ବୈଶିଙ୍ଗା: ବେପାରୁଆ ଗାଡ଼ି ଚାଳନା ପାଇଁ ଆଜି ଅପରାହ୍‌ଣରେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବ୍ରହ୍ମପୁରା-ରଖିଣି-ବିଷ୍ଣୁପୁର ରାସ୍ତାରେ ଏକ ଚାଉଳ ବୋଝେଇ ଟ୍ରକ୍‌ ଜନୈକ ସାଇକେଲ ଚାଳକଙ୍କ ଉପରେ ଚଢ଼ିଯାଇଛି। ଫଳରେ ଘଟଣାସ୍ଥଳରେ ସ୍ୱାସ୍ଥ୍ୟ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ଗୋପବନ୍ଧୁ ପରିଡ଼ା(୬୨)l ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରିଛନ୍ତି। ଟ୍ରକ୍‌ ଚାଳକଙ୍କୁ ନର୍ଧୁମ ମାଡ଼ ମାରିଛନ୍ତି। ଏଥିରେ ଚାଳକଙ୍କର ଏକ ଦାନ୍ତ ଭାଙ୍ଗି ଯାଇଛି।  

Advertisment

ଏହି ଖବର ପଢ଼ନ୍ତୁ: ୨ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା

ସୂଚନା ଅନୁସାରେ ଗୋପବନ୍ଧୁ ବେତନଟୀରୁ ସାଇକେଲ ଯୋଗେ ନିଜ ବିଷ୍ଣୁପୁର ସ୍ଥିତ ଘରକୁ ଫେରୁଥିବା ସମୟରେ ନୟନ କୁମାର ଦାସ ନାମରେ ପଞ୍ଜିକୃତ ଓଡି-୦୧କ୍ୟୁ-୭୩୧୯ ନମ୍ବର ବିଶିଷ୍ଟ ଏକ ଚାଉଳ ବୋଝେଇ ଟ୍ରକ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣାସ୍ଥଳରେ ହିଁ ଗୋପବନ୍ଧୁଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲାl

ଏହି ଖବର ପଢ଼ନ୍ତୁ: ଶିମିଳିପାଳରେ ତୁଷାରପାତ

ଦ୍ରୁତଗତି ମହାବିପତ୍ତି। ସଡ଼କ ସୁରକ୍ଷା ଜୀବନ ରକ୍ଷା। ଏଭଳି ସଚେତନାମୂଳକ ଶ୍ଲୋଗାନ ସରକାର ଓ ପରିବହନ ବିଭାଗ ପକ୍ଷରୁ ଦିଆଯାଉଛି। କିନ୍ତୁ ନିୟମ ପାଳନ କରା ନଯିବାରୁ ପ୍ରତିଦିନ ସଡ଼କ ଦୁର୍ଘଟଣା ଘଟୁଛି। ଫଳରେ ବ୍ୟାପକ ଧନଜୀବନ ନଷ୍ଟ ହେଉଛି। 

ଏହି ଖବର ପଢ଼ନ୍ତୁ: ପ୍ରତିକ୍ରିୟା ରଖିଲେ ଆଇଏଏସ୍‌ ଅଧିକାରୀଙ୍କ ଡ୍ରାଇଭର

ଏହାକୁ ନେଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଟ୍ରକ୍‌ ଚାଳକ ବଡ଼ସାହି ଥାନା ଅଞ୍ଚଳର ଜନ୍ମେଜୟ ବିନ୍ଧାଣୀଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ନିସ୍ତୁକ ମାଡ଼ ମାରି ଏକାଧିକ ଦାନ୍ତ ଭାଙ୍ଗି ଦେଇଥିଲେl ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜନ୍ମେଜୟକୁ ଉଦ୍ଧାର କରିବା ସହିତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ବିଭିନ୍ନ ଦାବି ନେଇ ସ୍ଥାନୀୟ ଉତ୍ୟକ୍ତ ଲୋକମାନେ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଅଟକ ରଖିଛନ୍ତି l ଫଳରେ ଉକ୍ତ ରାସ୍ତାରେ ଦୀର୍ଘ ସମୟ ହେଲା ଯାତାୟାତ ସମ୍ପୂର୍ଣ ଠପ ହୋଇଯାଇଛି ଏବଂ ରାସ୍ତାରୁ ହଟିଯିବା ପାଇଁ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି l ରିପୋର୍ଟ ଲେଖାହେବା ସୁଦ୍ଧା ଉତ୍ତେଜନା ଲାଗି ରହିଥିବା ବେଳେ ଚାଉଳବୋଝେଇ ଟ୍ରକ୍‌କୁ ଉତ୍ୟକ୍ତ ଲୋକମାନେ ଅଟକ ରଖିଥିବା ଜଣାଯାଇଛିl

ଏହି ଖବର ପଢ଼ନ୍ତୁ: ମୋଟୁରୁ ଦିଲ୍ଲୀ ଯାଏଁ ବିଜେଡି କରିବ ଆନ୍ଦୋଳନ