ନବରଙ୍ଗପୁର (ସୁରେଶ ନାଇଡୁ): ପୂର୍ବ ସରକାରରେ ସ୍କୁଲ ଗୁଡ଼ିକରେ ଚାଳିଥିଲା ମଧ୍ୟାହ୍ନ ଭୋଜନ। ଗତ ୧୭ମାସ ହେବ ଡବଲ ଇଂଜିନ ସରକାର ଆସିବା ପରେ ଗତ ଅକ୍ଟୋବରରୁ ଆରମ୍ଭ ହେଲା ପିଏମ୍ ପୋଷଣ ଓ ସିଏମ୍ ପୋଷଣ ଯୋଜନା। ତେବେ ଯୋଜନାର ନାଁ ପରିବର୍ତ୍ତନ ହୋଇଥିଲେ ହେଁ ଜିଲ୍ଲାର ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ବ୍ୟବସ୍ଥିତ ହୋଇପାରିନି। ଆଜି ବି ଜିଲ୍ଲାର ବହୁ ସ୍କୁଲରେ ମଧ୍ୟାହ୍ନଭୋଜନର ଆନୁସଙ୍ଗିକ ଭିତ୍ତିଭୂମିରେ ସୁଧାର ଆସିପାରିନି। ଆଜି ବି ଛାତ୍ରଛାତ୍ରୀ ଡାଇନିଂରେ ବସି ଖାଇବା ବଦଳରେ ସ୍କୁଲ ବାରଣ୍ଡାରେ କିମ୍ବା ଖୋଲାମେଲାରେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ବସି ଖାଉଛନ୍ତି। ହାତ ଧୋଇବା, ତାଳି ଧୋଇବା ବ୍ୟବସ୍ଥା ବି ହୋଇ ପାରିନି। ମଧ୍ୟାହ୍ନଭୋଜନର ଦର ବୃଦ୍ଧି ହେବା ପରେ ବି ସେହି ପାଣିଆ ଡାଲି କିମ୍ବା ଅତ୍ୟାଧିକ ଝୋଳ ଥିବା ତରକାରୀ ଦିଆଯାଉଛି। ରୋଷଇ ଘର ନଥିବାରୁ ନାହିଁ ନଥିବା ଅସୁବିଧାରେ ରୋଷଇ କରାଯାଉଛି।
ଜିଲ୍ଲାରେ ୧୮୦୪ଟି ସ୍କୁଲରେ ପ୍ରଥମରୁ ୮ମ ଯାଏଁ ପିଏମ୍ ପୋଷଣ ଯୋଜନାରେ ୧ଲକ୍ଷ ୯୭ହଜାର ୯୬୮ଜଣ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ୧୦୮୦ଟି ସ୍କୁଲରେ ଏସଏଚଜି ଓ ୭୨୪ଟିରେ ଏସଏମସି ରୋଷଇ କରି ଦେଉଛନ୍ତି। ସିଏମ ପୋଷଣ ଯୋଜନାରେ ୮ମରୁ ଦଶମ ପିଲାଙ୍କ ପାଇଁ ୨୩୨ଟି ବିଦ୍ୟାଳୟରେ ୪୩,୨୩୪ ଛାତ୍ରଛାତ୍ରୀ ଲାଭାନ୍ବୀତ ହେଉଛନ୍ତି। ଜିଲ୍ଲାରେ ୫୦୦ରୁ ଊର୍ଦ୍ଧ୍ବ ସ୍କୁଲରେ ଏ ପର୍ଯ୍ୟନ୍ତ ରୋଷଇ ଘର ନାହିଁ। ଯଦି ବା କିଛି ସ୍କୁଲରେ ରୋଷଇ ଘର ରହିଛି ସେହି ଘର ଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। କେଉଁଟି ଟିଣ ଉଡିଯାଇଛି ତ ଆଉ କେଉଁଟି ଗୋଦାମ ଘର ପାଲଟିଛି। ଏପରିକି କେନ୍ଦ୍ର ଓ ରାଜ୍ୟ ସରକାର ସବୁ ସ୍କୁଲରେ ବିଦ୍ୟୁତ ସହ ଏଲପିଜି ଗ୍ୟାସ୍ ସଂଯୋଗ କରିବାକୁ ଏକ ରକମର ବାଧ୍ୟତାମୂଳକ କରିଛନ୍ତି।
ଆହୁରି ପଢ଼ନ୍ତୁ: Bangladesh Protest: ଜଳୁଛି ବାଂଲାଦେଶ: ବିଦ୍ରୋହ ଭିତରେ ଢାକାରେ ପହଞ୍ଚିଲା ଛାତ୍ରନେତା ଉସମାନଙ୍କ ମୃତଦେହ
୬୭୮ ସ୍କୁଲରେ ନାହିଁ ଏଲପିଜି ଗ୍ୟାସ୍ ସଂଯୋଗ
ତେବେ ନବରଂଗପୁର ଜିଲ୍ଲାର ୩୦୦ ସ୍କୁଲକୁ ଏଯାଏଁ ବିଦ୍ୟୁତ ସଂଯୋଗ ଓ ୬୮୭ସ୍କୁଲରେ ଏଲପିଜି ଗ୍ୟାସ୍ ସଂଯୋଗ ହୋଇପାରିନି। ୫୦୦ରୁ ଊର୍ଦ୍ଧ୍ବ ସ୍କୁଲରେ ନଳକୂଅ ନାହିଁ। ଖାଇବା ପୂର୍ବରୁ ଭଲ ଭାବେ ହାତ ଧୋଇବା, ଖାଇବା ପ୍ଲେଟ୍ ଧୋଇବା ଏବଂ ଖାଇବା ପରେ ହାତ ଓଏବଂ ପ୍ଲେଟ୍ ଧୋଇବା ପାଇଁ କେବଳ ୩୫୦ଟି ସ୍କୁଲରେ କାର୍ଯ୍ୟକାରୀ ହେଉଥିବା ବେଳେ ବଳକା ୧୬୮୬ରେ କରିବାର ବାକି ରହିଛି। ସେହିପରି ପୃଷ୍ଟିକର ବଗିଚା କରିବାକୁ ସବୁ ସ୍କୁଲକୁ ଅନୁଦାନ ଆସିଥିବା ବେଳେ ଏବେ ଅଳ୍ପ କିଛି ସ୍କୁଲରେ ଏହି ବଗିଚା ରହିଛି ଏବଂ ଗଛ ବଂଚିଛି। ଜିଲ୍ଲାର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଚାଳିଥିବା ମଧ୍ୟାହ୍ନଭୋଜନ ଧାରରେ ମହିଳା ଏସ୍ଏଚ୍ଜି ଓ ସ୍କୁଲ ପରିଚାଳନା କମିଟିମାନେ ମଧ୍ୟାହ୍ନଭୋଜନ ପରିଚାଳନା କରି ଆସୁଛନ୍ତି। ଏହି ସ୍ଥିତିରେ ଏହି ଯୋଜନା ଚଳାଇବା ମୁସ୍କିଲ ବୋଲି କହିଛନ୍ତି ମହିଳା ଏସ୍ଏଚଜି ଗ୍ରୁପର କର୍ମକର୍ତ୍ତା।
ଆହୁରି ପଢ଼ନ୍ତୁ: Toy Seller Jhuma Majhi: ଜୀବନ କ’ଣ ଜାଣିବା ପୂର୍ବରୁ ଦାୟିତ୍ବ କ’ଣ ବୁଝିଥିଲେ ଝୁମା
କାଠଚୁଲାରେ ରୋଷେଇ
ସେହିପରି ଫୋର୍ଟିଫାଇଡ୍ ରାଇସ୍ ସ୍କୁଲ ଗୁଡ଼ିକରେ ଦିଆଯାଉଥିବା ବେଳେ ତାହା ବି ଠିକଣା ସମୟରେ ମିଳୁ ନଥିବାରୁ ଧାରରେ ଚାଉଳ ଆଣି ଯୋଗାଇବାକୁ ପଡ଼ୁଛି ବୋଲି କହିଛନ୍ତି। ଏପରିକି ସ୍କୁଲରେ ରୋଷଇ ଘର ନଥିବାରୁ ରୋଷୟା କମ୍ ହେଲପରମାନଙ୍କ ଘରେ ଖାଦ୍ୟ ପ୍ରସ୍ତୁତ କରି ଅଣାଯାଉଛି। ଗ୍ୟାସ୍ ନଥିବା ସ୍ଥାନରେ କାଠ ଚୁଲାରେ ରୋଷଇ କରି ଦେବାକୁ ପଡୁଛି ବୋଲି କହିଛନ୍ତି ମହିଳା ଏସଏଚଜି ଓ ସ୍କୁଲ ପରିଚାଳନା କମିଟି। ଏସବୁ ଅଭାବ, ଅସୁବିଧା ଓ ଅନୁସଙ୍ଗିକ ଭିତ୍ତିଭୂମିର ସୁଧାର କରିବାକୁ ବୁଦ୍ଧିଜୀବୀ ଓ ଶିକ୍ଷାବିତମାନେ ଦାବି କରିଛନ୍ତି।
Follow Us