Nabarangapur Photograph: (Sambad.in)
ନବରଙ୍ଗପୁର: ନବରଙ୍ଗପୁର ବ୍ଲକର ଚୁରାହାଣ୍ଡି ଗାଁର ଶିବ ଅମନାତ୍ୟ କେରଳ ଦାଦନ ଖଟିବାକୁ ଯାଇ କରୁଣ ପରିଣତି ଅନୁଭବ କରିଛନ୍ତି। ସେ ଦାଦନ ଯିବା ବେଳେ ସ୍ତ୍ରୀ ତୁଳାବତୀ ମାଝୀ ଓ ପୁଅ ଘରେ ଥିଲେ। ସ୍ତ୍ରୀ ତୁଳାବତୀ ମାଝୀ କେନ୍ଦୁପତ୍ର ତୋଳି ପରିବାର ଚଳାଉଥିଲେ। ଅଚାନକ ଭାବେ ତୁଳାବତୀର ମୃତ୍ୟୁ ହୋଇଥିଲା। ଏହା ପରେ କେନ୍ଦୁପତ୍ର ବିଭାଗ ପକ୍ଷରୁ ତାଙ୍କୁ ସହାୟତା ଦେବା ବଦଳରେ ଶ୍ବଶୁର ଘର ଲୋକଙ୍କୁ ୨ଲକ୍ଷ ଟଙ୍କା ଦେଇଥିଲେ। ଏବେ ସେ ଦାଦନରୁ ଫେରିବା ପରେ ଶ୍ବଶୁର ଘର ଲୋକ ସେହି ଟଙ୍କାକୁ ହଡପ କରି ଫେରାଉନଥିବା ଅଭିଯୋଗ କରିଛନ୍ତି ଶିବ।
ଆହୁରି- BJP Demands: ପୂର୍ବତନ ସାଂସଦଙ୍କ ନାମରେ ଏତାଲା ଦେଉ ଜିଲ୍ଲାପ୍ରଶାସନ ଏତଲା ଦେଉ: ବିଜେପି
ଗତ କାଲି ଜିଲ୍ଲାପାଳଙ୍କ ଅଭିଯୋଗଶୁଣାଣୀକୁ ଆସି ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ। ତାଙ୍କ ୩ ବର୍ଷର ପିଲା କଥା ମଧ୍ୟ ଶ୍ବଶୁର ଘର ଲୋକ ବୁଝୁ ନାହାନ୍ତି। ପୁଅ ପାଇଁ ଏହି ଟଙ୍କା ନିଶ୍ଚିତ ରୁପେ ଦରକାର। ପତ୍ନୀର ଟଙ୍କା ଉପରେ ତାଙ୍କର କିଛି ଅଧିକାର ନାହିଁ କି ବୋଲି କହୁଛନ୍ତି। ଅପରପକ୍ଷରେ ଦାଦନ ଯିବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ଏକା କରି ଚାଳିଗଲେ ବୋଲି କହିଛନ୍ତି ଶିବ।
ଆହୁରି- India Vs Pak : ପାକିସ୍ତାନ ମିଛର ପର୍ଦ୍ଦାଫାସ କଲା ଭାରତ
ସୂଚନାଯୋଗ୍ୟ, ପ୍ରତ୍ୟେକ ଦିନ ନବରଙ୍ଗପୁର ଜିଲ୍ଲାରୁ ଶହ ଶହ ଲୋକେ ହାଇଦ୍ରାବାଦ, ବିଜୟୱାଡା, ଅମରାବତୀ, ଚେନ୍ନାଇ, କେରଳ, ନାଗପୁର, ପୁନେ ଆଦି ଅଂଚଳକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଉଛନ୍ତି। ସବୁ ବ୍ଲକରୁ ନାବାଳକଙ୍କ ଠାରୁ ଆରମ୍ଭ କରି ସବୁ ବୟସ ବର୍ଗର ଯାଉଛନ୍ତି। ଏତେ ସଂଖ୍ୟକ ଲୋକେ ପ୍ରତ୍ୟେକ ଦିନ ସରକାରୀ ଓ ବେସରକାରୀ ବସରେ ଯାଉଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ ,ଜିଲ୍ଲାପ୍ରଶାସନ କିମ୍ବା ପୁଲିସ ପ୍ରଶାସନ କାହା ନିକଟରେ ଏମାନେ ଯାଉଥିବା କିଛି ଖାତା ଖତିୟାନ ନାହିଁ। ଏଭଳି କିଛି ତଥ୍ୟ କିମ୍ବା ବିବରଣୀ ରହୁନଥିବାରୁ ବହୁ ସମୟରେ ବହୁ ଶ୍ରମିକ ବିଭିନ୍ନ ନିର୍ଯାତନାର ଶୀକାର ହେବା, ବନ୍ଧକ ରହିବା ସହ ମରିବି ଯାଉଛନ୍ତି। ଦାଦନକୁ ରୋକିବାକୁ ଶିବ ଅନୁରୋଧ କରିଛନ୍ତି ନଚେତ ସେ ଭୋଗିବା ଭଳି ଅନ୍ୟ ମାନେ ମଧ୍ୟ ଭୋଗିବେ ବୋଲି କହିଛନ୍ତି।
Follow Us