Villagers Opposed: ଶ୍ମଶାନରେ ବିଦ୍ୟୁତ୍ ଖୁଣ୍ଟ ପୋତିବାକୁ ବିରୋଧ

ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଶ୍ମଶାନରେ ଟ୍ରାନ୍ସଫର୍ମର ବସାଇବା ନିମନ୍ତେ ଖୁଣ୍ଟ ପୋତିବାକୁ ନେଇ ଗ୍ରାମବାସୀ ବିରୋଧକୁ କରିଛନ୍ତି। ବାଧ୍ୟ ହୋଇ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କଲେ ଗ୍ରାମବାସୀ।

Rairangpur

Villagers opposed electric department. Photograph: (sambad.in)

ରାଇରଙ୍ଗପୁର: ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଶ୍ମଶାନରେ ଟ୍ରାନ୍ସଫର୍ମର ବସାଇବା ନିମନ୍ତେ ଖୁଣ୍ଟ ପୋତିବାକୁ ନେଇ ଗ୍ରାମବାସୀ ବିରୋଧକୁ କରିଛନ୍ତି। ବାଧ୍ୟ ହୋଇ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କଲେ ଗ୍ରାମବାସୀ।

ଅଭିଯୋଗ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଳକ୍ ଅନ୍ତର୍ଗତ ବଡ଼ଡାଳିମା ଗ୍ରାମର କଲ୍‌ହସାହିରେ ଦୀର୍ଘ ବର୍ଷ ହେଲା କଲ୍‌ହ ସମ୍ପ୍ରଦାୟର ଲୋକଙ୍କ ପାଇଁ ଶ୍ମଶାନ ଥିଲା। ସରକାରଙ୍କ ପକ୍ଷରୁ ଶ୍ମଶାନ ଉନ୍ନତିକରଣ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ମଧ୍ୟ ହୋଇଛି। ତେବେ ଗତ ୩ ମାସ ପୂର୍ବରୁ ଗ୍ରାମବାସୀ ପକ୍ଷରୁ ବିଦ୍ୟୁତ୍ ବିଭାଗକୁ ଟ୍ରାନ୍ସଫର୍ମର ବସାଇବାକୁ ବିରୋଧ କରିଥିବା ବେଳେ ବିଦ୍ୟୁତ ବିଭାଗ ସେଠାରେ ନବସାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କିଛିଦିନ ପୂର୍ବରୁ ଗ୍ରାମବାସୀଙ୍କ ବେଖାତିର କରି ମଶାଣି ମଝିରେ ଦୁଇଟି ବିଦ୍ୟୁତ୍ ଖୁଣ୍ଟ ପୋତି ଦେଇଛି, ଯାହାକି ଭବିଷ୍ୟତରେ ଗ୍ରାମବାସୀଙ୍କ ଶବ ସତ୍କାର କରିବା ସମୟରେ ବାଧା ସୃଷ୍ଟି ହେବା ସହିତ  ବିଦ୍ୟୁତ୍ ଜନିତ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି।

ଲିଖିତ ଦାବି କଲେ ଗ୍ରାମବାସୀ

ଏନେଇ ଆଜି ଗ୍ରାମବାସୀ ଉକ୍ତ ଟ୍ରାନ୍ସଫର୍ମରକୁ ଅନ୍ୟତ୍ର ବସାଇବା ନିମନ୍ତେ ଉପଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।  ଗ୍ରାମବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ବିଭାଗ ଉକ୍ତ ଟ୍ରାନ୍ସଫର୍ମର ଖୁଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର କରୁଛି ନା ଗ୍ରାମବାସୀଙ୍କୁ ଅସୁବିଧା ଭିତରେ ରଖୁଛି ତାହା ଦେଖିବାକୁ ବାକି ରହିଲା। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଗ୍ରାମର ଶୋଷି କପୁର ତିଉ, ମୁଟୁ ନାଗ, ବିଜୟ ନାଏକ, ଦୁର୍ଗା ଚରଣ ବଦ୍ରାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: କେବେ ଆତଙ୍କୀ ଆକ୍ରମଣ ତ କେବେ ବଡ଼ ବିସ୍ଫୋରଣ, ଦେଶ ପାଇଁ ଅଶୁଭ ‘ନଭେମ୍ବର’… ଜାଣନ୍ତୁ କେବେ ହୋଇଛି କଣ ?

ଆହୁରି ପଢ଼ନ୍ତୁ: Women are not Safe in West Bengal: ମହିଳା ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ଅସୁରକ୍ଷିତ ମହିଳା, ମାସେ ନପୂରୁଣୁ ପୁଣି ଜଘନ୍ୟକାଣ୍ଡ…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe