ଇସ୍ପାତ ସହରର ପାରଦ ଖସୁଛି

Advertisment

ରାଉରକେଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଲାଣି। ବିଶେଷକରି ଗତ ଦୁଇଦିନ ହେଲା ପାରଦ ଆଖିଦୃଶିଆ ଖସିଛି। ମଙ୍ଗଳବାର-ବୁଧବାର ରାତିରେ ସହରର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ରହିଥିଲା, ଯାହାକି ଚଳିତବର୍ଷର ସର୍ବନିମ୍ନ। ସେହିଭଳି ୧୧ ତାରିଖରେ ତାପମାତ୍ରା ୧୪ ଡିଗ୍ରି ରହିଥିଲା...

ରାଉରକେଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଲାଣି। ବିଶେଷକରି ଗତ ଦୁଇଦିନ ହେଲା ପାରଦ ଆଖିଦୃଶିଆ ଖସିଛି। ମଙ୍ଗଳବାର-ବୁଧବାର ରାତିରେ ସହରର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ରହିଥିଲା, ଯାହାକି ଚଳିତବର୍ଷର ସର୍ବନିମ୍ନ। ସେହିଭଳି ୧୧ ତାରିଖରେ ତାପମାତ୍ରା ୧୪ ଡିଗ୍ରି ରହିଥିଲା...

WhatsApp Image 2024-12-13 at 8.57.41 AM

ରାଉରକେଲା: ରାଉରକେଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଲାଣି। ବିଶେଷକରି ଗତ ଦୁଇଦିନ ହେଲା ପାରଦ ଆଖିଦୃଶିଆ ଖସିଛି। ମଙ୍ଗଳବାର-ବୁଧବାର ରାତିରେ ସହରର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ରହିଥିଲା, ଯାହାକି ଚଳିତବର୍ଷର ସର୍ବନିମ୍ନ। ସେହିଭଳି ୧୧ ତାରିଖରେ ତାପମାତ୍ରା ୧୪ ଡିଗ୍ରି ରହିଥିଲା।

ଏହା ପୂର୍ବରୁ ସହରର ସର୍ବନିମ୍ନ ତାପମାତ୍ରା ୧୪/୧୫ ଡିଗ୍ରି ଥିବା ରେକର୍ଡ କରାଯାଇଛି। ଗତ ୧୦ ତାରିଖରେ ତାପମାତ୍ରା ୧୫.୮ ଡିଗ୍ରି, ୯ ତାରିଖରେ ୧୪.୫ ଡିଗ୍ରି, ୮ ତାରିଖରେ ୧୪.୮ ଡିଗ୍ରି, ୭ ତାରିଖରେ ୧୫ ଡିଗ୍ରି, ୬ ତାରିଖରେ ୧୫.୪ ଡିଗ୍ରି ଓ ୫ ତାରିଖରେ ୧୬ ଡିଗ୍ରି ରହିଥିଲା। ପ୍ରବଳ ଥଣ୍ଡା ସାଙ୍ଗକୁ ଘନକୁହୁଡ଼ି ଜନସାଧାରଣଙ୍କୁ ନାକେଦମ୍‌ କଲାଣି।

ରାତି ପ୍ରାୟ ୯/୧୦ଟାରୁ କୁହୁଡ଼ି ପରିଲକ୍ଷିତ ହେଉଛି। ଏହା ସକାଳ ୮/୯ଟା ଯାଏ ବଳବତ୍ତର ରହୁଛି। ମାତ୍ରାଧିକ କୁହୁଡ଼ି ଯୋଗୁଁ ଗମନାଗମନ ବହୁମାତ୍ରାରେ ବାଧାପ୍ରାପ୍ତ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ:ଓଡ଼ିଶାର ଦୁଇ ଯୁବକ ଝାଡ଼ଖଣ୍ଡରେ ନିଖୋଜ! ଉଦ୍ଧାର ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ 

ବିଶେଷକରି ରିଂରୋଡ୍‌ରେ ଏହା ସଙ୍ଗୀନ ସମସ୍ୟା ସୃଷ୍ଟି କରୁଛି। ଏତଦ୍‌ବ୍ୟତୀତ ସେକ୍ଟର-୩ ପଡ଼ିଆରେ ଥିବା ନେପାଳୀ ଶୀତବସ୍ତ୍ର ବଜାର, ଦୀପ୍ତି ହୋଟେଲ ପାଖ ଶୀତବସ୍ତ୍ର ବଜାର ସମେତ ସହରର ବିଭିନ୍ନ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।

ଅଧିକ ପଢ଼ନ୍ତୁ: ପୁଣି ଜାଡ଼ରେ ଥରିବେ ନିରାଶ୍ରୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe