Advertisment

70 Lakhs Rupees Loot ବେକରେ ଭୁଜାଲି ଲଗାଇ ୭୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ସୁନା ଗହଣା ଲୁଟ୍

Advertisment

ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ନିକଟସ୍ଥ ଚିକଲପଦର ଗ୍ରାମ ପଞ୍ଚାୟତର କଚନିଆମ୍ବ ଗ୍ରାମଠାରେ ଗତକାଲି ରାତି ଏକ ବଡ଼ ଧରଣର ଡକାୟତି ହେଇଛି। ବେକରେ ଭୁଜାଲି ଲଗାଇ ୭୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ସୁନା ଗହଣା ଲୁଟ୍।

ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ନିକଟସ୍ଥ ଚିକଲପଦର ଗ୍ରାମ ପଞ୍ଚାୟତର କଚନିଆମ୍ବ ଗ୍ରାମଠାରେ ଗତକାଲି ରାତି ଏକ ବଡ଼ ଧରଣର ଡକାୟତି ହେଇଛି। ବେକରେ ଭୁଜାଲି ଲଗାଇ ୭୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ସୁନା ଗହଣା ଲୁଟ୍।

Untitled-8.jpg

more than 70 lakhs rupees loot at umarkote Photograph: (SAMBAD.IN)

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ନିକଟସ୍ଥ ଚିକଲପଦର ଗ୍ରାମ ପଞ୍ଚାୟତର କଚନିଆମ୍ବ ଗ୍ରାମଠାରେ ଗତକାଲି ରାତି ଏକ ବଡ଼ ଧରଣର ଡକାୟତି ହେଇଛି। ଘର ମାଲିକଙ୍କ ବେକରେ ଭୁଜାଲି ଲଗାଇ ୭୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଓ ୧୦ ଲକ୍ଷ ଟଙ୍କାର ଊର୍ଦ୍ଧ୍ବ ସୁନା ଗହଣା ଚୋରି ହେଇ ଯାଇଛି, ଯାହାକି ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ଡକାୟତି ସମୟରେ ଘରେ ଅମୂଲ୍ୟ ହିଁ ଥିଲେ

ଘର ମାଲିକ ଅମୂଲ୍ୟ ଜେନାଙ୍କ କହିବା ହେଲା ରାତି ପ୍ରାୟ ସାଢ଼େ ୧ଟା ସମୟରେ  ଘର କବାଟ ଭାଙ୍ଗି ପ୍ରଥମେ ପ୍ରଥମେ ୪ ଜଣ ପ୍ରବେଶ କରିଥିଲେ। ଡକାୟତମାନଙ୍କୁ ଦେଖି ଅମୂଲ୍ୟ ପାଟି କରିବାରୁ ଅନ୍ୟ ୨ ଡକାୟତ ଘର ଭିତରେ ପ୍ରବେଶ କରି ଅମୂଲ୍ୟଙ୍କ ପାଟିକୁ ଏକ ଟାୱାଲରେ ଓ ହାତ ଗୋଡ଼କୁ ଶାଢ଼ିରେ ବ।ନ୍ଧି ଦେଇଥିଲେ ଓ ଅମୂଲ୍ୟ କାଳେ ମୋବାଇଲରେ କାହାକୁ ଜଣାଇ ଦେବେ ବୋଲି ଆଶଙ୍କା କରି ଡକାୟତମାନେ ଅମୂଲ୍ୟଙ୍କ ମୋବାଇଲକୁ ତଳେ ପକାଇ ଭାଙ୍ଗି ଦେଇଥିଲେ। ଚୋରି ସମୟରେ ଘରେ  ଅମୂଲ୍ୟ ଜଣେ ହିଁ ଥିଲେ। ତାଙ୍କ ମା କିଛି ଦିନ ହେବ ଜଗଦଲପୁର ଯାଇଥିଲେ।

ଡକାୟତମାନେ ଅମୂଲ୍ୟଙ୍କ ବେକରେ ଭୁଜାଲି ରଖି ଆଲମିରା ଚାବି ମାଗିଥିଲେ। କିନ୍ତୁ ଚାବି ଅମୂଲ୍ୟ ନ ଦେବାରୁ ସେମାନେ ଆଣିଥିବା ଲୁହା ଛଡ଼ ଓ ଅନ୍ୟ କିଛି ଅସ୍ତ୍ରରେ ୨ ଟା ଆଲମିରା ଭାଙ୍ଗି ସେଥିରେ ଥିବା  ୭୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନଗଦ, ୧୪ଟା ସୁନା ମୁଦି, ସୁନାର ହଳ କାନ ଫୁଲ ଓ ୩ ଟି ଲକ୍ଷ୍ମୀ ଚିତ୍ର ଥିବା ସୁନାର ଲକେଟ୍ ଚୋରି କରି ନେଇ ପଳାଇଛନ୍ତି।  ତେବେ ସମସ୍ତ ଚୋରମାନେ ମ।ସ୍କ ଲଗାଇ ଥିଲେ ଓ ଓଡ଼ିଆ ଭାଷାରେ କଥା ହେଉଥିଲେ ବୋଲି କହିଛନ୍ତି ଅମୂଲ୍ୟ।

2 Girl Students Critical Accident ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଦୁର୍ଘଟଣା, ଦୁଇ ଛାତ୍ରୀ ଗୁରୁତର

ତେବେ ଆମେ ଯିବାର ଅଧ ଘଣ୍ଟା ପରେ ପଡ଼ୋଶୀଙ୍କୁ କହିବୁ, ନ ହେଲେ ଜୀବନରେ ମାରି ଦେବୁ ବୋଲି ଧମକ।ଇକି ଯାଇଥିଲେ ଡକାୟତ ମାନେ। ତେବେ ଅମୂଲ୍ୟ କିଛି ଦିନ ତଳେ ତାଙ୍କର କିଛି ଜମି ବିକ୍ରି ଟଙ୍କା ଓ ବାପାଙ୍କ ପେନସନ ଟଙ୍କାକୁ ଘରେ ଥିବା ୨ ଟା ଆଲମିରାରେ ରଖିଥିଲେ ଯାହାକୁ ସେ ଆଜି ବ୍ୟାଙ୍କରେ ଜମା କରିଥାନ୍ତେ।। ତେବେ ଡକାୟତମାନେ ଯିବା ପରେ ବହୁ କଷ୍ଟରେ ଅମୂଲ୍ୟ ନିଜ ହାତ ଓ ଗୋଡ଼ରେ ବାନ୍ଧିଥିବା ଶାଢ଼ିକୁ ଖୋଲି ଘଟଣା ସମ୍ପର୍କରେ ଆଖ ପାଖ ଅଂଚଳରେ ଥିବା ସମ୍ପର୍କୀୟଙ୍କୁ କହିବା ପରେ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ଉମରକୋଟ ପୁଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର ଓ ପୁଲିସ ସବ ଇନ୍ସପେକ୍ଟର ଅକ୍ଷୟ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଥିଲେ। ନବରଙ୍ଗପୁରରୁ ଅନୁସନ୍ଧ।ନୀ କୁକୁର ଓ ସାଇଣ୍ଟଫିକ ଟିମ୍ ଆସିବାର ସମ୍ଭାବନା ରହିଛି।। ଡକାୟତମାନେ ଡକାୟତ ସମୟରେ ବ୍ୟବହାର କରିଥିବା ଏକ  ଭୁଜାଲିକୁ ଘରେ ଛାଡ଼ିକି ଚାଲି ଯାଇଛନ୍ତି। ତେବେ ନିଶ୍ଚିତ ଭାବରେ ଅମୂଲ୍ୟଙ୍କୁ କିଛି ଜାଣିଥିବା ଲୋକେ ଯେଉଁମାନେ କି ଅମୂଲ୍ୟ ଜମି ବିକ୍ରି କରି ଘରେ ଟଙ୍କା ରଖିଥିବା ଖବର ଡକାୟତମାନଙ୍କୁ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ଏତେ ପରିମାଣର ନଗଦ ଟଙ୍କା ଚୋରି ହେଇଯିବା ଉମରକୋଟ ଅଞ୍ଚଳରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ଗାଁର କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା ଡକାୟତମାନେ ଗୋଟିଏ କାରରେ ଆସିଥିଲେ ଯାହାକୁ କି ସେମାନେ ଅଳ୍ପ ଦୂରରେ ଥିବା ଏକ ନିଛାଟିଆ ସ୍ଥାନରେ  ରଖି ଡକାୟତି କରିବା ପାଇଁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe