ଗୋରୁମହିଷାଣୀ ଅଞ୍ଚଳରୁ ଦେଶୀ ମଦ ସହ ମହୁଲ ପୋଚ ଜବତ, ୨ ଗିରଫ

ରାଇରଙ୍ଗପୁର ଅବକାରୀ ଥାନା ଦ୍ଵାରା ଗୋରୁମହିଷାଣୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ୩୯୫ ଲିଟର ଦେଶୀ ରନ୍ଧା ମଦ ଓ ୬୪୦୦ ଲିଟର ମହୁଲ ପୋଚ ଜବତ କରିବା ସହିତ ଘାଗରଢିପା ଗ୍ରାମର ସୁନ୍ଦର ମାଝୀ ଓ ଛତ୍ରମଣ୍ଡଳ ଗ୍ରାମର ଠାକୁରା ମାହାଲିଙ୍କୁ ଘଟଣା ସ୍ଥଳରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Arrest for wine.

Arrest for wine. Photograph: (Sambad )

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅବକାରୀ ଉପ ଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଘାଗରାଢିପା, ଭୀମଖନ୍ଦା ଓ ଛତ୍ରମଣ୍ଡଳ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୩୯୫ ଲିଟର ଦେଶୀ ରନ୍ଧା ମଦ ଓ ୬୪୦୦ ଲିଟର ମହୁଲ ପୋଚ ଜବତ କରିବା ସହିତ ଘାଗରଢିପା ଗ୍ରାମର ସୁନ୍ଦର ମାଝୀ ଓ ଛତ୍ରମଣ୍ଡଳ ଗ୍ରାମର ଠାକୁରା ମାହାଲିଙ୍କୁ ଘଟଣାସ୍ଥଳରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଏହି ଖବର ପଢ଼ନ୍ତୁ: ଢାବାରୁ ବାଘଛାଲ ଜବତ, ଦୁଇ ରାଜସ୍ଥାନୀ ସମେତ ୭ ଗିରଫ

ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଘାଗରାଢିପା, ଭୀମଖନ୍ଦା ଓ ଛତ୍ରମଣ୍ଡଳ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୩୯୫ ଲିଟର ଦେଶୀ ରନ୍ଧା ମଦ ଓ ୬୪୦୦ ଲିଟର ମହୁଲ ପୋଚ ଜବତ କରିବା ସହିତ ଘାଗରଢିପା ଗ୍ରାମର ସୁନ୍ଦର ମାଝୀ ଓ ଛତ୍ରମଣ୍ଡଳ ଗ୍ରାମର ଠାକୁରା ମାହାଲିଙ୍କୁ ଘଟଣାସ୍ଥଳରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଏହି ଖବର ପଢ଼ନ୍ତୁ: ଦେଶ-ବିଦେଶରେ ଓଡ଼ିଶାର ଆଦିବାସୀ ସଂସ୍କୃତି ପ୍ରଚାର କରିବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଜବତ ହୋଇଥିବା ଦେଶୀ ରନ୍ଧା ମଦ, ମହୁଲ ପୋଚର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢ଼ାଉରେ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ସବର, ବିଶୋଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପିଙ୍କି ମାରାଣ୍ଡି, ସହ ଉପନିରୀକ୍ଷକ ସୁଧାଂଶୁ ବେହେରା, କନେଷ୍ଟବଳ ଦିଲ୍ଲୀପ କୁମାର ଜେନା,ବିପ୍ଳବ କୁମାର ମଲ୍ଲିକ,ବୁଦ୍ଧଦେବ ମହନ୍ତ, ତମନ ପରିଡ଼ା, ସଂଜୀବ ମହାପାତ୍ର,ରାଜେନ୍ଦ୍ର ସେନାପତି, ପ୍ରିୟଙ୍କା ମହନ୍ତ, ଫୁଲମଣୀ ହାଁସଦା ପ୍ରଭୃତି ସାମିଲ ଥିଲେ। ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ୪ ଟି ମାମଲା ରୁଜ୍ଜୁ କରାଯାଇଛି।

ଏହି ଖବର ପଢ଼ନ୍ତୁ: ପାଣିକୋଇଲି ଗୁଳିକାଣ୍ଡ: ଦୁଃଖ ପ୍ରକାଶ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe