ବିମାନବନ୍ଦର ସମ୍ପ୍ରସାରଣ ନେଇ ସମୀକ୍ଷା ବୈଠକ କଲେ ରାଜସ୍ବମନ୍ତ୍ରୀ

ଆବଶ୍ୟକ ଜାଗା ଓ ଅନ୍ୟାନ୍ୟ ସମସ୍ୟାରୁ ରାଉରକେଲାରେ ନିୟମିତ ବିମାନସେବା, ୪ସି ଲାଇସେନ୍ସ ପ୍ରଦାନ, ରାତ୍ରୀକାଳୀନ ଉଡାଣ ବ୍ୟବସ୍ଥା ହୋଇପାରୁନଥିବା କୁହାଯାଉଛି। ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଆବଶ୍ୟକ ଜାଗା ଯୋଗାଇଦେବାକୁ ପଛଘୁଞ୍ଜା ଦେଉଥିବାରୁ ଏଭଳି ସମସ୍ୟା ଉପୁଜିଛି...

Minister of Revenue held a review meeting regarding the expansion of the airport

Minister of Revenue held a review meeting regarding the expansion of the airport Photograph: (sambad.in)

ରାଉରକେଲା: ଆବଶ୍ୟକ ଜାଗା ଓ ଅନ୍ୟାନ୍ୟ ସମସ୍ୟାରୁ ରାଉରକେଲାରେ ନିୟମିତ ବିମାନସେବା, ୪ସି ଲାଇସେନ୍ସ ପ୍ରଦାନ, ରାତ୍ରୀକାଳୀନ ଉଡାଣ ବ୍ୟବସ୍ଥା ହୋଇପାରୁନଥିବା କୁହାଯାଉଛି। ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଆବଶ୍ୟକ ଜାଗା ଯୋଗାଇଦେବାକୁ ପଛଘୁଞ୍ଜା ଦେଉଥିବାରୁ ଏଭଳି ସମସ୍ୟା ଉପୁଜିଛି।

ପ୍ରତିବାଦରେ ରାଉରକେଲା ଏୟାରପୋର୍ଟ ଆକ୍ସନ କମିଟି, ବିଜେଡ଼ି, କଂଗ୍ରେସ ସମେତ ଅନ୍ୟାନ୍ୟ ସଙ୍ଗଠନଗୁଡ଼ିକରୁ ଆନ୍ଦୋଳନ କରାଯାଇଛି। ଏୟାରପୋର୍ଟ ଆକ୍ସନ କମିଟି ପକ୍ଷରୁ ବିମାନବନ୍ଦର ଆଗରେ ଧାରଣା ଜାରି ରହିଛି।

ଜାଗା ବିବାଦକୁ ନେଇ ଶନିବାର ରାଉରକେଲା ହାଉସ୍‌ରେ ଜିଲ୍ଲା ପ୍ରଶାସନ, ଆର୍‌ଏସ୍‌ପି ଅଧିକାରୀଙ୍କ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଆଲୋଚନା କରିଛନ୍ତି। ସମୀକ୍ଷା ବୈଠକରେ ଉପସ୍ଥିତ ଥିବା ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି କହିଛନ୍ତି, ଜାଗା ବିବାଦ ସମ୍ପର୍କିତ ଫାଇଲ୍‌ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଡିଛି। 

ହେଲେ ଆଜି ପର୍ଯ୍ୟନ୍ତ କୌଣସି ବିଭାଗ ଏ ସଂକ୍ରାନ୍ତରେ ଆଲୋଚନା କରିନାହାନ୍ତି। ଖୁବ୍‌ଶୀଘ୍ର ଭୁବନେଶ୍ବରରେ ଉଚ୍ଚସ୍ତରୀୟ ବୈଠକ ବସିବାକୁ ଯାଉଛି। ବୈଠକରେ ଆର୍‌ଏସ୍‌ପି, ରାଜ୍ୟ ପରିବହନ ବିଭାଗ, ଏୟାର ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ), ସ୍ଥାନୀୟ ପ୍ରଶାସନ ଓ ରାଜସ୍ବ ବିଭାଗ ମଧ୍ୟରେ ସମନ୍ବୟ ବୈଠକ ବସିବ।

ବିମାନବନ୍ଦର ସମ୍ପ୍ରସାରଣ ପାଇଁ କେତେ ଜାଗାର ଆବଶ୍ୟକତା ରହିଛି, ଏଏଆଇ ନିର୍ଦ୍ଧାରଣ କରିବେ। ସେକ୍ଟର-୧୩ ପର୍ଯ୍ୟନ୍ତ ଜାଗାର ଆବଶ୍ୟକତା ରହିଛି କି ନାହିଁ, ଏଏଆଇର ଅଧିକାରୀ ଉଭୟ ରାଜସ୍ବ, ପରିବହନ ଓ ସ୍ଥାନୀୟ ପ୍ରଶାସନକୁ ଜଣାଇବେ। 

ପର ଆର୍‌ଏସ୍‌ପି ଓ ରାଜ୍ୟ ସରକାର ମିଳିତ ବୈଠକରେ ଜାଗା ବିବାଦର ସମାନ ହେବା ପରେ ସମ୍ପ୍ରସାରଣ କାମ ଆଗେଇବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ରାଉରକେଲା ବିମାନବନ୍ଦର ରନୱେ ପୂର୍ବରୁ ୧୭୬୫ ମିଟର ରହିଥିଲା। ପରବର୍ତ୍ତୀ ସମୟରେ ଏହାକୁ ସମ୍ପ୍ରସାରଣ କରି ୧୯୩୦ ମିଟକୁ ବୃଦ୍ଧି କରାଯାଇଛି। ବାଣିଜ୍ୟିକ ଦୃଷ୍ଟିରୁ ବଡ଼ ବିମାନ ଅବତରଣ ଓ ଉଡାଣ ପାଇଁ  ସମ୍ପ୍ରସାରଣ ଓ ରନୱେ ବଢ଼ାଇବାର ଆବଶ୍ୟକତା ରହିଛି।

ରାଉରକେଲା ହେଉଛି ଓଡ଼ିଶାର ଶିଳ୍ପ ରାଜଧାନୀ। ରାଉରକେଲା ଇସ୍ପାତ କାରଖାନା ସମେତ ଅନେକ ଛୋଟବଡ଼ କାରଖାନା, ଏନ୍‌ଆଇଟି ଭଳି ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ରହିଛି। ଉପଯୁକ୍ତ ବିମାନସେବା ନଥିବାରୁ ୭ ଲକ୍ଷରୁ ଅଧିକ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହିତ ବାଣିଜ୍ୟ ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ମେଡିକାଲକୁ ବାହାରୁ ନିୟମିତ ବିମାନ ସେବା ନଥିବାରୁ ଭଲ ଡାକ୍ତର ମଧ୍ୟ ଆସୁନାହାନ୍ତି।

ଅଧିକ ପଢ଼ନ୍ତୁ: ମହାକୁମ୍ଭରେ ଶତ୍ରୁ ହେବେ ଏକାଠି: ରୁଷିଆ-ୟୁକ୍ରେନର ରାଷ୍ଟ୍ରଦୂତ ବୁଡ଼ ପକାଇବେ

ତେଣୁ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବିମାନ ସେବାକୁ ସୁବ୍ୟବସ୍ଥିତ କରିବା ଅତ୍ୟନ୍ତ ଜରୁରି। ସେପଟେ ପୂର୍ବରୁ ସପ୍ତାହର ୬ ଦିନ ରାଉରକେଲା-ଭୁବନେଶ୍ବର ମଧ୍ୟରେ ଚାଲୁଥିବା ବିମାନ ଏବେ ୩ ଦିନ ମଧ୍ୟ ଉଡୁନି। ଯାତ୍ରୀମାନଙ୍କୁ ଅନେକ ସମୟରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ରାଜସ୍ବମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଜାଗାସମସ୍ୟା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ‌ହୋଇଥିବାରୁ, ବିମାନବନ୍ଦର ସମ୍ପ୍ରସାରଣ କାମ ଆଗେଇବ ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ: ବିଜେପି ବିବାହ ଶୋଭାଯାତ୍ରାରେ ବର କିଏ: ସଂକଳ୍ପ ପତ୍ର ନେଇ ମନୀଷ ସିସୋଡିଆଙ୍କ କଟାକ୍ଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe