Health: ନବରଂଗପୁରରେ ୩୦୩ ଗର୍ଭବତୀ ସ୍ଥାନାନ୍ତର, ଆବଶ୍ୟକ ଜିନିଷ ପ୍ରସ୍ତୁତ

ବାତ୍ୟା ପ୍ରଭାବରେ ନବରଂଗପୁର ଜିଲ୍ଲାରେ ୩୦୩ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପାଇଁ ରାଜ୍ୟସରକାର ବାହାର ଜିଲ୍ଲାର ୨୨ ଜଣ ସ୍ୱତନ୍ତ୍ର ଡାକ୍ଟରଙ୍କୁ ସାମୟିକ ଭାବେ ନିଯୁକ୍ତି କରିଥିବା କହିଛନ୍ତି ସିଡିଏମଓ ଡ.ସନ୍ତୋଷ ପଣ୍ଡା।

ngp-collector

Pregnant women shifted to hospital in Nabarangpur. Photograph: (sambad.in)

ନବରଙ୍ଗପୁର (ସୁରେଶ ନାଇଡୁ): ବାତ୍ୟା ପ୍ରଭାବରେ ନବରଂଗପୁର ଜିଲ୍ଲାରେ ୩୦୩ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପାଇଁ ରାଜ୍ୟସରକାର ବାହାର ଜିଲ୍ଲାର ୨୨ ଜଣ ସ୍ୱତନ୍ତ୍ର ଡାକ୍ଟରଙ୍କୁ ସାମୟିକ ଭାବେ ନିଯୁକ୍ତି କରିଥିବା କହିଛନ୍ତି ସିଡିଏମଓ ଡ.ସନ୍ତୋଷ ପଣ୍ଡା। ଏମାନଙ୍କ ମଧ୍ୟରୁ ୨ଜଣ ଆସିଥିବା ବେଳେ ବଳକା ୨୦ଜଣ ପହଚିଂବେ ଏବଂ ଏମାନଙ୍କୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଂଚଳରେ ନି‌ୟୋଜିତ କରାଯିବ ବୋଲି କହିଛନ୍ତି ସିଡିଏମଓ। ଜିଲ୍ଲାର ୩୦୩ ଜଣ ଗର୍ଭବତୀ ମା’ଙ୍କୁ ଜିଲ୍ଲାର ୯ ଟି ମା’ ଗୃହ, ପିଏଚସି ଓ ସିଏଚସି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ବୋଲି କହିଛନ୍ତି ସିଡିଏମଓ। ଏଥିସହ ଜିଲ୍ଲାରେ ତିରିଶିଟି ୧୦୮ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି। ଏହା ବାଦେ ସ୍ବତନ୍ତ୍ର ଭାବେ ଡିଏଚଏଚରେ ଆଉ ୨ଟି ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଛି। ଯେଉଁ ସ୍ଥାନରେ ଆବଶ୍ୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଯୋଗାଯୋଗ କରିଲେ ତୁରନ୍ତ ସେଠାକୁ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସିଡିଏମଓ। ଜ୍ୱର, ସାପ କାମୁଡା ମେଡ଼ିସିନ ଓ ଇଞ୍ଜେକ୍ସନ ବ୍ୟାପକ ପରିମାଣରେ ରଖାଯାଇଛି ବୋଲି କହିଛନ୍ତି ସିଡିଏମଓ।

ଇନ୍ଦ୍ରାବତୀ ଜଳସ୍ତର ବୃଦ୍ଧି ଆଶଙ୍କା

ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଠାରେ ଥିବା ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ଇନ୍ଦ୍ରାବତୀ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ରହିଛି। ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୪୨ ମିଟର ରହିଥିବା ବେଳେ ଆଜି ସୁଦ୍ଧା ୬୪୦.୯୨୦ ମିଟର ରହିଛି। ସମ୍ଭାବ୍ୟ ସ୍ଥିତିକୁ ନେଇ ଯେ କୌଣସି ମୁହୂର୍ତ୍ତରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ଉପର ଇନ୍ଦ୍ରାବତୀବନ୍ଧ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନରେଶ ପାତ୍ର ଚିଠି କରିଛନ୍ତି। ଏହା ସହ ଡାକବାଜି ସାହାଯ୍ୟରେ ଇନ୍ଦ୍ରାବତୀ ନଦୀ ତଟବର୍ତ୍ତୀ ଅଂଚଳର ଲୋକଙ୍କୁ ସତର୍କ କରାଯାଇଛି। ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୈପଦୀ କହଁର କୋଷାଗୁମୁଡା ଓ ସାନମସିଗାଁ ଡାକ୍ତରଖାନା ଓ ମାଘରକୁ ଯାଇ ଗର୍ଭବତୀ ମା’ ମାନଙ୍କ ସହ ଅଲୋଚନା କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଡିଆ, ବିଶ୍ବଜିତ ବର୍ମନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜିଲ୍ଲାପରିଷଦ ମୁଖ୍ୟନିର୍ବାହୀ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ବିଭିନ୍ନ ବ୍ଲକକୁ ପଠାଯାଇଛି।   

ଆହୁରି ପଢ଼ନ୍ତୁ: Super Cyclone- ୧୯୯୯ ଓ ୨୦୨୫: ଆଜି ସିନା ଲାଗିଛି ଝଡ଼ର ଝଟକା, ସେଦିନ କିନ୍ତୁ ଥିଲା ଝଡ଼ର ପୂର୍ବର ନିରବତା…

ଜଳଭଣ୍ଡାରର ୮୯.୧୬ ପ୍ରତିଶତ ଜଳ ଗଛିତ

ଇନ୍ଦ୍ରାବତୀ ଜଳଭଣ୍ଡାରର ୮୯.୧୬ ପ୍ରତିଶତ ଜଳ ଗଛିତ ଅଛି। ବର୍ଷାର ପରିମାଣ କେତେ ରହିବ ଓ ଜଳଭଣ୍ଡାରରେ କେତେ ପରିମାଣର ଜଳ ଗଛିତ ହେଉଛି ତାହା ଦେଖିବା ପରେ ଜଳ ନିଷ୍କାସନ ନେଇ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। ଗେଟ୍‌ ଖୋଲି ପାଣି ନିଷ୍କାସନ କରାଯାଏ ତାହାହେଲେ ତଳଭଗରେ ଥିବା ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡ଼ା ବ୍ଲକର ନଦୀ ତଟବର୍ତ୍ତୀ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: Cyclone Montha Updates: ବାତ୍ୟା ପାଇଁ ପର୍ଯ୍ୟଟକଙ୍କ ଲାଗି ଆସନ୍ତାକାଲି ଶିମିଳିପାଳ ଓ ନନ୍ଦନକାନନ ବନ୍ଦ

୩୩ଜଣିଆ ଓଡ୍ରାଫ୍‌ ଟିମ୍‌

ବଲାଙ୍ଗୀରରୁ ନବରଙ୍ଗପୁର ପହଞ୍ଚିଛନ୍ତି ଗୋଟିଏ  ଓଡ୍ରାଫ ଟିମର ଗୋଟିଏ ୟୁନିଟ। ୟୁନିଟରେ ତିନି ଜଣ ଡ୍ରାଇଭରଙ୍କ  ସହିତ ମୋଟ ୩୩ ଜଣ ସଦସ୍ୟ ଆସିଛନ୍ତି। ଏମାନଙ୍କୁ ତିନି ଭାଗ କରି ଉମରକୋଟ, ପାପାଡାହାଣ୍ଡିର ମକିଆ ଓ ନବରଙ୍ଗପୁରରେ ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲା ଜରୁରୀ ଅଧିକାରୀ ଗୀତାଂଜଳି ବେହେରା। ଅପରପକ୍ଷରେ ବାତ୍ୟାର ପ୍ରଭାବକୁ ଭୟଭୀତ ହୋଇ କିଛି ଚାଷୀ ଗତ ୩ଦିନ ହେବ ଧାନ କାଟିବା ପରେ ଜମିରେ ସୁଖିବାକୁ ନ ଦେଇ ତୁରନ୍ତ ନିଜ ନିଜ ଖଳାକୁ ନେଇ ତାର‌ଫୋଲିନ୍ ଓ ପଲିଥିନଜରିରେ ଧାନ କୁପାକୁ ଘୋଡାଇ ରଖୁଛନ୍ତି। ଠିଆ ହୋଇଥିବା ଧାନ, ମକା, ଆଖୁ ଆଦି ଉପରେ ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧି ରଂଜନ ବେହେରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe