Dead Body: ନିଖୋଜ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

Advertisment

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସିଂଶାରି ଫାଣ୍ଡି ଅନ୍ତର୍ଗତ ବାରାଜୋଲା ଗ୍ରାମରେ ଜଣେ ନିଖୋଜ ଯୁବତୀ ବେକରେ ଓଢ଼ଣୀ ଦେଇ ଜୀବନ ହାରିଛନ୍ତି। ମୃତ ଯୁବତୀ ବାରାଜୋଲା ଗ୍ରାମର ଆଇତୁ ଭତରାଙ୍କ ଝିଅ ସୁକାନ୍ତି ଭତରା (୨୩)।

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସିଂଶାରି ଫାଣ୍ଡି ଅନ୍ତର୍ଗତ ବାରାଜୋଲା ଗ୍ରାମରେ ଜଣେ ନିଖୋଜ ଯୁବତୀ ବେକରେ ଓଢ଼ଣୀ ଦେଇ ଜୀବନ ହାରିଛନ୍ତି। ମୃତ ଯୁବତୀ ବାରାଜୋଲା ଗ୍ରାମର ଆଇତୁ ଭତରାଙ୍କ ଝିଅ ସୁକାନ୍ତି ଭତରା (୨୩)।

Dead

Young man dead in stone attack in Dhenkanal. Photograph: (sambad)

ଡାବୁଗାଁ(ସଂଜୟ ପାଢ଼ୀ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସିଂଶାରି ଫାଣ୍ଡି ଅନ୍ତର୍ଗତ ବାରାଜୋଲା ଗ୍ରାମରେ ଜଣେ ନିଖୋଜ ଯୁବତୀ ବେକରେ ଓଢ଼ଣୀ ଦେଇ ଜୀବନ ହାରିଛନ୍ତି। ମୃତ ଯୁବତୀ ବାରାଜୋଲା ଗ୍ରାମର ଆଇତୁ ଭତରାଙ୍କ ଝିଅ ସୁକାନ୍ତି ଭତରା (୨୩)। ଏନେଇ ଡାବୁଗାଁ ଥାନାରେ ପରିବାର ଲୋକେ ଏତଲା ଦେବାକୁ ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି।

ପୁଲିସ କହିବା ଅନୁସାରେ ବାରାଜୋଲା ଗ୍ରାମର ସୁକାନ୍ତି ଭତରା ଗତ ୨ ତାରିଖ ଦିନ ସକାଳ ୭ଟାରେ ନିଜ ସମ୍ପର୍କୀୟ ଭଉଣୀ ସହ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇ ସାରି ଘରକୁ ଫେରିବା ପରେ ପୁଣି କିଛି କପଡ଼ା ସଫା କରିବାକୁ ଘରୁ ବାହାରିଥିଲେ। ତେବେ ବହୁ ସମୟ ଧରି ସୁକାନ୍ତି ଘରକୁ ଫେରି ନ ଥିଲେ। ପରିବାର ଲୋକେ ସାହି ପଡ଼ିଶା ସହ ବନ୍ଧୁ ବାନ୍ଧବଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ ସୁକାନ୍ତିର କୌଣସି ଖୋଜ ଖବର ମିଳି ନଥିଲା। ଗତ ୪ ତାରିଖ ଗୁରୁବାର ଦିନ ଝିଅ ସୁକାନ୍ତି ଭତରା ନିଖୋଜ ହୋଇଥିବା ନେଇ ବାପା ଆଇତୁ ଭତରା ଡାବୁଗାଁ ଥାନା ସିଂସାରି ଫାଣ୍ଡି ଅଧିକାରୀ ଏଏସଆଇ ହରିହର ଭତରାଙ୍କୁ ଏକ ଏତଲା ଦେଇଥିଲେ।

ଆହୁରି ପଢ଼ନ୍ତୁ: Sharks in danger: ବିପଦରେ ସାର୍କ, ଦିନକରେ ୨ ମୃତଦେହ ଉଦ୍ଧାର

ଘଟଣାର ତଦନ୍ତ ଜାରି

ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଗତକାଲି ଶୁକ୍ରବାର ୫ ତାରିଖ ସକାଳେ ଗାଁ ପାଖ ଏକ ଗଛରେ ସୁକାନ୍ତି ମାନସିକ ଭାରସାମ୍ୟ ହରାଇ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରିଥିଲେ। ପରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ପୁଲିସ ଏଏସ୍‌ଆଇ ସସ୍ମିତା ଦାସ ଘଟଣାର ତଦନ୍ତ କରୁଛନ୍ତି।

ଆହୁରି ପଢ଼ନ୍ତୁ: Indigo Crisis: ଇଣ୍ଡିଗୋ ସଙ୍କଟ ପଛର ପ୍ରକୃତ ଖଳନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe