Dead: ଦାଦନ ଖଟିବାକୁ ଯାଇ ୨ବର୍ଷ ଭିତରେ ଆଗପଛ ହୋଇ ଜୀବନ ହାରିଲେ ୨ଭାଇ

Advertisment

ରାଜ୍ୟରେ ଦାଦନ ଦୁଃଖ ଥମିବା ବଦଳରେ ଦିନକୁ ଦିନ ବଢ଼ିବଢ଼ି ଚାଲିଥିବା ବେଳେ ଏହି ଦାଦନ ପାଇଁ କାହା ମଥାରୁ ସିନ୍ଦୂର ଲିଭିଗଲାଣି, ତ ଆଉ କାହା ମୁଣ୍ଡ ଉପରୁ ବାପାର ହାତ ଉଠିଗଲାଣି, ତ ଆଉ ପୁଣି କୋଉଠି ଘରର ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ବୃଦ୍ଧ ବାପା,ମା’ ଛାତି ଫଟାଇ କାନ୍ଦୁଛନ୍ତି।

ରାଜ୍ୟରେ ଦାଦନ ଦୁଃଖ ଥମିବା ବଦଳରେ ଦିନକୁ ଦିନ ବଢ଼ିବଢ଼ି ଚାଲିଥିବା ବେଳେ ଏହି ଦାଦନ ପାଇଁ କାହା ମଥାରୁ ସିନ୍ଦୂର ଲିଭିଗଲାଣି, ତ ଆଉ କାହା ମୁଣ୍ଡ ଉପରୁ ବାପାର ହାତ ଉଠିଗଲାଣି, ତ ଆଉ ପୁଣି କୋଉଠି ଘରର ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ବୃଦ୍ଧ ବାପା,ମା’ ଛାତି ଫଟାଇ କାନ୍ଦୁଛନ୍ତି।

Betonati

ବେତନଟୀ (ଦୀପକ କୁମାର ସିଂହ): ରାଜ୍ୟରେ ଦାଦନ ଦୁଃଖ ଥମିବା ବଦଳରେ ଦିନକୁ ଦିନ ବଢ଼ିବଢ଼ି ଚାଲିଥିବା ବେଳେ ଏହି ଦାଦନ ପାଇଁ କାହା ମଥାରୁ ସିନ୍ଦୂର ଲିଭିଗଲାଣି, ତ ଆଉ କାହା ମୁଣ୍ଡ ଉପରୁ ବାପାର ହାତ ଉଠିଗଲାଣି, ତ ଆଉ ପୁଣି କୋଉଠି ଘରର ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ବୃଦ୍ଧ ବାପା,ମା’ ଛାତି ଫଟାଇ କାନ୍ଦୁଛନ୍ତି। ଏହିଭଳି ଦାଦନ ଖଟିବାକୁ ଯାଇଥିବା ଗୋଟିଏ ପରିବାରର ଦୁଇଭାଇ ୨ବର୍ଷ ଭିତରେ ଆଗପଛ ହୋଇ ଆରପାରିକୁ ଚାଲିଯାଇଥିବା ବେଳେ ନିଜର ଦୁଇ ଭେଣ୍ଡିଆ ପୁଅକୁ ୨ବର୍ଷ ଭିତରେ ହରାଇ ଏବେ ଛାତି ଫଟେଇ କାନ୍ଦୁଛି ମାଆ। ଅନ୍ୟପଟେ ପୁଅର ଦେହାନ୍ତ ଖବର ପାଇ ମାନସିକ ସନ୍ତୁଳନ ହରାଇ ବସିଛନ୍ତି ବୃଦ୍ଧ ବାପା l ଏବେ କେବଳ ପୁଅର ମୃତଦେହ ଫେରିବା ବାଟକୁ ଚାହିଁ ବସିଛନ୍ତି ଅସହାୟ ବୃଦ୍ଧ ବାପ, ମା’ଙ୍କ ସହିତ ସମ୍ପୂର୍ଣ୍ଣ ପରିବାର ଓ ସାହି ପଡ଼ିଶା। ଏଭଳି ହୃଦୟ ବିଦାରକ ତଥା ଛାତି ଦୋହଲାଇ ଦେବା ଭଳିଆ ଘଟଣା ଦେଖୁବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟା ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ପଞ୍ଚାୟତର ବଡ଼ଛୁରୁଣୀ ଗ୍ରାମରେ। 

Betonati1

ଗ୍ରାମର ଭଗବାନ ଦାସ ଓ ଅନ୍ନପୂର୍ଣ୍ଣାଙ୍କର ୩ ପୁଅ କରୁଣାକର, ଭରତଚନ୍ଦ୍ର ଓ ବୈଦ୍ୟନାଥl ବଡ଼ ପୁଅ କରୁଣାକର ନିଜ ଶ୍ୱଶୁର ଘର କୋଣାର୍କ ନିକଟରେ ନିଜ ପରିବାର ସହିତ ରୁହନ୍ତିl ଅନ୍ୟ ଦୁଇ ଜଣ ପୁଅଙ୍କ ଭିତରୁ ମଝିଆ ପୁଅ ଭରତ ହାଇଦ୍ରାବାଦରେ କାମ କରୁଥିବା ବେଳେ ଅବିବାହିତ ସାନପୁଅ ମିଟୁ ଓରଫ ବୈଦ୍ୟନାଥ ଦାସ(୩୨) ତାମିଲନାଡୁର କାପୁରମ ଜିଲ୍ଲା ଅନ୍ତର୍ଗତ ଶ୍ରୀପେରୁମବୁଦୁର ଅଞ୍ଚଳର ଏକ ଘରୋଇ କମ୍ପାନିରେ ଦିର୍ଘବର୍ଷ ଧରି କାମ କରୁଥିଲେ। ପରିବାରର ଆର୍ଥକସ୍ଥିତି ସ୍ବଛଳ କରିବାକୁ ଦାଦନ ଖଟିବାକୁ ଯାଇଥିବା ଦୁଇପୁଅଙ୍କ ମଧ ମଧ୍ୟରୁ ବଡପୁଅ ଭରତଚନ୍ଦ୍ରଙ୍କର ପାଖାପାଖ୍ ୨ବର୍ଷ ପୂର୍ବରୁ ହାଇଦ୍ରାବାଦରେ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ କାଞ୍ଚିପୁରମରେ ବୁଧବାର ଘଟିଯାଇଥିବା ଏକ ଛାତିଥରା ସଡକ ଦୁର୍ଘଟଣାରେ ସାନପୁଅ ବୈଦ୍ୟନାଥ ଦାସ (ମିଟୁ)ଙ୍କର ମଧ୍ୟ ଶୋଚନୀୟ ମୃତ୍ୟୁ ଘଟିଛି। 

ଆହୁରି ପଢ଼ନ୍ତୁ: Sri Rama Devotee: ଶୀତକୁ ନାହିଁ ଖାତିର… ସାଇକେଲରେ ଚିତ୍ରକୋଣ୍ଡାରୁ ଅଯୋଧ୍ୟା ବାହାରିଛନ୍ତି ରାମଭକ୍ତ ସୁନାଧର ଖୋରା

ଲିଭିଗଲା ସାନପୁଅର ଜୀବନ ଦୀପ

ଗୋଟିଏ ରୋଜଗାରିଆ ପୁଅକୁ ହରାଇବାର ଦୁଃଖ ମନରୁ ନଲିଭୁଣୁ ଲିଭିଯାଇଛି ସାନପୁଅର ଜୀବନଦୀପ l ମଝିଆ ପୁଅର ମୃତ୍ୟୁ ପରେ ସାନ ପୁଅ ବୈଦ୍ୟନାଥ ହିଁ ବାପା ମାଙ୍କର ଥିଲା ଏକ ମାତ୍ର ସହା ଭରସାl ସେତେବେଳେ ଭରତଙ୍କର ସନ୍ଦେହଜନକ ମୃତ୍ୟୁରେ ମୃତଦେହ ଫେରାଇ ଆଣିବାକୁ ଅସମର୍ଥ ପରିବାରବର୍ଗଙ୍କ ନିକଟକୁ ମୃତଦେହ ଫେରାଇ ଆଣିବାର ତତ୍କାଳୀନ ଏସଡିସି ଅଧ୍ୟକ୍ଷ ଡ. ଦେବାଶିଷ ମାଣ୍ଡିଙ୍କ ସହାୟତାର ହାତ ବଢ଼ାଇଥିଲେ ଓ ଶବ ଆଣିବାର ବ୍ୟବସ୍ଥା କରିଥିଲେ। ହେଲେ ଏବେ କାପୁରମରେ ଛାତିଥରା ସଡକ ଦୁର୍ଘଟଣାରେ ଖଣ୍ଡବିଖଣ୍ଡିତ ହୋଇଯାଇଥିବା ବୈଦ୍ୟନାଥଙ୍କ ମୃତଦେହକୁ ଆଖି ଆଗରେ ଦେଖୁବାକୁ ଧର୍ଯ୍ୟନଥିବା ବୃଦ୍ଧ ବାପା, ମା’ କିଭଳି ସାନପୁଅର ମୃତଦେହକୁ ତାମିଲନାଡୁରୁ ଫେରାଇ ଆଣି ଘରେ ପ‌ହଞ୍ଚାଇବେ ସେନେଇ ମଧ୍ୟ ସେମାନ ସମ୍ପୂର୍ଣ୍ଣ ଅସମର୍ଥ। ଗୁରୁବାର ସକାଳେ କାପୁରମରେ କାମ କରୁଥିବା ଗାଁ ପିଲାଠାରୁ ବୈଦ୍ୟନାଥଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଖବର ପାଇ ପୁରା ପରିବାର ନିଃସହାୟ ହୋଇପଡିଥିବା ବେଳେ ପୁରା ପରିବାରବର୍ଗ ଓ ଗ୍ରାମବାସୀ ଗ୍ରାମର ଦୁଇଭାଇଙ୍କୁ ହରାଇବା ଯୋଗୁଁ ପୁରା ଗାଁରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।  

ଆହୁରି ପଢ଼ନ୍ତୁ: India vs South AfricaT20I: ତିଲକ-ହାର୍ଦ୍ଦିକଙ୍କ ବିସ୍ଫୋରକ ବ୍ୟାଟିଂ, ଦକ୍ଷିଣ ଆଫ୍ରିକାକୁ ୨୩୨ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe