Cooling Chamber: ଖତ ଖାଉଛି ୮୪ଲକ୍ଷ ଟଙ୍କାର କୁଲିଂ ଚାମ୍ବର, ରେଫ୍ରିଜେଟର ଭ୍ୟାନ୍‌

ଗତ ନଅ ବର୍ଷ ତଳେ ପ୍ରଶାସନ ପକ୍ଷରୁ ୮୪ଲକ୍ଷ ବ୍ୟୟରେ ୩ଟି  କୋଲଡ଼ ଚାମ୍ବର ସ୍ଥାପନ କରାଯିବା ସହ ୨ଟି ରେଫ୍ରିଜେଟର ଭ୍ୟାନ କିଣା ଯାଇଥିଲା। କୁଲିଂ ଚାମ୍ବର ଓ  ୨ଟି ରେଫ୍ରିଜେଟର ଭ୍ୟାନ ଏବେ ଖତ ଖାଉଛି।

referigerator van koth kauchiee

Cooling van Photograph: (sambad.in)

ନବରଙ୍ଗପୁର (ସୁରେଶ ନାଇଡୁ): ଗତ ନଅ ବର୍ଷ ତଳେ ପ୍ରଶାସନ ପକ୍ଷରୁ ୮୪ଲକ୍ଷ ବ୍ୟୟରେ ୩ଟି  କୋଲଡ଼ ଚାମ୍ବର ସ୍ଥାପନ କରାଯିବା ସହ ୨ଟି ରେଫ୍ରିଜେଟର ଭ୍ୟାନ କିଣା ଯାଇଥିଲା। କୁଲିଂ ଚାମ୍ବର ଓ  ୨ଟି ରେଫ୍ରିଜେଟର ଭ୍ୟାନ୍‌ ଏବେ ଖତ ଖାଉଛି।    

୧୬ ହଜାର ହେକ୍ଟର ଜମିରେ ଚାଷ

ଜିଲ୍ଲାରେ ପନିପରିବା ଚାଷ କରିବା ପାଇଁ ଭିତ୍ତି ଭୂମି, ଜମି, ଭୌଗଳିକ ସୁବିଧା ରହିଛି। ବିଭିନ୍ନ ରକମର ପନିପରିବା, ଆଳୁ, ପିଆଜ ଆଦି ଚାଷ କରିବା ପାଇଁ ୬୦ହଜାର ହେକ୍ଟର ଜମି ପ୍ରଯୁଜ୍ୟ ରହିଥିଲେ ହେଁ ଜିଲ୍ଲାରେ ୧୬ହଜାର ହେକ୍ଟର ଜମିରେ ହିଁ ଏସବୁର ଚାଷ ହେଉଛି। ଗ୍ରାମା˚ଚଳରେ ଚାଷୀ ମାନଙ୍କ ଦ୍ବାରା ଉତ୍ପାଦିତ ଆଳୁ, ପିଆଜ, ପନିପରିବା ଆଦି ବିକ୍ରି କରିବାର ଉତ୍ତମ ବଜାର ନଥିବାରୁ ଏମାନେ ବାଧ୍ୟ ହୋଇ ମଧ୍ୟସ୍ଥି ତଥା ଦଲାଲ ମାନଙ୍କ ହାତରେ କମ୍‌ ଦାମରେ ଠେକି ଦେଉଛନ୍ତି। 

ଆହୁରି ପଢ଼ନ୍ତୁ: Migrant laborers crisis: ଦରମା ବିନା ମାଗଣା କାମ: ଏହି ମୁସଲିମ ଦେଶରେ ଫସି ରହିଛନ୍ତି ୪୮ ଭାରତୀୟ ଶ୍ରମିକ

ଉତ୍ତମ ବଜାର ଯୋଗାଇବା ଲକ୍ଷ୍ୟ

ଚାଷୀଙ୍କୁ ଉତ୍ତମ ବଜାର ଯୋଗାଇବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ପନିପରିବା ଚାଷ, ପିଆଜ, ଆଳୁ ଚାଷ ଓ ଚାଷୀଙ୍କୁ ଅଧିକା ପ୍ରତ୍ସାହିତ କରିବା ପାଇଁ ଉଦ୍ୟାନ ମିଶନ, କୃଷି ମିସନ ଆଦି ଯୋଜନା ସହ ଆଇଟିଡିଏର ବିଭିନ୍ନ ଯୋଜନାରେ ସାମିଲ୍‌ କରି ୩ଟି କୁଲିଂ ଚାମ୍ବର ଓ୨ଟି ୨ଟି ରେଫ୍ରିଜେଟର ଭ୍ୟାନ କିଣାଯାଇଥିଲା। ଜିଲ୍ଲାରେ ଅଧିକା ପନିପରିବା ଚାଷ କରୁଥିବା ଉମରକୋଟ, ପାପାଡାହାଣ୍ତିର ସିରସୀ, କୋଷାଗୁମୁଡ଼ା କାନାଗୁଡା ସହ ଅନ୍ୟାନ୍ୟ ଗାଁକୁ ମିଶାଇ ୧୩ଟି ଗାଁକୁ ଚିହ୍ନଟ କରାଯାଇଥିଲା। ଏସବୁ ଗାଁର ଚାଷୀମାନଙ୍କୁ ନେଇ ଚାଷୀ ଗ୍ରୁପର ଓ ଗ୍ରୁପର କର୍ମକର୍ତ୍ତାଙ୍କୁ ନେଇ ଫାର୍ମର୍ସ‌୍‌ ପ୍ରଡ୍ୟୁସର ଗ୍ରୁପ ଅର୍ଗନାଇଜେସନ୍‌ ଓ ଏହାକୁ ସୋସାଇଟି ନାଁରେ ପଂଜୀକରଣ କରିବାକୁ ବହୁ ବର୍ଷ ଲାଗିଯାଇଥିଲା। 

ଆହୁରି ପଢ଼ନ୍ତୁ: Venkateswara Temple Stamped: ଭେଙ୍କଟେଶ୍ବର ମନ୍ଦିରରେ ଦଳାଚକଟାରେ ମୃତ ରୁପା କାହାର? ଓଡ଼ିଶା ନାଁ ଆନ୍ଧ୍ରର...

ଉଦ୍‌ଘାଟନ ପରେ ତାଲା

କୋଷାଗୁମୁଡା ବ୍ଲକର କାନାଗାଁ, ଉମରକୋଟ ଓ ପାପାଡାହାଣ୍ତି ବ୍ଲକର ସିରସିରେ କୁଲି˚ ୧୦ଲକ୍ଷ ଲେଖାଏଁ ୩୦ଲକ୍ଷର ୩ଟି କୁଲି˚ ଚାମ୍ବର ସ୍ଥାପନ କରାଯାଇଥିଲା।  ଚାଷୀଙ୍କ ଠାରୁ ଉତ୍ପାଦିତ ପନିପରିବା ନିଆଅଣା କରିବା ପାଇଁ ୨୭ଲକ୍ଷ ଲେଖାଏଁ ଦୁଇଟି ରେଫ୍ରିଜେଟର ଭ୍ୟାନ କିଣିକି ଅଣାଯାଇଥିଲା। ଦୀର୍ଘ ଦିନ ଧରି ୩ଟି ଯାକ କୁଲି˚ ଚାମ୍ବରର ଉଦଘାଟନୀ ଦିନରୁ ସେଭଳି ତାଲା ପଡି ରହିଥିଲା।  ଦୁଇଟି ରେଫ୍ରିଜେଟର ଭ୍ୟାନ କେବଳ ଉଦ୍‌ଘାଟନୀ ଦିନ ନବରଙ୍ଗପୁରରୁ କ˚ଗ୍ରା ଯାଇ ଚାଷୀଙ୍କ ଠାରୁ ଅଳ୍ପ କିଛି ପରିବା ଆଣିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାୟ ୩ବର୍ଷ ପଡ଼ି ରହିଥିଲା। ବାରମ୍ବାର  ‘ସମ୍ବାଦ’ରେ ଏନେଇ ରିପୋର୍ଟ ପ୍ରକାଶ ପାଇବା ପରେ  ପରେ ଫାର୍ମସ୍ ପ୍ରଡ୍ୟୁସର ଗୃପକୁ ଦିଆଗଲା ବୋଲି ତତ୍କାଳୀନ ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଅଳ୍ପ କିଛି ଦିନ କାମ କରିବା ପରେ ଏବେ କୁଲିଂ ଚାମ୍ବର ଚାଳୁ ନାହିଁ। କିଛି ଦିନ ପାପାଡାହାଣ୍ଡି କୁଲିଂ ଚାମ୍ବରକୁ ଫାର୍ମସ୍ ପ୍ରଡ୍ୟୁସର ଗୃପ ନେଇ ଚଳାଉଥିଲେ ହେଁ ଏବେ ଆଉ ଚାଳୁନି।  ଏପରି କିଛି କୁଲିଂ ଚାମ୍ବର ଓ ରେଫ୍ରେରିଜେଟର ଭ୍ୟାନ ସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧି ରଂଜନ ବେହେରା ଜାଣି ନଥିବା କହିଛନ୍ତି। ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ  ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଚାଷୀ ଭଗବାନ ଭତ୍ରା, ସୁଦେବ ମାଝୀ, ରଇଲୁ ଭତ୍ରା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe