Advertisment

Neglect: ପଲିଥିନ ତଳେ ଓ ଶୌଚାଳୟରେ କଟୁଛି ଅସହାୟ ବୃଦ୍ଧଙ୍କ ଜୀବନ

Advertisment

ସ୍ୱାଧୀନତାର ୭ ଦଶନ୍ଧି ପରେ ମଧ୍ୟ ପାଲ ତଳେ ଏବଂ ଶୌଚାଳୟ ଗୃହରେ କଟୁଛି ଅସହାୟ ବୃଦ୍ଧଙ୍କ ଜୀବନ। କାହା ପାଖରେ ନିଜର ସମସ୍ତ ଜରୁରୀ ପରିଚୟ ପତ୍ର ରହିଛି। କିନ୍ତୁ ନାହିଁ ଆଧାର, ସମସ୍ତଙ୍କର ବୟସ ୬୦ରୁ ଅଧିକ କିନ୍ତୁ ମିଳୁନି ଭତ୍ତା...

ସ୍ୱାଧୀନତାର ୭ ଦଶନ୍ଧି ପରେ ମଧ୍ୟ ପାଲ ତଳେ ଏବଂ ଶୌଚାଳୟ ଗୃହରେ କଟୁଛି ଅସହାୟ ବୃଦ୍ଧଙ୍କ ଜୀବନ। କାହା ପାଖରେ ନିଜର ସମସ୍ତ ଜରୁରୀ ପରିଚୟ ପତ୍ର ରହିଛି। କିନ୍ତୁ ନାହିଁ ଆଧାର, ସମସ୍ତଙ୍କର ବୟସ ୬୦ରୁ ଅଧିକ କିନ୍ତୁ ମିଳୁନି ଭତ୍ତା...

1003102444

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ସ୍ୱାଧୀନତାର ୭ ଦଶନ୍ଧି ପରେ ମଧ୍ୟ ପାଲ ତଳେ ଏବଂ ଶୌଚାଳୟ ଗୃହରେ କଟୁଛି ଅସହାୟ ବୃଦ୍ଧଙ୍କ ଜୀବନ। କାହା ପାଖରେ ନିଜର ସମସ୍ତ ଜରୁରୀ ପରିଚୟ ପତ୍ର ରହିଛି। କିନ୍ତୁ ନାହିଁ ଆଧାର, ସମସ୍ତଙ୍କର ବୟସ ୬୦ରୁ ଅଧିକ କିନ୍ତୁ ମିଳୁନି ଭତ୍ତା ଏବଂ ଫେଲ ମାରିଛି ସରକାରଙ୍କ ବସୁନ୍ଧରା ଯୋଜନା, ଯେଉଁଥି ପାଇଁ ମିଳି ପାରିନି ଆବାସ ଗୃହ ଏବଂ ଦୀର୍ଘ ବର୍ଷରୁ ପାଲ ତଳେ ଏବଂ ଶୌଚାଳୟ ଗୃହରେ ଜୀବନ ଅତିବାହିତ କରୁଛନ୍ତି ତିନି ଅସହାୟ ବୃଦ୍ଧ। ଯଦିଓ ସ୍ଥାନୀୟ ପ୍ରଶାସନ ୧୦ ମାସ ପୂର୍ବରୁ ଅସହାୟ ପାଖରେ ପହଞ୍ଚି ଥିଲେ କିନ୍ତୁ ନାହିଁ ତାଙ୍କର ଆନ୍ତରିକତା ଅଭାବରୁ ଆଜି ପର୍ଯ୍ୟନ୍ତ ମିଳି ପାରିଲାନି ସରକାରୀ ଯୋଜନା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଜିଲ୍ଲା ବହଳଦା ବ୍ଲକ ଗମ୍ଭାରୀଆ ଗ୍ରାମପଞ୍ଚାୟତର କାଦୁଆଣୀ ଗ୍ରାମରେ।

ଚଇତା କାରୁଆ ମଉସାଙ୍କୁ ବୟସର ଅପରାହ୍ନରେ ମୁଣ୍ଡ ଉପରେ କିଭଳି ପାଲ ଖଣ୍ଡିଏ ଟାଣି ଖରା ,ବର୍ଷା, ଶୀତ ରାତି ବିତାଉଛନ୍ତି। ତାଙ୍କ ରାସନକାର୍ଡ ଥିବା ସତ୍ତ୍ୱେ ଆଧାର କାର୍ଡ ଓ ଜମି ଖଣ୍ଡକ ନଥିବାରୁ, ଆବାସ, ରାସନ ଏବଂ ଭତ୍ତା ପାଇବାରୁ ବଞ୍ଚିତ ହୋଇ ଜୀବନ କାଟୁଛନ୍ତି। ହେଲେ ତାଙ୍କ ଦୁଃଖ ଶୁଣୁଛି କିଏ। ଯଦି କାହାକୁ ତାଙ୍କ ଦୁଃଖ ଦେଖା ଯାଇଥାନ୍ତ ତେବେ ଆଜକୁ ୧୦ ମାସ ତଳେ ବ୍ଲକ ଓ ତହସିଲ ପ୍ରଶାସନ ତାଙ୍କ ପାଖରେ ପହଞ୍ଚି ଥିଲେ ସୁଦ୍ଧା ମିଳି ପାରିନି ଆବାସ ଯୋଜନାରେ ଘର ଓ ବସୁନ୍ଧରା ଯୋଜନାରେ ଖଣ୍ଡିଏ ଜମି। ସେହିପରି ଚଇତାଙ୍କ କୁଡିଆଠାରୁ ମାତ୍ର ଶହେ ମିଟର ଦୂରରେ ରହୁଛନ୍ତି ବୃଦ୍ଧ ଅର୍ଜୁନ ମାଝୀ। ୬ ଫୁଟର ଅସହାୟ ବୃଦ୍ଧ ସରକାରଙ୍କ ସ୍ଵଚ୍ଛ ଭାରତ ଯୋଜନାରେ ମିଳିଥିବା ୧୨ ହଜାର ଟଙ୍କିଆ ଚାରି ଫୁଟର ଶୌଚାଳୟ ଗୃହରେ ରହୁଛନ୍ତି। ହେଲେ ସେ କହିବେ ବା କାହାକୁ ନିଜ ପାଖରେ ସମସ୍ତ ଦରକାରୀ କାଗଜପତ୍ର ଥିବା ସତ୍ତ୍ୱେ ଜମି ଖଣ୍ଡକ ପାଇଁ ସେ ଆବାସ ଯୋଜନାରୁ ବଞ୍ଚିତ ରହିଥିବା ବେଳେ ଭତ୍ତା ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ପ୍ରଶାସନର ଅବହେଳା ପାଇଁ ଭତ୍ତା ପାଇବାରୁ  ବଞ୍ଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: US-Israel-Iran War: ୧୯୭୯ ପୂର୍ବରୁ ମିତ୍ର ରା‌ଷ୍ଟ୍ର ଥିଲେ ଆମେରିକା- ଇରାନ-ଇସ୍ରାଏଲ

ସେହିପରି ଉକ୍ତ ବ୍ଳକ ଅନ୍ତର୍ଗତ ଝରାଡିହି ଗ୍ରାମପଞ୍ଚାୟତର ପୋଖରିଆ ଗ୍ରାମର ପ୍ରଧାନ ମାହାଲିଙ୍କ କୁଡ଼ିଆରେ ଦିନରେ ମଧ୍ୟ ନାହିଁ ଆଲୁଅ, ତେଣୁ କୁଡିଆ ଦୁଆରେ ଲାଗିଛି ଦଶ ଟଙ୍କିଆ ଟର୍ଚ୍ଚ ଦୋକାନ। ତେବେ ଜମି ଖଣ୍ଡକ ନଥିବାରୁ ସେ ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି। ତେବେ ଏ ସମ୍ବନ୍ଧରେ ବିଡ଼ିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କୁ ବସୁନ୍ଧରା ଯୋଜନା କାହାପାଇଁ ବୋଲି  ପଚାରି ଥିବାରୁ କହିଲେ ସର୍ଭେ କରାଯାଉଛି ଯଥାଶୀଘ୍ର ତାଙ୍କୁ ଜମି ଖଣ୍ଡିକ ଯୋଗାଇବେ। ତେବେ ଦେଖିବାକୁ ବାକି ରହିଲା କେବେ ଏହି ତିନି ଅସହାୟ ବୃଦ୍ଧଙ୍କୁ କେବେ ସରକାରୀ ସହାୟତା ମିଳିବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe