Tribal People Meet President: ରାଷ୍ଟ୍ରପତିଙ୍କୁ ଗୁହାରି କଲା ଜାତୀୟ ଆଦିବାସୀ 'ହୋ' ଭାଷା କ୍ରିୟାନୁଷ୍ଠାନ କମିଟି

ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନଠାରେ ଅଲ ଇଣ୍ଡିଆ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ୧୨ ଜଣିଆ ପ୍ରତିନିଧି ମଣ୍ଡଳୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଆଦିବାସୀ ‘ହୋ’ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

IMG-20251102-WA0385

People from Ho community meet President Draupadi Murmu. Photograph: (sambad.in)

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ଜାତୀୟ ଆଦିବାସୀ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ମଣ୍ଡଳୀ। ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନଠାରେ ଅଲ ଇଣ୍ଡିଆ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ୧୨ ଜଣିଆ ପ୍ରତିନିଧି ମଣ୍ଡଳୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଆଦିବାସୀ ‘ହୋ’ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାପୂର୍ବରୁ ୨୦୨୩ରେ ମଧ୍ୟ ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ନିକଟରେ ଏକ ଦାବିପତ୍ର ଦାଖଲ କରିଥଲେ। ରାଷ୍ଟ୍ରପତି ଆଦିବାସୀ ହୋ-ଭାଷାର ସ୍ୱୀକୃତି ବିଷୟରେ ଅତ୍ୟନ୍ତ ସକରାତ୍ମକ କଥା କହିଥିଲେ। ଆଦିବାସୀ ହୋ ଭାଷାରେ ପ୍ରତିନିଧୀଙ୍କ ସହିତ ଆଦିବାସୀ ହୋ-ଭାଷାରେ ମଧ୍ୟ ଆଲୋଚନା ଓ କଥାବାର୍ତା ହୋଇଥିଲେବ।

୫୦ ଲକ୍ଷ ଲୋକଙ୍କର ଦୈନନ୍ଦିନ ଭାଷା

ଏହି କମିଟିର ଜାତୀୟ ସଭାପତି ରାମରାଇ ମୁଣ୍ଡୁୟା କହିଛନ୍ତି ଯେ ସମ୍ପୂର୍ଣ ଦେଶର ୫୦ ଲକ୍ଷରୁ ଅଧିକ ଲୋକ ଦୈନନ୍ଦିନ ଜୀବନରେ ଏହି ହୋ ଭାଷା ବ୍ୟବହାର କରନ୍ତି। ଏହି ହୋ-ଭାଷା ସ୍ୱୀକୃତି ପାଇଁ ବହୁ ବର୍ଷ-ଧରି ହୋଭାଷା ଭାଷୀ ଲୋକେ ସଙ୍ଘର୍ଷ ଜାରି ରଖିଛନ୍ତି। ପରିପେକ୍ଷୀରେ ଓଡ଼ିଶା ଏବଂ ଝାରଖଣ୍ଡ ସରକାର ଦ୍ୱାରା କେନ୍ଦ୍ର ସରକାରଙ୍କୁ ପାଖରେ ଆଦିବାସୀ "ହୋ" ଭାଷାକୁ ସଂବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ଓ ସ୍ବୀକାରୋକ୍ତି ଦେଇ ସାମିଲ କରିବାକୁ ଅନୁରୋଧ କରାଯାଇଛି। 

ଆହୁରି ପଢ଼ନ୍ତୁ: Crowd In Temple: ଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡ଼; ମହିଳା ଗୁରୁତର

କେନ୍ଦ୍ରମନ୍ତ୍ରୀ ଦେଇଥିଲେ ପ୍ରତିଶ୍ରୁତି

ଗତବର୍ଷ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଷ୍ଟମ ଅନୁସୂଚୀରେ “ହୋ” ଭାଷାକୁ ଅନ୍ତର୍ଭୁକ୍ତ କରିବାକୁ ଆଶ୍ବାସନ ଓ  ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଏବଂ ଝାଡଖଣ୍ଡ ସରକାର ଏବଂ ଓଡ଼ିଶା ସରକାର ମଧ୍ୟ ବହୁ ବର୍ଷ ପୂର୍ବରେ ଭାରତ ସରକାରଙ୍କୁ ସୁପାରିଶ ପତ୍ର ପଠାଇ ସାରିଛନ୍ତି ଏବଂ ଏହି ହୋ ଭାଷାକୁ  ଦ୍ୱିତୀୟ ରାଜଭାଷା ଭାବରେ ଝାଡଖଣ୍ଡ ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ହୋଇସାରିଛି। ଜାତୀୟ କାର୍ଯ୍ୟନିର୍ବାହୀ ସଭାପତି ସୁରା ବିରୁଲି କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଏତେ ବଡ  ଆଦିବାସୀ ହୋ-ଭାଷା ଜନସଂଖ୍ୟାରେ ମାତୃଭାଷାର ସୁରକ୍ଷା ତଥା ସଂରକ୍ଷଣ ପାଇଁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଥିବା ବେଳେ ସ୍ୱଳ୍ପ ଭାଷା ବିଶିଷ୍ଟ ତଥା ସୀମିତ ସାହିତ୍ୟିକ ବିକାଶ ସହ ଅନେକ ଭାଷାକୁ ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ ହୋଇସାରିଛି।  

ଆହୁରି ପଢ଼ନ୍ତୁ: Attack On Bull: ମରିଗଲା ମାନବିକତା: ବ୍ରେଡ୍‌ ଖାଇଲା ବୁଲା ଷଣ୍ଢ, ଛୁରୀ ଭୁସିଲା ଦୋକାନୀ

ଆଦିବାସୀ ସଂସ୍କୃତି ଭାଷା ପରମ୍ପରା ଜୀବନ୍ତ ହେବ

ଭାରତୀୟ ସଂବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୂକ୍ତ  କରିବା ପାଇଁ ଆମେ ଦୣଢ଼ ଭାବରେ ବିଶ୍ବାସ କରୁଅଛୁ ଯେ  ଆମରି ହୋ-ଭାଷାର ସାହିତ୍ୟ ଏବଂ ସଂସ୍କୃତିର ସଂରକ୍ଷଣ ତଥା ଭାରତୀୟ ସାମ୍ବିଧାନିକ ସ୍ୱୀକୃତି ଦେଲେ ଏହାର ପ୍ରଚାର ପ୍ରସାରରେ ସହାୟକ ହେବ, ଯାହାଦ୍ୱାରା ଭାରତର ଭାଷା ବିବିଧତା ଏବଂ ଆଦିବାସୀ ସଂସ୍କୃତି ଭାଷା ପରମ୍ପରା ଜୀବନ୍ତ ହେବ। ଆମେ ଆଶା କରୁଛୁ ଯେ ଭାରତର ସମ୍ବିଧାନର ଅଷ୍ଟମ ଅନୁସୂଚୀ ରେ ଆଦିବାସୀ ହୋ-ଭାଷାକୁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ସ୍ୱୀକୃତି ଦେବେ ଏବଂ ଏହାର ଉପଯୁକ୍ତ ସ୍ଥାନ ପାଇବ ବୋଲି ଆଶା ଓ ବିସ୍ଵାଶ କରୁଛୁ। ଏହି  ୧୨ଜଣିଆ ପ୍ରତିନିଧି ଦଳରେ ଜାତୀୟ ସଭାପତି ରାମରାଇ ମୁଣ୍ଡୁୟା, ରାଷ୍ଟ୍ରୀୟ କାର୍ଯ୍ୟନିର୍ବାହୀ ସଭାପତି ସୁରା ବିରୁଲି, ବାଜୁ ଚନ୍ଦ୍ର ସିର୍କା, ଗିରିଶ ଚନ୍ଦ୍ର ହେମ୍ବ୍ରୋମ୍, ଶାନ୍ତି ସିଡୁ, ବସନ୍ତ କୁମାର ବୁଡ଼ିଉଲି, ଫୁଲମୁତୀ ସିର୍କା, ଖିରୋଦ ହେମ୍ବ୍ରମ, ଗୋପୀନାଥ ଲାଗୁରି, ଶାନ୍ତି ସିଦ୍ଧୁ, ଗୋମେୟା ଓମଙ୍ଗ, ଜଗନ୍ନାଥ କେରାଇ, ନିକିତା, ବିରୁଲି ଓ ସୁରା ବିରୁଲି ଜାତୀୟ କାର୍ଯ୍ୟନିର୍ବାହୀ ସଭାପତି ଅଲ ଇଣ୍ଡିଆ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe