ନବରଙ୍ଗପୁର (ସୁରେଶ ନାଇଡୁ): ଜଙ୍ଗଲର ଅନ୍ୟତମ ଶକ୍ତିଶାଳୀ ପ୍ରାଣୀ ‘ବାଘ’ ସୁରକ୍ଷିତ ନାହାନ୍ତି। ବାଘମାନଙ୍କ ଉପରେ ଶିକାରୀମାନଙ୍କର ନଜର ରହିଛି। ବାଘକୁ ମାରି ଲକ୍ଷପତି ହେବାର ସ୍ବପ୍ନ ଦେଖିଛନ୍ତି ଶିକାରୀ। ବାଘର ନଖ, ଦାନ୍ତ ଓ ଚମଡ଼ାକୁ ବିକ୍ରିକରି ଅର୍ଥ ରୋଜଗାର କରିବାକୁ ଏମାନେ ଲକ୍ଷ୍ୟ ରଖୁଛନ୍ତି। ବନ୍ୟଜନ୍ତୁଙ୍କର ବ୍ୟାପକ ସୁରକ୍ଷା ମଧ୍ୟରେ ବାଘ ଶିକାର କରାଯାଉଛି।
ତେବେ ବାଘଛାଲ ବିକି ମାଲାମାଲ ହେବାର ସ୍ବପ୍ନ ଭାଙ୍ଗି ଯାଇଛି। ତିନିଜଣ ବ୍ୟକ୍ତି ବାଘଛାଲ ବିକିପାରି ନାହାନ୍ତି। ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ନୁନୁପାଣି ଗ୍ରାମ ନିକଟରେ କଲରାପତରିଆ ବାଘଛାଲର ଡିଲ ଚାଲିଥିଲା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ତିନିଜଣଙ୍କୁ ମାଡ଼ି ବସିଛି।
ଆହୁରି ପଢ଼ନ୍ତୁ: India absent from Gaza Peace Council event: ଏହି କାରଣ ପାଇଁ ଟ୍ରମ୍ପଙ୍କ ଗାଜା ଶାନ୍ତି ବୋର୍ଡ଼ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଲା ଭାରତ
ସୂଚନା ଅନୁଯାୟୀ ବାଘଛାଲକୁ ପାଞ୍ଚ ଲକ୍ଷ ଟଙ୍କା ବିକ୍ରି ପାଇଁ ଡିଲ୍ କରାଯାଇଥିଲା। ଧରାପଡ଼ିଥିବା ତିନିଜଣଙ୍କ ମଧ୍ୟରୁ ଝରିଗାଁ ବ୍ଳକର ଦୁଇ ଜଣ ବିକ୍ରେତା ହୋଇଥିବା ବେଳେ ଜଣେ କ୍ରେତା ରହିଛନ୍ତି। ସେମାନଙ୍କୁ ଅଟକ ରଖି ବନ ବିଭାଗ ତଦନ୍ତ କରୁଛି। ଅଞ୍ଚଳରେ ଅନେକ ଥର ବାଘଛାଲ ଜବତ ଘଟଣା ଦେଖିବାକୁ ମିଳିଛି ତେଣୁ ଏହି ଘଟଣା ପରେ ବନ ବିଭାଗ ଗୁରୁତର ସହ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ମୁଖ୍ୟ ଚାଲାଣକାରୀଙ୍କ ନିକଟରେ ପହଂଚିବାକୁ ତଦନ୍ତ କରୁଛି। ତେବେ ଉକ୍ତ ବାଘଛାଲ କେଉଁଠୁ ଆସିଲା ଏବଂ ଏହାର ବୟସ କେତେ କିଛି ସ୍ପଷ୍ଟ କରାଯାଇନାହିଁ।
ଆହୁରି ପଢ଼ନ୍ତୁ: US immigration agent detains 5-year-old boy:୫ ବର୍ଷର ବାଳକକୁ ଅଟକ ରଖିଲେ ଆମେରିକା ଇମିଗ୍ରେସନ ଏଜେଣ୍ଟ
Follow Us