ ଧାନ ଚାଲାଣ ହେବା ପରିବର୍ତ୍ତେ ଝାଡ଼ଖଣ୍ଡରୁ ଓଡ଼ିଶାକୁ ଧାନ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।
ଆହୁରି ପଢନ୍ତୁ- Minor Girls Unsafety: କୋରାପୁଟରେ ନାବାଳିକା ଗର୍ଭବତୀ, ସମ୍ବଲପୁରରେ ଦୁଷ୍କର୍ମ ଅଭିଯୋଗ
ତେବେ ଆଜି ମୟୂରଭଞ୍ଜ ଜିଲ୍ଲା ବଡଗ୍ରାମର ଦୁଇଜଣଙ୍କ ଘରରୁ ପ୍ରାୟ ୧୨ ଶହ ବସ୍ତା ୮୦୦ କୁଇଣ୍ଟାଲ ଧାନ ଝାଡ଼ଖଣ୍ଡରୁ ଚାଲାଣ କରାଯାଇଥିବା ଧାନକୁ ସନ୍ଦେହରେ ଜବତ କରିଥିବା ସୂଚନା ମିଳିଛି । ବଡଦୁନ୍ଦୁ ଗ୍ରାମରେ ଝାଡ଼ଖଣ୍ଡ ଧାନ ଚୋରାରେ ଧାନ ସଂଗ୍ରହ କରି ଓଡ଼ିଶାରେ ଧାନ ବିକ୍ରି କରିବାର ଲକ୍ଷ ରଖାଯାଇଛି।
ଆହୁରି ପଢନ୍ତୁ- Sports Calendar 2026 : ଭାରତ ପାଖରେ ଇତିହାସ ସୃଷ୍ଟି କରିବାର ସୁଯୋଗ
ବିଶେଷ ସୂତ୍ରରୁ ରାଇରଙ୍ଗପୁର ଏସିଏସଓ ସାରଙ୍ଗଧର ବେହେରା, ଜାମଦା ଏମଆଇ,ଜାମଦା ତହସିଲଦାର, ବଡ଼ଦୁନ୍ଦୁ ଲ୍ୟାମପ୍ସର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ପହଞ୍ଚି ପ୍ରାୟ ୧୨ ଶହ ବସ୍ତା ଧାନ ଝାଡ଼ଖଣ୍ଡରୁ ଚାଲାଣ ହେଉଥିବା ଧାନକୁ ସ୍ଥଗିତ ରଖାଯାଇଥିବା ଦେଖିବାକୁ ପାଇଥିଲେ । ତେବେ ବଡ଼ଦୁନ୍ଦୁ ଗ୍ରାମର ଶେଖ ଦିଲଖୁସ ଓ ମୁରଜାନ ବିବିଙ୍କ ଘରରୁ ୧୨ ଶହ ବସ୍ତା ଆନୁମାନିକ ୮ ଶହ କୁଇଣ୍ଟାଲରୁ ଅଧିକ ହେବ ଧାନ ସ୍ଥଗିତ ରଖାଯାଇଛି ।
ତେବେ ଉଭୟ ଶେଖ ଦିଲଖୁସ ଓ ମୁରଜାନ ବିବି ଉଭୟ ଚାଷୀ କହି ସେତେ ଧାନ ରଖିଥିବା ନେଇ ଅଧିକାରୀ ମାନଙ୍କୁ କହୁଥିବା ବେଳେ ତାଙ୍କର ସେତେ ଜମି ନଥିବା ଜଣାପଡ଼ିଛି । ତେବେ ଉକ୍ତ ଘଟଣାର ତଦନ୍ତ ଯୋଗାଣ ବିଭାଗ ଜାରି ରଖିଛି । ତେବେ ବର୍ତ୍ତମାନ ପଡୋଶୀ ଝାଡଖଣ୍ଡ ରାଜ୍ୟରୁ ଓଡ଼ିଶାକୁ ମୟୁରଭଂଜ ଜିଲ୍ଲାକୁ ଚୋରା ଚାଲାଣ ହୋଇ ହେଉଥିବା ଧାନ ଚାଷୀଙ୍କ ନିମନ୍ତେ ଥିବା ପଞ୍ଜୀକୃତ ଧାନ ବିକ୍ରି ହେବା ନେଇ ଆଶଙ୍କା କରାଯାଉଛି ।
Follow Us