Drinking Water:ନବରଂଗପୁର ଜିଲ୍ଲାରେ ବଢ଼ୁଛି ଜଳକଷ୍ଠ: ପାଣି ପାଇଁ ମାରପିଟ୍

Advertisment

ଜଳକଷ୍ଟରେ ଘାଣ୍ଟି ହେଉଥିବା ନବରଙ୍ଗପୁର ଜିଲ୍ଲାବାସୀ ଏବର୍ଷ ବି ପିଇବାକୁ ପାଇବେନି ପାଣି। ଖରାଦିନ ଆସିବା ଆଗରୁ ଏମିତି ସଙ୍କେତ ଜଳ ଜଳ ଦିଶିଲାଣି। ଜିଲ୍ଳାରେ ଭୁତଳ ଜଳସ୍ତର ଅତି ବିପଦଜନକ ଭାବେ ତଳକୁ ଖସି ଯାଇଥିଲାବେଳେ ଜନବସତି ଗୁଡିକୁ ପାଇପ ପାଣି ଯୋଗାଣ ବି ବି‌ଶେଷ ଆଗେଇ ପାରିନି।

ଜଳକଷ୍ଟରେ ଘାଣ୍ଟି ହେଉଥିବା ନବରଙ୍ଗପୁର ଜିଲ୍ଲାବାସୀ ଏବର୍ଷ ବି ପିଇବାକୁ ପାଇବେନି ପାଣି। ଖରାଦିନ ଆସିବା ଆଗରୁ ଏମିତି ସଙ୍କେତ ଜଳ ଜଳ ଦିଶିଲାଣି। ଜିଲ୍ଳାରେ ଭୁତଳ ଜଳସ୍ତର ଅତି ବିପଦଜନକ ଭାବେ ତଳକୁ ଖସି ଯାଇଥିଲାବେଳେ ଜନବସତି ଗୁଡିକୁ ପାଇପ ପାଣି ଯୋଗାଣ ବି ବି‌ଶେଷ ଆଗେଇ ପାରିନି।

ngp-water problem (3)

ନବରଙ୍ଗପୁର(ସୁରେଶ ନାଇଡୁ): ଜଳକଷ୍ଟରେ ଘାଣ୍ଟି ହେଉଥିବା ନବରଙ୍ଗପୁର ଜିଲ୍ଲାବାସୀ ଏବର୍ଷ ବି ପିଇବାକୁ ପାଇବେନି ପାଣି। ଖରାଦିନ ଆସିବା ଆଗରୁ ଏମିତି ସଙ୍କେତ ଜଳ ଜଳ ଦିଶିଲାଣି। ଜିଲ୍ଳାରେ ଭୁତଳ ଜଳସ୍ତର ଅତି ବିପଦଜନକ ଭାବେ ତଳକୁ ଖସି ଯାଇଥିଲାବେଳେ ଜନବସତି ଗୁଡିକୁ ପାଇପ ପାଣି ଯୋଗାଣ ବି ବି‌ଶେଷ ଆଗେଇ ପାରିନି। ଚନ୍ଦାହାଣ୍ଡି, ଝରିଗାଁ, ରାଇଘର, ଉମରକୋଟ, କୋଷାଗୁମୁଡା, ପାପଡାହାଣ୍ଡି,ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ଆଦି ବ୍ଲକର ଅଧିକାଂଶ ଅଂଚଳରେ ନଳକୂପରୁ ଖରାଦିନେ ପାଣି ବାହାରିବ ନାହିଁ। ତେଣୁ ଜିଲ୍ଲାରେ ଜଳ ସଙ୍କଟ ଦେଖା ଦେବା ଏକ ପ୍ରକାର ନିଶ୍ଚିତ। ଜିଲ୍ଲାର ୧୦ବ୍ଲକରେ ୧୮୯ଟି ପଂଚାୟତରେ ୮୫୫ଟି ରାଜସ୍ବ ଗାଁ, ୨୪୧୫ ପଡାଗାଁ ଏଭଳି ୩୨୭୦ଗାଁରେ ୩ଲକ୍ଷ ୯ହଜାର ୩୨୬ଟି ଘର ରହିଥିବା ବେଳେ ୧୩ଲକ୍ଷ ୨୨ହଜାର ୨୨୭ଜଣ ବସବାସ କରୁଛନ୍ତି।

ଅପରପକ୍ଷରେ ଜିଲ୍ଲାରେ ଏବେ ୧୮,୮୨୨ଟି ନଳକୂଅ. ପାଇପ୍ ୱାଟର ସପ୍ଲାଇ ୪୦୫ଟି, ସହ ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ (ଅଧୀନରେ ଭାରତରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପାଇଁ  ପ୍ରତିଦିନ  ମୁଣ୍ଡପିଛା ୪୦ଲିଟର ୧୯୬ଟି ୭୦ଲିଟର ୨୦୯ଟି , ୫୧୪ଟି ସୋଲାର ଜଳଯୋଗାଣ ହେଉଛି। ସ୍ବୟନିଯୁକ୍ତି ମେକାନିକ୍ ବା ଏସଇଏମ୍ ୪୮୮ଜଣ ରହି ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପର ପମ୍ପ ଅପରେଟର ଭାବେ ପରିଚାଳନା ଓ ରକ୍ଷଣାବେକ୍ଷଣ କରୁଛନ୍ତି। ୮୧୦ଟି ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପରେ ଏବେ ୩୨୨ଟି ପଦବୀ ଖାଲି ପଡିଛି।  ଏପଟେ ଦୀର୍ଘଦିନ ଧରି ଜିଲ୍ଲାରେ ଚାଲିଥିବା ପାଇପ ଜଳ ପ୍ରକଳ୍ପ, ୬ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ଗୁଡିକର କାମ ସରିବାର ନାଁ ଧରୁନି।

ଆହୁରି ପଢ଼ନ୍ତୁ: Cold Wave: ୨.୯ ଡିଗ୍ରି ସେଲସିୟସ ସହ ଥଣ୍ଡାରେ ଥରୁଛି ଦିଲ୍ଲୀ: ଜାନୁଆରିରେ ୩ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଥଣ୍ଡା

ଦାବିପତ୍ର ଦେଇଥିଲେ ଗ୍ରାମବାସୀ

ପାଣି ନ ପାଇ ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକର ବି ମାଳିଗୁଡାର ପାଇକ ମିନିଗୁଡି ସାହିରେ ଗ୍ରାମବାସୀମାନେ ମେ ମାସରେ ତତ୍କାଳୀନ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରି ଏକ ଦାବିପତ୍ର ଦେ‌ଇଥିଲେ। ତା ବାଦେ ବି ଏହାର ସମାଧାନ ହୋଇପାରିନି। ବାରମ୍ବାର ବ୍ଲକ ପ୍ରଶାସନକୁ ଜଣାଇଲେ ବି ‌ପଦକ୍ଷେପ ନେଉ ନଥିବା ନନ୍ଦାହାଣ୍ଡି ବ୍ଲକର ପାଇକମିନିଗୁଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଝରିଗାଁ, ଚନ୍ଦାହାଣ୍ଡି, ନନ୍ଦାହାଣ୍ଡି ସହ ସଦରନବରଙ୍ଗପୁର ବ୍ଲକର ବିଭିନ୍ନ ଗାଁରେ  ଥିବା ନଳକୂଅରୁ ପାଣି ସଠିକ ଭାବେ ବାହାରୁ ନଥିବା ବେଳେ ସବୁ ବେଳେ ପାଣି ପାଇଁ ଗଣ୍ଡଗୋଳ ଓ ମାରପିଟ୍ ହେବାକୁ ପଡୁଛି ବୋଲି ବହୁ ସିନ୍ଦିଗାଁ ସରପଂଚ ବେଦବ୍ୟାସ ଭତରାଙ୍କ ସହ ନବରଙ୍ଗପୁର ବ୍ଲକର ବହୁ ସରପଂଚ ଓ ସମିତିସଭ୍ୟ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: Air India Flight: ଦିଲ୍ଲୀରେ ୨୪ ଘଣ୍ଟା ଭିତରେ ଦୁଇଟି ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ...

ପାଣି ପାଇଁ ମହାଭାରତ

ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପାପାଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ବାବୁଲି ମିଶ୍ର ଆଦି ବାରମ୍ବାର ବିଭିନ୍ନ ଗାଁରେ ନୂଆ ନଳକୂଅ ଖନନ୍ ଓ ଜିଲ୍ଲାରେ ଖରାଫ ହୋଇ ପଡିଥିବା ୪୨୨ଟିକୁ ସଜାଡିବାକୁ କହି କହି ଥକ୍କି ପଡିଥିବା ଉଭୟ କହିଛନ୍ତି।ପାଣି ପାଇଁ ଗାଁ ଗୁଡିକରେ ସାମାନ୍ୟ ପାଣି ପାଇଁ ମହାଭାରତ ହେଉଛି,‌ କେତେ ଲୋକଙ୍କୁ ବୁଝାଇବୁବୋଲି ଏମାନେ କହିଛନ୍ତି।  ପାଣି ପାଇଁ ଗ୍ରାମବାସୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରଶାସନ ବାଧ୍ୟ ନ କରୁ ବୋଲି ଏମାନେ କହିଛନ୍ତି। ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ କୌଣସି ଗାଁରେ ପାନୀୟ ଜଳ ସମସ୍ୟା ନ ହୁଏ ସେ ଦିଗରେ ଗ୍ରାମ୍ୟ ଜଳଯୋଗାଣ ସମୀକ୍ଷା ବେଳେ ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ତାଗିଦ୍ କରିଥିଲେ। କୌଣସି ଗାଁରେ ଏଭଳି ସମସ୍ୟା ଉପୁଜିଲେ ତୁରନ୍ତ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାକୁ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe