ନବରଙ୍ଗପୁର/କୋଡ଼ିଙ୍ଗା/କୋଷାଗୁମୁଡ଼ା: ତାମିଲନାଡୁର କୋଏମ୍ବାଟୁର ଦୁଇ ମହଲା କୋଠାରେ କାମ କରୁଥିବା ବେଳେ ସେଠାରୁ ଖସି ପଡ଼ି ନବରଙ୍ଗପୁର ଜିଲ୍ଲାରୁ ଯାଇଥିବା ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତ ଦାଦନ ଶ୍ରମିକ ଜଣକ ହେଉଛନ୍ତି ଜିଲ୍ଲାର କୋଷାଗୁମୁଡା ବ୍ଲକର କୋଟାଗାଁ ପଂଚାୟତର ତାରାଗାଁର ସରାବୁ ହରିଜନଙ୍କ ୨୧ବର୍ଷିୟ ପୁଅ ଲଛମୀଧର ହରିଜନ।

Advertisment

ଗତକାଲି ଏହି ଘଟଣା ହୋଇଥିବା ବେଳେ ଆଜି ମୃତକଙ୍କ ବାପା ସରାବୁ ନିଜ ପରିବାରବର୍ଗଙ୍କୁ ନେଇ କୋଏମ୍ବାଟୁର ଯାଇଛନ୍ତି। ଏନେଇ ସୂଚନା ପାଇବା ପରେ ଡାବୁଗାଁ ବିଧାୟକ ମ‌‌ନୋହର ରନ୍ଧାରୀ ଜିଲ୍ଲା ଶ୍ରମ ଅଧିକାରୀ ‌ଛୋଟ ରାୟ ଟୁଡଙ୍କୁ ମରଶରୀର ଆଣିବାର ସୁବ୍ୟବସ୍ଥା କରିବାକୁ କହିଥିଲେ। ପାପାଡାହାଣ୍ଡି ଏଏଲଓ ସଂଗ୍ରାମ ପ୍ରଧାନ ତାରାଗାଁ ଘଟଣାର ତଥ୍ୟ ସଂଗ୍ରହ କରିବାକୁ ଯାଇଥିଲେ। କାମ କରାଉଥିବା ଠିକାଦାର ଜଣକ ମୃତ ଲଛମୀଙ୍କ ମରଶରୀରକୁ ତାରାଗାଁ ଆଣିବା ପାଇଁ ଶବବାହାକ ଭଡାରେ କରାଇ ଦେବେ ବୋଲି ଏଏଲଓ ଶ୍ରୀ ପ୍ରଧାନଙ୍କୁ କହିଥିବା କହିଛନ୍ତି ଡିଏଲଓ ଟୁଡୁ। ତାଙ୍କ ପରିବାରବର୍ଗ ସେଠାରେ ପହଚିଂବା ପରେ ସେଠାକାର ପୁଲିସ ଓ ପ୍ରଶାସନର କିଭଳି ସହଯୋଗ ମିଳିପାରିବ ସେ ଦିଗରେ ଜିଲ୍ଲା ଶ୍ରମ ବିଭାଗ ସହାୟତା ପ୍ରଦାନ କରିବ ବୋଲି କହିଛନ୍ତି ଡିଏଲଓ।

ଆହୁରି ପଢ଼ନ୍ତୁ: Illegal Poaching: ଦୁଇଟି ବାଘଛାଲ ସହ ସମ୍ବରଶିଙ୍ଗ ଜବତ, ବାପପୁଅ ସମେତ ୬ ଜଣ ଗିରଫ

ପଂଜୀକରଣ କରିନାହାନ୍ତି ଯୁବକ

ମୃତ ଲଛମୀଧର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକ ବୋଲି ପଂଜୀକରଣ କରି ନାହାନ୍ତି। ତେଣୁ କ୍ଷତିପୂରଣ ବି ପାଇବ ନାହିଁ ବୋଲି କହିଛନ୍ତି ଡିଏଲଓ। ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇବାକୁ ବୁଦ୍ଧିଜୀବୀ ମହଲରେ ଅନୁରୋଧ କରାଯାଇଛି। ଅଧିକା ମଜୁରୀ ଆଶାରେ ଯାଉଥିବା ବହୁ ଦାଦନଙ୍କ ମଧ୍ୟରୁ କିଛି ମରି ହଜିଯାଉଛନ୍ତ, ଆଉକିଛି ବିଭିନ୍ନ ବିପଦଜନକ ରୋଗ କିଣି ଆଣୁଥିବା ବି ନଜିର ରହିଛି। ମା, ମାଟି ପ୍ରତି ମମତାର ସହ ରହି ଏଠାରେ ଲୋକେ କାହିଁକି କାମ କରି ରହୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସ୍ବେଚ୍ଛାସେବୀ ଚନ୍ଦ୍ର ଧ୍ବଜ ମାଝୀ। ମୃତ ଦାଦନ ଶ୍ରମିକଙ୍କୁ କ୍ଷତିପୂରଣ ଦେବାକୁ ଶ୍ରୀ ମାଝୀ ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: Paddy: ଭଦ୍ରକ ଜିଲ୍ଲାରେ ଖୋଲିନି ମଣ୍ଡି: ଗାଁରେ ବୁଲୁଛନ୍ତି ପଶ୍ଚିମବଙ୍ଗର ବ୍ୟବସାୟୀ