Ekalavya School, Nabarangpur. Photograph: (sambad.in)
ନବରଙ୍ଗପୁର: ସ୍ଥାନୀୟ ହିର୍ଲି ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଆଦର୍ଶ ଯୁବ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଭାଷିନୀ ସାହୁ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ହିତେଶ କୁମାର ବର୍ମା, ସମ୍ମାନୀତ ଅତିଥି ଭାବେ ଜୟପ୍ରକାଶ ସାହୁ ଯୋଗଦେଇଥିଲେ।
ବିଦ୍ୟାଳୟର ସାମାଜିକ ବିଜ୍ଞାନର ଶିକ୍ଷକ ଶ୍ରୀରାମ ଶାସ୍ତ୍ରୀ ଗ୍ରାମସଭାର ମୁଖ୍ୟ ଲକ୍ଷ୍ୟ ଏବଂ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ।ଏହି ସଭାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଭିନୟ କରି ଗ୍ରାମ ସଭା ବିଷୟରେ ବୁଝାଇଥିଲେ। ବିଚାରପତି ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନବରଙ୍ଗପୁର ର ସାମାଜିକ ବିଜ୍ଞାନ ଶିକ୍ଷକ ରାଜେନ୍ଦ୍ର କୁମାର ସିଂ ଯାଦବ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ହିର୍ଲିର ସାମାଜିକ ବିଜ୍ଞାନର ଶିକ୍ଷକ ବିଦ୍ୟାଧର ଦିଶାରୀ ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ସୁଭାଷିନୀ ସାହୁଙ୍କ ପ୍ରଚେଷ୍ଟାରେ ପ୍ରଥମ ଥର ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଆହୁରି ପଢ଼ନ୍ତୁ: Farmers: ନବରଂଗପୁରରେ ବର୍ଷକରେ ବଢ଼ିଲେ ୮୧୦୯ଚାଷୀ, ୫୨୧୭ ଭାଗଚାଷୀ ଚିହ୍ନଟ
ସମସ୍ତଙ୍କ ସହଯୋଗ
ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଗ୍ରାମସଭାକୁ ପରିବେଷଣ କରିଥିଲେ। ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରି ସଫଳ କରିଥିଲେ।
ଆହୁରି ପଢ଼ନ୍ତୁ: Student Residential School Pregnant: ମାଲକାନଗିରିରେ ଚାଞ୍ଚଲ୍ୟ: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ
Follow Us