Advertisment

Parrot: ନନ୍ଦନକାନନରେ ଛଡ଼ାଯିବ ଉଦ୍ଧାର ଶତାଧିକ ଶୁଆ ଶାବକ

Advertisment

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡରେ ୧୦୯ ଶୁଆ ଶାବକକୁ ଉଦ୍ଧାର କରିଛି ବନ ବିଭାଗ। ସୂଚନା ଅନୁଯାୟୀ ରାଇରଙ୍ଗପୁର ବନଖଣ୍ଡ ଗୋରୁମହିଷାଣି ବଜାର ମଧ୍ୟରେ ଥିବା ସେକ ହାନିଫଙ୍କ ପୁଅ ଏସ.କେ ଜାକିର ହୁସେନ...

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡରେ ୧୦୯ ଶୁଆ ଶାବକକୁ ଉଦ୍ଧାର କରିଛି ବନ ବିଭାଗ। ସୂଚନା ଅନୁଯାୟୀ ରାଇରଙ୍ଗପୁର ବନଖଣ୍ଡ ଗୋରୁମହିଷାଣି ବଜାର ମଧ୍ୟରେ ଥିବା ସେକ ହାନିଫଙ୍କ ପୁଅ ଏସ.କେ ଜାକିର ହୁସେନ...

Rairangpur1

ରାଇରଙ୍ଗପୁର/ଗୋରୁମହିଷାଣି: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡରେ ୧୦୯ ଶୁଆ ଶାବକକୁ ଉଦ୍ଧାର କରିଛି ବନ ବିଭାଗ। ସୂଚନା ଅନୁଯାୟୀ ରାଇରଙ୍ଗପୁର ବନଖଣ୍ଡ ଗୋରୁମହିଷାଣି ବଜାର ମଧ୍ୟରେ ଥିବା ସେକ ହାନିଫଙ୍କ ପୁଅ ଏସ.କେ ଜାକିର ହୁସେନ (୩୮) ବେଆଇନ୍ ଭାବେ ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରୁଥିବା ୧୦୮ ଶୁଆ ଶାବକ ସମେତ ଗୋଟେ କଥା କୁହା ଶୁଆକୁ ବନାଞ୍ଚଳ ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତିଙ୍କ ନେତୃତ୍ୱରେ ତାଙ୍କ ଟିମ୍ ଆଜି ସନ୍ଧ୍ୟା ବେଳେ ପହଞ୍ଚି ଜଣକୁ ଗିରଫ କରିବା ସହିତ ଶୁଆ ଶାବକଙ୍କୁ ଉଦ୍ଧାର କରିଥିଲେ। 

ଶୂଆ ଶାବକ ସମେତ ତାଙ୍କୁ ଖ୍ୟୁଆଇବା ନିମନ୍ତେ ରଖାଯାଇଥିବା କିଛି ଖାଦ୍ୟ ଓ ଏକ ପଞ୍ଜୁରୀକୁ ଜବତ କରାଯାଇଛି। ତେବେ ଉକ୍ତ ଶୁଆ ଶାବକ ଚେଢେଇପାହାଡ଼ି,ସୋରଗୋଡା, ପାଟପୁର, ବିଶୋଇ ସମେତ ବିଭିନ୍ନ ଅଞ୍ଚଳରୁ କିଛି ଲୋକ ଗିରଫ ଅଭିଯୁକ୍ତଙ୍କ ପାଖରେ ବିକ୍ରି କରିଥାନ୍ତି। ଗିରଫ ହୋଇଥିବା ଜାକିର ହୁସେନ ଶୁଆ ଶାବକଙ୍କୁ ପଡୋଶୀ ରାଜ୍ୟ ଝାରଖଣ୍ଡ, ଭୁବନେଶ୍ୱର,କଟକ ସମେତ ବିଭିନ୍ନ ରାଜ୍ୟକୁ ଚାଲାଣ କରାଯାଇଥାଏ। ଶୁଆ ଶାବକ ବିକ୍ରି ନିମନ୍ତେ ଏକ କଥା କୁହା ମିଟୁକୁ ପଞ୍ଜୁରୀ ରଖି ଡେମୋ ଦେଖାଇଥାନ୍ତି ଜାକିର। ତେବେ ଗୋଟିଏ ଶୁଆର ମୂଲ୍ୟ ୧୫ ଶହ ଟଙ୍କାରୁ ଊର୍ଦ୍ଧ୍ବରେ ବିକ୍ରି ହେଉଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ରାଇରଂଗପୁରରେ ଉପଖଣ୍ଡସ୍ତରୀୟ ନାରଦ ଜୟନ୍ତୀ ସମାରୋହ ଆୟୋଜିତ

ସୂଚନାଯୋଗ୍ୟ ଯେ ଗତବର୍ଷ ଅଭିଯୁକ୍ତଙ୍କ ସାନ ଭାଇଙ୍କୁ ଶୁଆ ଶାବକ ଚାଲାଣ ଅଭିଯୋଗରେ ଗିରଫ କରାଯାଇଥିଲା। ତେବେ ବର୍ତ୍ତମାନ୍ ସଂଖ୍ୟାଲଘୁ ସମ୍ପ୍ରଦାୟର ରମଜାନ ମାସ ପାଳନ କରୁଥିବା ବେଳେ ଅଭିଯୁକ୍ତ ଜାକିର ହୁସେନ ସେହି ସମ୍ପ୍ରଦାୟର ହୋଇ ମଧ୍ୟ ଆଖି ଫୁଟିନଥିବା ଶୁଆ ଶାବକଙ୍କୁ ନିର୍ଦ୍ଧୟ ଭାବେ ଚାଲାଣ କରି ଧର୍ମ ପରିବର୍ତ୍ତେ ଅଧର୍ମ କରିଥିଲେ ସେନେଇ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି। ଆସନ୍ତାକାଲି ନନ୍ଦନକାନନରେ ଛଡ଼ାଯିବ ବୋଲି ବନ ବିଭାଗ କହିଛି। ଚଢ଼ାଉ ସମୟରେ ବନ ବିଭାଗର ବନାଞ୍ଚଳ ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତିଙ୍କ ସମେତ ଗୋରୁମହିଷାଣି ବନପାଳ କାଶୀନାଥ ହାଁସଦା, ଦେବାଶିଷ ମିଶ୍ର, ସସ୍ମିତା ଘୋଷ, ନିର୍ମଳ କୁମାର ବେହେରା, ଦୁଷ୍ମନ୍ତ ଦାସ, ସୁଭଦ୍ରା ପାଲଙ୍କ ସମେତ ଅନ୍ୟ ବନ କର୍ମଚାରୀ ମାନେ ସାମିଲ ଥିଲେ। ଗିରଫ ଅଭିଯୁକ୍ତକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଏନେଇ ରାଇରଙ୍ଗପୁର ବନାଞ୍ଚଳରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe