Advertisment

ମହିଳାଙ୍କୁ ଦୁର୍ଷ୍କମ: ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ, ୫ ହଜାର ଜରିମାନା

Advertisment

ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ରାଇରଂଗପୁର ଅତିରିକ୍ତ ଦୌରାଜଜ ୧୦ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି। ଏଥି ସହିତ ଦୁଷ୍କର୍ମକାରୀକୁ ୫ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ୧ ବର୍ଷ ଅଧିକ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। 

ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ରାଇରଂଗପୁର ଅତିରିକ୍ତ ଦୌରାଜଜ ୧୦ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି। ଏଥି ସହିତ ଦୁଷ୍କର୍ମକାରୀକୁ ୫ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ୧ ବର୍ଷ ଅଧିକ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। 

court

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଂଚଳରେ ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ରାଇରଂଗପୁର ଅତିରିକ୍ତ ଦୌରାଜଜ୍‌ ୧୦ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି। ଏଥି ସହିତ ଦୁଷ୍କର୍ମକାରୀକୁ ୫ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ୧ ବର୍ଷ ଅଧିକ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। 

ଏହି ଖବର ପଢ଼ନ୍ତୁ: ଡବଲ ଡେକର ବସ୍‌ର ଶୁଭାରମ୍ଭ; ବୁଲିବେ ପ୍ରବାସୀ ଭାରତୀୟ

ମାମଲାର ବିବରଣୀରୁ ଜଣାଯାଏ, ୨୦୨୩ ମସିହା ସେପ୍ଟେମ୍ବର ୨୮ ତାରିଖରେ ଗୋରୁମହିଷାଣୀ ଥାନା ଅଂଚଳର ଜଣେ ବିବାହିତ ମହିଳାଙ୍କୁ ଜାରକାଣି ଗ୍ରାମର ଦିବାର ନାଏକଙ୍କ ପୁଅ ମହେନ୍ଦ୍ର ନାଏକ(୪୬) ଘରେ ଏକୁଟିଆ ପାଇ ହତ୍ୟା ଧମକ ଦେଇ ଦୁଷ୍କର୍ମ କରିଥିଲା। ସେ ସମ୍ବନ୍ଧରେ କାହାକୁ କହିଲେ ହତ୍ୟା କରିବ ବୋଲି ଧମକ ମଧ୍ୟ ଦେଇଥିଲା।

ଏହି ଖବର ପଢ଼ନ୍ତୁ: ଚାଷୀଙ୍କୁ ଆଗାମୀ ୫ଦିନ ଭିତରେ କ୍ଷତିପୂରଣ ମିଳିବ: ରାଜସ୍ବ ମନ୍ତ୍ରୀ

୨୦୨୩ ମସିହା ସେପ୍ଟେମ୍ବର ୨୮ ତାରିଖରେ ଗୋରୁମହିଷାଣୀ ଥାନା ଅଂଚଳର ଜଣେ ବିବାହିତ ମହିଳାଙ୍କୁ ଜାରକାଣି ଗ୍ରାମର ଦିବାର ନାଏକଙ୍କ ପୁଅ ମହେନ୍ଦ୍ର ନାଏକଘରେ ଏକୁଟିଆ ପାଇ ହତ୍ୟା ଧମକ ଦେଇ ଦୁଷ୍କର୍ମ କରିଥିଲା।

ଏହି ଖବର ପଢ଼ନ୍ତୁ: ଏଚମପିଭିର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି:  ସ୍ବାସ୍ଥ୍ୟମନ୍ତ୍ରୀ

ତେବେ ମହିଳା ଜଣକ ଧମକକୁ ଭୟ ନକରି ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିର୍ତି କରି ଥାନାରେ କେସ୍ ନଂ ୮୯/୨୩ ରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ମହେନ୍ଦ୍ର ନାଏକକୁ ପୁଲିସ ଗିରଫ କରିଥିଲା। ତେବେ ଆଜି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଅଭିଯୁକ୍ତ ମହେନ୍ଦ୍ର ନାଏକଙ୍କୁ ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଓ ପୁଲିସ ରିପୋର୍ଟକୁ ବିଚାର କରି  ଦୁଷ୍କର୍ମକାରୀକୁ ଏଡିଜେ ଡଃ ଭି. ସୁଜାତା  ୧୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୫ ହଜାର ଟଙ୍କା ଜରିମାନା ଓ ଅନାଦେୟ ୧ ବର୍ଷ ଅଧିକ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଏପିପି ପଙ୍କଜ ଦାସ ଶୁଣାଣିରେ ସହଯୋଗ କରିଥିଲେ।

ଏହି ଖବର ପଢ଼ନ୍ତୁ: ଶରଦ-ଅଜିତ ମିଳିତ ହେବେ!: ସୁପ୍ରିୟା ସୁଲେ କେନ୍ଦ୍ରରେ ମନ୍ତ୍ରୀ ହେବା ନେଇ ଚର୍ଚ୍ଚା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe