Education: ପ୍ରଧାନଶିକ୍ଷକ, ହୋଷ୍ଟେଲ ଅଧୀକ୍ଷକଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍‌

Advertisment

ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଶନିବାର ଦିନ ଅଚାନକ ତେନ୍ତୁଳିଖୁଣ୍ଟି ବ୍ଲକର କୁକୁଡାବାଇ୍ ସରକାରୀ ୟୁପି ସ୍କୁଲ ଓ ବିଜ୍ରାଗୁଡା ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ, ଚିକିଲି ଓ କେଶରୀଗୁଡ଼ା ଆରଆଇ କାର୍ଯ୍ୟାଳୟରେ ଚଢ଼ାଉ କରି ଯାଞ୍ଚ କରିଥିଲେ।

ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଶନିବାର ଦିନ ଅଚାନକ ତେନ୍ତୁଳିଖୁଣ୍ଟି ବ୍ଲକର କୁକୁଡାବାଇ୍ ସରକାରୀ ୟୁପି ସ୍କୁଲ ଓ ବିଜ୍ରାଗୁଡା ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ, ଚିକିଲି ଓ କେଶରୀଗୁଡ଼ା ଆରଆଇ କାର୍ଯ୍ୟାଳୟରେ ଚଢ଼ାଉ କରି ଯାଞ୍ଚ କରିଥିଲେ।

Untitled-12.jpg

ନବରଙ୍ଗପୁର (ସୁରେଶ ନାଇଡୁ): ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଶନିବାର ଦିନ ଅଚାନକ ତେନ୍ତୁଳିଖୁଣ୍ଟି ବ୍ଲକର କୁକୁଡାବାଇ୍ ସରକାରୀ ୟୁପି ସ୍କୁଲ ଓ ବିଜ୍ରାଗୁଡା ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ, ଚିକିଲି ଓ କେଶରୀଗୁଡ଼ା ଆରଆଇ କାର୍ଯ୍ୟାଳୟରେ ଚଢ଼ାଉ କରି ଯାଞ୍ଚ କରିଥିଲେ। କୁକୁଡ଼ା ବାଇ ସ୍କୁଲର ପ୍ରଧାନଶିକ୍ଷକ, ଛାତ୍ରବାସର ସୁପରିଟେଣ୍ଡଣ୍ଟ ଶିକ୍ଷକ ଆଦିଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିବାକୁ ଏଡିଇଓ ସୁପ୍ରିୟା ନାୟକଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ୪୦ ଆସନ ବିଶିଷ୍ଟ ପ୍ରାଥମିକ ସ୍କୁଲ ହଷ୍ଟେଲ (ପିଏସଏଚ୍)କୁ ଜିଲ୍ଲାପାଳ ଯାଞ୍ଚ କରିଥିଲେ। ଶ୍ରେଣୀଗୃହ ଯାଞ୍ଚ କରିବା ସହ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ।

ଏହି ସ୍କୁଲରେ ସପ୍ତମ ଶ୍ରେଣୀରେ ଭୁଗୋଳ ଓ ସମାଜ ବିଜ୍ଞାନ ପଢ଼ାଯାଉଥିଲା। ୧୮ରୁ ୧୭ଜଣ ପଢ଼ାଯାଉଥିବା ବାଳୁତ ବୀର ପାଠ୍ୟକ୍ରମରୁ ବାଳୁତ ଶଦ୍ଦ କହି ପାରିନଥିଲେ। ନିଜ ନାଁ ବହୁ ଛାତ୍ରଛାତ୍ରୀ ଲେଖି ପାରିନଥିଲ। ପାଠ ପଢ଼ାର ମାନ ଭଲ ନଥିଲା। ସ୍ବାଭବ କବି ଗଙ୍ଗାଧର ମେହେରଙ୍କ ସମ୍ପର୍କରେ ପିଲାମାନେ କିଛି ଜାଣି ନଥିଲେ। ସ୍କୁଲ ପରିସରରେ ଥିବା ଭଙ୍ଗାଘରକୁ ନ ଭାଙ୍ଗି ସେଭଳି ରଖାଯାଇଥିଲା। ଛାତ୍ରାବାସ ଦାୟିତ୍ବରେ ଥିବା  ସୁପରିଟେଣ୍ଡଟ ଶିକ୍ଷକ ନଥିଲେ। ଅନଲାଇନ୍ ଛୁଟି ଦରଖାସ୍ତ ଦେଇଥିବା ଦେଖିବାକୁ ମିଳିଥିବା କହିଛନ୍ତି ଜିଲ୍ଲାପାଳ। ଛାତ୍ରାବାସର ଅବସ୍ଥା ବି ଭଲନଥିଲା। ଏସବୁ ଦେଖି ଜିଲ୍ଲାପାଳ ବିଗଡିବା ସହ ପ୍ରଧାନଶିକ୍ଷକ, ଛାତ୍ରବାସର ସୁପରିଟେଣ୍ଡଣ୍ଟ ଶିକ୍ଷକ ଆଦିଙ୍କୁ କାରଣଦର୍ଶାଅ ନୋଟିସ୍ ଜାରୀ କରିବାକୁ ଏଡିଇଓ ସୁପ୍ରିୟା ନାୟକଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ଶୈକ୍ଷିକ ମାନ ବଜାୟ ରଖିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେଲେ। ତେନ୍ତୁଳିଖୁଣ୍ଟି ବ୍ଲକର ବିଜରାଗୁଡାରେ ଥିବା ସରକାରୀ ଏସଏସିଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ। ଦଶମ ଶ୍ରେଣୀ ଛାତ୍ରୀଙ୍କ ସହିତ ଆଲୋଚନା କଲେ ଏବଂ ଆଗାମୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା, ୨୦୨୬ପାଇଁ ଆବଶ୍ୟକ ପ୍ରସ୍ତୁତି ରଣନୀତି, ଶୃଙ୍ଖଳା ଏବଂ ଧ୍ୟାନ ଉପରେ ପରାମର୍ଶ ଦେଇଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦତ୍ତ ଅନ୍ତେବାସୀମାନଙ୍କ ପାଇଁ ସୁରକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଏହି ସ୍କୁଲର ଅନ୍ତେବାସୀ ମାନେ ଭଲ ପଢ଼ୁଥିବା ଜିଲ୍ଲାପାଳ ଲକ୍ଷ୍ୟ କରିଥିବା କହିଛନ୍ତି। ତେବେ ସ୍ଥାନଅଭାବରୁ  ଛାତ୍ରାବାସରେ ଡବଲ ଡେକର ବେଡକୁ ଭାଙ୍ଗି ଦୁଇରୁ ତିନୋଟି ବେଡ ପକାଇ ପିଲା ରହୁଥିବା ସେ ଦେଖିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଦି ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Asia Shooting: ଏସୀୟ ସୁଟିଂ: ବିଶ୍ବ ରେକର୍ଡ ସହ ଅର୍ଜୁନ-ଏଲାଭେନିଲଙ୍କୁ ସ୍ବର୍ଣ୍ଣ

ତୃଣମୂଳ ସ୍ତରରେ ଦକ୍ଷ ସାର୍ବଜନୀନ ସେବା ପ୍ରଦାନ ସୁନିଶ୍ଚିତ କରିବା ପାଇଁ କେଶରିଗୁଡ଼ା ଏବଂ ଚିକିଲିରେ ଥିବା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। କାର୍ଯ୍ୟାଳୟ ରେକର୍ଡ, ଉପସ୍ଥାନ ଏବଂ କାର୍ଯ୍ୟାଳୟଗୁଡ଼ିକର ସାମଗ୍ରିକ କାର୍ଯ୍ୟ ଯାଞ୍ଚ କରିଥିଲେ ଜିଲ୍ଲାପାଳ। ଚିକିଲି ଆରଆଇ କାର୍ଯ୍ୟାଳୟ ପରିଦର୍ଶନରେ ପୂର୍ବରୁ ଜିଲ୍ଲାପାଳ ଯିବା ସମୟରେ ଆରଆଇ ନଥିଲେ। ସେଭଳି ଆଜି ବି ନଥିଲେ। ଜଣେ ଆରଆଇଙ୍କୁ ଦୁଇଟି ସର୍କଲ ଦେଇଥିବା ଜାଣିବା ପରେ ସବୁ ଯାଂଚ କରିଥିବା କହିଛନ୍ତି ଜିଲ୍ଲାପାଳ।

ଆହୁରି ପଢ଼ନ୍ତୁ: Gourab Gogoi: ଗୌରବ ଗୋଗୋଇଙ୍କ ସମ୍ପର୍କିତ ଏସ୍ଆଇଟି ରିପୋର୍ଟ କେନ୍ଦ୍ରକୁ ପଠାଇବ ଆସାମ ସରକାର 

ତେବେ ଆରଆଇ କାର୍ଯ୍ୟାଳୟ ଧୁଳି ଦୁସରିତ ହୋଇ ଥିବାରୁ କଡା ତାଗିଦ୍ କରିବା ସହ ସଫା ସୁତରା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁଣାତ୍ମକ ଶିକ୍ଷା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। ଭିତ୍ତିଭୂମି ସହ ନୂଆ ପଦ୍ଧତି ନାଚ ଗୀତରେ ବି ପଢ଼ାଯାଉଛି। ଏହା ବାଦେ ବି  ପିଲା ମାନେ ଯେଉଁ ପାଠ୍ୟକ୍ରମ ପଢ଼ୁଛନ୍ତି ତାହା କହି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସପ୍ତମ ପଢ଼ୁଥିବା ପିଲା ନିଜ ନାଁ ଲେଖି ନ ପାରିବା ଅତ୍ୟନ୍ତ ଦୁଃଖଦାୟକ। ସ୍ବାଧୀନତା ସଂଗ୍ରାମୀ, ମହାପୁରୁଷଙ୍କ ନାଁ କହି ପାରୁନାହାନ୍ତି ଛାତ୍ରଛାତ୍ରୀ। ଏହି ସ୍ଥିତିରେ ଛାତ୍ରଛାତ୍ରୀ ମାନେ ପୂଜ୍ୟପୂଜା କଣ ଶିଖିବେ। ଏଭଳି କହିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe