Shree Anna Abhiyan: ଶ୍ରୀଅନ୍ନ ଅଭିଯାନ ଗତବର୍ଷ ତୁଳନାରେ କମିଗଲା ୨,୯୯୧ହେକ୍ଟର ଚାଷ

ରାଜ୍ୟ ସରକାର ଓଡ଼ିଶା ମିଲେଟ ମିସନ ଜରିଆରେ ଆରମ୍ଭ କରିଛନ୍ତି ଶ୍ରୀ ଅନ୍ନ ଅଭିଯାନ। ଜିଲ୍ଲାରେ ଗତବର୍ଷ ତୁଳନାରେ ଏହି ବର୍ଷ ୨,୯୯୧ହେକ୍ଟର ଜମିର ଚାଷ କମିଯାଇଛି। ଜିଲ୍ଲାରେ ଧୀରେଧୀରେ କ୍ଷୁଦ୍ର ଶସ୍ୟ ଚାଷ କମି କମି ଆସିଲାଣି।

nabarangpur

Shree Anna Abhiyan in Odisha. Photograph: (sambad.in)

ନବରଙ୍ଗପୁର (ସୁରେଶ ନାଇଡୁ): ରାଜ୍ୟ ସରକାର ଓଡ଼ିଶା ମିଲେଟ ମିସନ ଜରିଆରେ ଆରମ୍ଭ କରିଛନ୍ତି ଶ୍ରୀ ଅନ୍ନ ଅଭିଯାନ। ଜିଲ୍ଲାରେ ଗତବର୍ଷ ତୁଳନାରେ ଏହି ବର୍ଷ ୨,୯୯୧ହେକ୍ଟର ଜମିର ଚାଷ କମିଯାଇଛି। ଜିଲ୍ଲାରେ ଧୀରେଧୀରେ କ୍ଷୁଦ୍ର ଶସ୍ୟ ଚାଷ କମି କମି ଆସିଲାଣି। କିଛି ବ୍ଲକରେ ଚାଷୀ ମକା ଓ ଆଉ କିଛି ବ୍ଲକରେ ନିଳଗିରୀ ଚାଷ ଆଡ଼କୁ ମୁହାଁଇଛନ୍ତି।

ଜିଲ୍ଲାର ମୋଟ ୧ଲକ୍ଷ ୮୪ହଜାର ୩୬୦ହେକ୍ଟର ଚାଷ ଜମିରେ ଏବର୍ଷ ଚାଷ କରିବା ଲକ୍ଷ୍ୟ ରହିଥିବା ବେଳେ ୧ଲକ୍ଷ୍ୟ ୭୪ହଜାର ୩୨୭ହେକ୍ଟର ଜମିରେ ଚାଷ ହୋଇଛି। ଧାନ ଚାଷ ୯,୯୨୧୭ ହେକ୍ଟର ଜମିରେ କରାଯାଉଥିବା ବେଳେ ମକା ୬୧,୪୨୧ ହେକ୍ଟର, ଡାଲି ଜାତୀୟ ୨୭୧୪ହେକ୍ଟର, ତୈଳବୀଜ ୨୪୬, ପନିପରିବା ୧୩୦୯ ହେକ୍ଟର, ମସଲା ୫୪୫ ହେକ୍ଟର ଓ ଆଖୁ ୪,୦୦୦ ହେକ୍ଟରରେ ଚାଷ ହେଉଛି। ‌ସେହିପରି ଓଡିଶା ମିଲେଟ ମିସନ ଶ୍ରୀଅନ୍ନ ଅଭିଯାନ‌ରେ ଗତ ୨୦୨୪-୨୫ରେ ୭,୩୫୦ ହେକ୍ଟର ଜମିରେ ଚାଷ ହୋଇଥିଲା। ୨୦୨୫-୨୬ ଖରିଫରେ ତାହା କମି ୪,୩୫୯ ହେକ୍ଟରେ କରାଯାଉଛି। ଏଥିରେ ମାଣ୍ଡିଆ ୩୭୮୫ ହେକ୍ଟର ଓ ସୁଆଁ, କାଙ୍ଗୁ ଆଦି ୫୭୪ ହେକ୍ଟର କରାଯାଉଛି। ଗତବର୍ଷ ତୁଳନାରେ ୨,୯୯୧ହେକ୍ଟର କମିଯାଇଛି।

ଆହୁରି ପଢ଼ନ୍ତୁ: Delhi Red Fort Blast: ବିସ୍ଫୋରଣରେ ବ୍ୟବହୃତ କାର୍ ୧୦ ଦିନ ପୂର୍ବେ ପ୍ରଦୂଷଣ ଯାଞ୍ଚ ପାଇଁ ଯାଇଥିଲା: ସିସିଟିଭିରେ ୩ ଜଣ ଯାତ୍ରୀ ଥିବାର ପ୍ରମାଣ

ହ୍ରାସ ପାଉଛି ମାଣ୍ଡିଆ ଚାଷ

ଶ୍ରୀଅନ୍ନ ଅଭିଯାନରେ ଚନ୍ଦାହାଣ୍ଡି ବ୍ଲକରେ ମାଣ୍ଡିଆ ୩୦୦ରୁ ୧୦୫ହେକ୍ଟର ଓ ଅଣମାଣ୍ଡିଆ ୪୦ହେକ୍ଟର ସ୍ଥାନରେ ୫ହେକ୍ଟର ଚାଷ ହୋଇଛି। ଡାବୁଗାଁରେ ୫୫୦ରୁ ୨୭୫ ଓ ଅଣମାଣ୍ଡିଆ ୫୦ରୁ ୩, ଝରିଗାଁରେ ୧୦୦୦ରୁ ୭୧୦ ଓ ୪୦ରୁ ୧୪, କୋଷାଗୁମୁଡ଼ାରେ ୯୦୦ରୁ ୬୨୦ ଓ ୧୨୦ରୁ ୯୦, ‌ନବରଙ୍ଗପୁର ୫୦୦ରୁ ୨୨୫ ଓ ୧୨୦ରୁ ୧୨୦, ନନ୍ଦାହାଣ୍ଡି ୫୫୦ରୁ ୨୯୫ ଓ ୭୦ରୁ ୧୭୫, ପାପଡାହାଣ୍ଡି ୧୦୦୦ରୁ୫୬୦ ଓ ୧୨୦ରୁ ୨୧, ରାଇଘର ୫୬୦ରୁ ୩୪୦ ଓ ୫୦ରୁ ୨୫, ତେନ୍ତୁଳିଖୁଣ୍ଟି ୪୪୦ରୁ ୧୭୦ ଓ ୨୫୦ରୁ ୬୬ ଓ ଉମରକୋଟ ୬୦୦ରୁ ୪୮୫ ଓ ୯୦ରୁ ୫୫ହେକ୍ଟର ଚା‌ଷ ହୋଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: Prem Chopra: ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରେମ ଚୋପ୍ରା;  ସ୍ବାସ୍ଥ୍ୟାବସ୍ଥାକୁ ନେଇ ଡାକ୍ତର ଦେଲେ ପ୍ରତିକ୍ରିୟା

ମକା ଓ ନିଲଗିରି ଚାଷ ପ୍ରତି ଚାଷୀ ଆଗ୍ରହୀ

ଗୋଟିଏ ପଟେ ଧାନ ଓ ମକାକୁ ବାଦ୍ ଦେଇ ସରକାର ଅନ୍ୟ କ୍ଷୁଦ୍ରଶସ୍ୟ ବିକ୍ରି ପାଇଁ ମଣ୍ଡି ଆରମ୍ଭ କରିନାହନ୍ତି। ଟିଡିସିସି କିଛି ମାତ୍ରାରେ ମାଣ୍ଡିଆ କିଣୁଛି। ବିକ୍ରିବଟାର ସୁବିଧା ନଥିବାରୁ ଆଗ ଭଳି ଚାଷୀ କ୍ଷୁଦ୍ର ଶସ୍ୟ ଚାଷ କରିବା ବଦଳରେ ମକା ଓ ନିଲଗିରି ଆଦିର ଚାଷ କରୁଛନ୍ତି। ପୂର୍ବରୁ ଜୈବିକ ପଦ୍ଧତିରେ କରାଯାଉଥିବା ଚାଷ କାଳକ୍ରମେ ସଂପୁର୍ଣ୍ଣ ରୁପେ ରାସୟନିକ ସାର ଓ ହାଇବ୍ରିଡ୍ ବିହନ ଉପରେ ନିର୍ଭର। ଏହି ସ୍ଥିତିରେ ରାସାୟନିକ ୟୁରିଆ ସାର୍ ଅଧିକା ଜମିରେ ପକାଇବା ଫଳରେ ଜମିର ଉର୍ବରତା ଆଉ ପୂର୍ବଭଳି ନାର୍ହି। ଏହି ସ୍ଥିତିରେ ଦିନକୁ ଦିନ ପୂର୍ବଭଳି ଜିଲ୍ଲାରେ ଉତ୍ପାଦିତ କାନ୍ଦୁଲ ମଂଜି ଓଡାଲି, ମସୁର, ମୁଗ ଓ ବିରି ଡାଲି, ସୁଆଁ, ବାଜ୍ରା, କାଙ୍ଗୁ ଚାଉଳ ଆଉ ମିଳୁ ନାହିଁ। ପାରମ୍ପରିକ ଚାଷ ଧୀରେଧୀରେ ଲୋପ ପାଇବାକୁ ବସିଥିବା ବେଳେ ବିଶ୍ବ ବଜାରରେ ଏବେ ପାରମ୍ପରିକ କ୍ଷୁଦ୍ର ଖାଦ୍ୟ ଶସ୍ୟର ନାହିଁ ନଥିବା ଚାହିଦା ରହିଛି। ଶ୍ରୀ ଅନ୍ନରେ ଥିବା ସୁଆଁ, କାଙ୍ଗୁ, କଦ ଆଦିକୁ ବିଶ୍ବଦରବାର ଓଡାକ୍ତରମାନେ ସ୍ବାସ୍ଥ୍ୟ ପାଇଁ ରାମବାଣ ବୋଲି କହୁଛନ୍ତି। ମାଣ୍ଡିଆ ବଦଳରେ ଚାଷୀ ମକା ଚାଷ କରୁଥିବାରୁ ଦିନକୁ ଦିନ ମାଣ୍ଡିଆ ଓ ଅଣମାଣ୍ଡିଆ ଚାଷ କମି ଆସୁଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧି ରଂଜନ ବେହେରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe