ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲାରେ ବେଧଡ଼କ ଭାବେ ଚାଲିଛି ଶହଶହ ଇଟାଭାଟି। ସୁପ୍ରିମକୋର୍ଟ, ଏନ୍ଜିଟି ପ୍ରଦୂଷଣକୁ ନଜରରେ ରଖି ଇଟାଭାଟିକୁ ବେଆଇନ୍ ଘୋଷଣା କରିଛନ୍ତି। ଏହା ବାଦ୍ ବି ବେଆଇନ୍ ଭାବେ ଇଟା ଗଢ଼ା ହେଉଛି ଏବଂ ପୋଡ଼ା ଯାଉଛି। ଇଟାଭାଟି କାରଣରୁ ଜିଲ୍ଲାର ତାପମାତ୍ରା ବଢ଼ିବା ସହ ସା˚ଘାତିକ ପ୍ରଦୂଷଣ ହେଉଛି। ଉଦ୍ବେଗଜନକ ଭାବେ ମୃତ୍ତିକା କ୍ଷୟ ବି ହେଉଛି। କିନ୍ତୁ ଏହି ବେଆଇନ୍ ଇଟାଭାଟି ଉପରେ ଅଙ୍କୁଶ ଲଗାଇବାକୁ ଉଚିତ ମନେ କରୁନି ତହସିଲ ପ୍ରଶାସନ। ବରଂ ସବୁ ଜାଣି ନ ଜାଣିବା ପରି ନୀରବ ରହିଛି। ଫଳରେ ସାଧାରଣ ଲୋକ ହିଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ସଦରମହକୁମା ନିକଟସ୍ଥ ନନ୍ଦାହାଣ୍ଡି ବ୍ଲକର ପଡାଲଗୁଡ଼ା, ମାଝୀଗୁଡ଼ା, ଜେଟୁଗୁଡ଼ା ଓ କେଶରୀଗୁଡ଼ା ଅଂଚଳରେ ବ୍ୟାପକ ଭାବେ ଇଟାଭାଟି କରାଯାଇଛି। ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ନିଜେ ଏସବୁ ଇଟାଭାଟି ଦେଖିବା ପରେ ଗତ କିଛି ଦିନ ତଳେ ଚିକିଲି ଓ କେଶରୀଗୁଡ଼ା ଆରଆଇଙ୍କୁ ତୁରନ୍ତ ଇଟାଭାଟି ବନ୍ଦ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଆରଆଇଙ୍କ ଏଭଳି ମନୋଭାବ ଓ ଆରଆଇ ଜଣକ ପଦକ୍ଷେପ ନେଇ ନଥିବା ଘଟଣାକୁ ନେଇ ଜିଲ୍ଲାପାଳ ଆଶ୍ଚାର୍ଯ୍ୟନ୍ବୀତ ବୋଲି କହିଛନ୍ତି।
ମୃତ୍ତିକା କ୍ଷୟ ଓ ପ୍ରଦୂଷଣ ରୋକିବା ପାଇଁ ସରକାର ମାଟି ତିଆରି ଇଟା ନିର୍ମାଣରେ ରୋକ ଲଗାଇଛନ୍ତି। କାରଣ ମାଟିରୁ ଇଟା ଗଢିବା ଦ୍ବାରା ଉର୍ବର ମାଟି ନଷ୍ଟ ହେଉଛି। ପୁଣି ଇଟା ପୋଡ଼ିବା ସମୟରେ ସା˚ଘାତିକ ବାୟୁ ପ୍ରଦୂଷଣ ହୋଇଥାଏ। ଇଟାଭାଟିରେ ଦିନଦିନ ଧରି ନିଆଁ ଲାଗୁଥିବାରୁ ଆଖାପାଖ ଅଂଚଳର ତାପମାତ୍ରା ବୃଦ୍ଧି ପାଇଥାଏ। ତେଣୁ ମାଟି ଇଟା ନିର୍ମାଣକୁ ବନ୍ଦ କରି ପାଉଁଶ ତିଆରି କିମ୍ବା ସିମେଣ୍ଟ ଇଟା ନିର୍ମାଣକୁ ସରକାର ଅନୁମତି ଦେଉଛନ୍ତି। ଏବେ ମାଟି ତିଆରି ଇଟା ନିର୍ମାଣକୁ ସରକାରୀ ଅନୁମତି ଦିଆଯାଉନାହିଁ। କିନ୍ତୁ ଜିଲ୍ଲାର ନବରଙ୍ଗପୁର, ଉମରକୋଟ, ଡାବୁଗାଁ, ପାପାଡାହାଣ୍ଡି ସହର ଉପକଣ୍ଠ ସହ ଗ୍ରାମାଂଚଳ ଗୁଡ଼ିକରେ ବି ରେ ମାଳମାଳ ଇଟାଭାଟି ରହିଛି।
ଆହୁରି ପଢ଼ନ୍ତୁ: Iran Us Nuclear Deal: ପ୍ରତିବନ୍ଧକ ହଟାଅ, ଆମେ କରିବୁ ପରମାଣୁ ଚୁକ୍ତି
ଦିନରାତି ଏଠାରେ ମାଟିରୁ ଇଟା ତିଆରି ହେଉଛି। ବହୁ ଦିନ ଧରି ଇଟା ପୋଡ଼ା ମଧୢ ଚାଲିଛି। ଲକ୍ଷଲକ୍ଷ ଇଟା ତିଆରି ହେଉଛି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଥିଲେ ମଧୢ ଇଟା ମାଟି ମାଲିକ ସେମାନଙ୍କ କଥାକୁ ଗୁରୁତ୍ବ ଦେଉନାହାନ୍ତି। ବରଂ ଡରାଇ ଧମକାଇ ଇଟା ବିକ୍ରି କରୁଛନ୍ତି। ଖୁଲମଖୁଲ୍ଲା ଏମିତି ବେଆଇନ୍ କାମ ଚାଲିଥିଲେ ମଧ୍ୟ ପ୍ରଶାସନ ଏହାକୁ ଗୁରୁତର ସହ ନେଉନି।
ଆହୁରି ପଢ଼ନ୍ତୁ: Paddy: ଚାଷୀଙ୍କ ଦାବି: କଟଣୀ ଛଟଣୀ ହେଉ ପଛେ ଧାନ ବିକ୍ରି ହୋଇଯାଉ
ଅପରପକ୍ଷରେ ରାଜସ୍ବ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସହ ଅସାଧୁ ମେଣ୍ଟ କରି ଇଟାଭାଟି ମାଲିକମାନେ ନିୟମକୁ ଦଳି ଦେଉଛନ୍ତି। ଆଇନକୁ ପକେଟ୍ରେ ପୁରାଇ ଅତି ସହଜରେ ସେମାନେ ବେଆଇନ୍ ଇଟା ବ୍ୟବସାୟ କରିବାରେ ସଫଳ ହେଉଛନ୍ତି। ଭାଟିର ଆଖାପାଖ ଅ˚ଚଳରେ ବାୟୁ ପ୍ରଦୂଷଣ ହେଉଛି। ସହର ଗୁଡିକୁ ମଧୢ ଏହି ପ୍ରଦୂଷିତ ବାୟୁ ଆସୁଛି। ପୁଣି ଅଧିକ ଗରମ ଅନୁଭୂତ ହେଉଛି। ଜିଲ୍ଲାରେ ଏତେ ଇଟା ଭାଟି ଚାଲିଥିଲାବେଳେ ଗୋଟିଏ ହେଲେ ଇଟା ଭାଟିକୁ ବନ୍ଦ କରା ଯାଇ ନ ଥିବାରୁ ରାଜସ୍ବ ବିଭାଗ ସହ ଇଟାଭାଟି ମାଲିକଙ୍କ ମଧୁର ସମ୍ପର୍କ ରହିଥିବା ଲୋକେ କହିଛନ୍ତି। ଜିଲ୍ଲାର ସବୁ ଅଂଚଳର ଇଟାଭାଟି ତୁରନ୍ତ ବନ୍ଦ କରି ସିମେଣ୍ଟ ତଥା ପ୍ଲାଇ ଆସ୍ ଇଟା ବିକ୍ରି ଦିଗରେ ପଦକ୍ଷେପ ନେବାକୁ ସବୁ ତହସିଲଦାରଙ୍କୁ ଚିଠି କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/15/itajpg-2026-02-15-16-29-32.jpeg)