Advertisment

Neglected: ମହିଳାର ଆଶ୍ରୟ ସ୍ଥଳୀ ପାଲଟିଛି ଖୋଲା ଆକାଶ, ମାସେ ହେଲା ଥଣ୍ଡା କାକରରେ କଟୁଛି ଜୀବନ

Advertisment

ଜଣେ ବ୍ୟକ୍ତିକୁ ସମାଜରେ ବଞ୍ଚି ରହିବାକୁ ହେଲେ ଖାଦ୍ୟ, ବସ୍ତ୍ର ଓ ବାସଗୃହର ନିହାତି ଆବଶ୍ୟକତା ରହିଛି। ଏଥି ମଧ୍ୟରୁ ଗୋଟିଏ ମଧ୍ୟ ନ ଥିଲେ ଦୁନିଆରେ ବଞ୍ଚିବା କାଠିକର ପାଠ ହୋଇଯିବ। ତେବେ ଜଣେ ମହିଳା ପୌଷ ମାସର ଭୀଷଣ ଥଣ୍ଡାରେ ଖୋଲା ଆକାଶ ତଳେ ଆଶ୍ରୟ ନେଇ ବଞ୍ଚିବାର ସଂଘର୍ଷ କରୁଛନ୍ତି।

ଜଣେ ବ୍ୟକ୍ତିକୁ ସମାଜରେ ବଞ୍ଚି ରହିବାକୁ ହେଲେ ଖାଦ୍ୟ, ବସ୍ତ୍ର ଓ ବାସଗୃହର ନିହାତି ଆବଶ୍ୟକତା ରହିଛି। ଏଥି ମଧ୍ୟରୁ ଗୋଟିଏ ମଧ୍ୟ ନ ଥିଲେ ଦୁନିଆରେ ବଞ୍ଚିବା କାଠିକର ପାଠ ହୋଇଯିବ। ତେବେ ଜଣେ ମହିଳା ପୌଷ ମାସର ଭୀଷଣ ଥଣ୍ଡାରେ ଖୋଲା ଆକାଶ ତଳେ ଆଶ୍ରୟ ନେଇ ବଞ୍ଚିବାର ସଂଘର୍ଷ କରୁଛନ୍ତି।

Dabugaon

ଡାବୁଗାଁ (ସଂଜୟ ପାଢ଼ୀ): ଜଣେ ବ୍ୟକ୍ତିକୁ ସମାଜରେ ବଞ୍ଚି ରହିବାକୁ ହେଲେ ଖାଦ୍ୟ, ବସ୍ତ୍ର ଓ ବାସଗୃହର ନିହାତି ଆବଶ୍ୟକତା ରହିଛି। ଏଥି ମଧ୍ୟରୁ ଗୋଟିଏ ମଧ୍ୟ ନ ଥିଲେ ଦୁନିଆରେ ବଞ୍ଚିବା କାଠିକର ପାଠ ହୋଇଯିବ। ତେବେ ଜଣେ ମହିଳା ପୌଷ ମାସର ଭୀଷଣ ଥଣ୍ଡାରେ ଖୋଲା ଆକାଶ ତଳେ ଆଶ୍ରୟ ନେଇ ବଞ୍ଚିବାର ସଂଘର୍ଷ କରୁଛନ୍ତି। ଖାଦ୍ୟ ଅଭାବ ସାଙ୍ଗକୁ ବାସ ହିନ ରହିଥିବାରୁ ମହିଳାଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଜଗନ୍ନାଥ ମନ୍ଦିର ସମ୍ମୁଖରେ। 

ଜଣେ ଅଜଣା ମହିଳା ବୟସ ଆନୁମାନିକ ୪୫ ହେବ ଗତ ଏକ ମାସ ହେଲା ଡାବୁଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖ ଡ୍ରେନ ପାଖରେ ଆଶ୍ରୟ ନେଇଛନ୍ତି। କେଉଁ କାରଣରୁ ଏହି ଅଜଣା ମହିଳା ଜଣକ ଡାବୁଗାଁ ଆସି ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ଖୋଲା ଆକାଶ ତଳେ ରହିବା ପାଇଁ ନିଷ୍ପତି ନେଲେ ତାହା ଜଣା ପଡି ନ ଥିବା ବେଳେ ମାନ ଅଭିମାନ କରି ଘରୁ ବାହାରି ଆସିଥିବା ଅନୁମାନ କରାଯାଉଛି। ନିକଟ ଗୌଡ଼ସାହିର ମହିଳାମାନେ ଦୟା ପରବସ ହୋଇ ପ୍ରତିଦିନ ଯାହା ଖାଇବାକୁ ଦିଅନ୍ତି ସେଥିରେ ମହିଳା ଖାଇ ରହି ଯାଉଛନ୍ତି। ଗୋଟିଏ ଲୁଗାରେ ଏହି ମହିଳା କିଛି ଦିନ ଖୋଲା ଆକାଶ ତଳେ ଶୋଇବା ଦେଖି ଗ୍ରାମର କିଛି ବ୍ୟକ୍ତି ଗୋଟିଏ ମସିଣା ଓ ଗୋଟିଏ କମ୍ବଳ ଘୋଡାଇବାକୁ ଦେଇଥିଲେ।

ଆହୁରି ପଢ଼ନ୍ତୁ: 3 Flight Company: ଶସ୍ତା ହେବ ବିମାନ ଯାତ୍ରା: ନୂଆବର୍ଷରୁ ବିମାନ ଚଳାଚଳ କରିବେ ଏହି ତିନି ନୂଆ କମ୍ପାନୀ

ପାରଦ ୮ ଡିଗ୍ରି

ଗତ କିଛି ଦିନ ଧରି ଡାବୁଗାଁରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ରାତ୍ରରେ ପାରଦ ୮ ଡିଗ୍ରି ତଳକୁ ରହୁଛି। ପ୍ରବଳ ଥଣ୍ଡା ପାଇଁ ବଜାର ସନ୍ଧ୍ୟା ୭ ଘଣ୍ଟ ପରେ ଶୁନଶାନ ହେଇ ଯାଉଛି। ଥଣ୍ଡାର ପ୍ରକୋପରୁ ରକ୍ଷା ପାଇବା ପାଇଁ ଲୋକେ ନିଆ ଜାଳି ଥଣ୍ଡା ଦୂର କରୁଛନ୍ତି। କିନ୍ତୁ ଏହି ଅଜଣା ମହିଳା ଜଣକ ପୌଷ ମାସର ପ୍ରବଳ ଥଣ୍ଡାକୁ ଖାତିର ନ କରି ଅସହାୟ ଭାବେ ଖୋଲା ଆକାଶ ତଳେ ଗତ ଏକ ମାସ ହେଲା ରାତ୍ର ଯାପନ କରୁଛନ୍ତି। ସବୁ ଠାରୁ ଆଶ୍ଚର୍ଯ୍ୟର ବିଷୟ ମହିଳାଙ୍କ ଆଶ୍ରୟ ସ୍ଥଳ ରାସ୍ତା ଦେଇ ପ୍ରତିଦିନ ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଜନ ପ୍ରତିନିଧି ଯାତାୟାତ କରୁଥିଲେ ସୁଦ୍ଧା କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଏହି ଅଜଣା ମହିଳାଙ୍କୁ ପ୍ରଶାସନ ତରଫରୁ ସହାୟତା କରାଯିବାକୁ ସାଧାରଣରେ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: Luxurious Watch: ପୃଥିବୀର ସବୁଠୁ ଦାମୀ ଘଣ୍ଟା...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe