File photo
ନବରଙ୍ଗପୁର (ସୁରେଶ ନାଇଡୁ): କେହି ଭୋକିଲା ରହିବେ ନାହିଁ। ସମସ୍ତ ଗରିବ ପରିବାରକୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯିବ। ଏହି ଉଦ୍ଦେଶ୍ୟ ନେଇ ଆଇନ ଗୃହୀତ ହେବା ପରେ ଯୋଜନା ହୋଇଥିଲା। ଏହି ଗରିବ ହିତାଧିକାରୀଙ୍କ ମଧ୍ୟରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯାଉଛି। ନୂଆ ରାସନକାର୍ଡ ପାଇବା ପାଇଁ ୬,୬୭୭ ଜଣ ହିତାଧିକାରୀ ଆବେଦନ କରିଥିଲେ। ଗତ କିଛି ମାସ ମଧ୍ୟରେ ନବରଂଗପୁର ଜିଲ୍ଲାରେ ୨,୩୨୧ଜଣ ହିତାଧିକାରୀଙ୍କୁ ବିତରଣ କରାଯାଇଥିବା ବେଳେ ୪,୩୫୬ଜଣ ହିତାଧିକାରୀ କାର୍ଡ ପାଇବାକୁ ଅପେକ୍ଷା କରିଛନ୍ତି। ପୂର୍ବରୁ କାର୍ଡ ପାଇଥିବା ହିତାଧିକାରୀ ମାନେ ନାମ ଯୋଡିବା ପାଇଁ ୨୯,୧୫୦ଜଣ ଆବେଦନ କରିଥିବା ବେଳେ ଏମାନଙ୍କ ନାଁ ବି ଯୋଡାଯାଇନଥିବା ଜିଲ୍ଲା ଯୋଗାଣ ବିଭାଗରୁ ସୂଚନା ମିଳିଛି।
ନୂଆ ରାସନକାର୍ଡ ପାଇଁ ଚନ୍ଦାହାଣ୍ଡିରୁ ୧୧୦୬ ଆସିଥିବା ବେଳେ ୬୦୧ଟି କାର୍ଡ ହିତାଧିକାରୀଙ୍କୁ ବିତରଣ ସରିଛି। ଡାବୁଗାଁରେ ୧୮୫ରୁ ୬୮, ଝରିଗାଁରେ ୧୫୬୩ରୁ ୩୩୭, କୋଷାଗୁମୁଡାରେ ୬୧୬ରୁ ୨୧୦, ନବରଙ୍ଗପୁର ୧୧୫ରୁ ୫୩, ନନ୍ଦାହାଣ୍ଡି ୫୬୩ରୁ ୩୬୧, ପାପଡାହାଣ୍ଡି ୫ରୁ ୧୫୬, ରାଇଘର ୩୭୨ରୁ ୩୨, ତେନ୍ତୁଳିଖୁଣ୍ଟି ୫୨୮ରୁ ୧୪୧, ଉମରକୋଟ ୯୬୫ରୁ ୧୫୪, ନବରଙ୍ଗପୁର ପୌରପାଳିକାରେ ୧୨୨ରୁ ୯୫ ଓ ଉମରକୋଟ ପୌରପାଳିକାରେ ୫୩୭ରୁ ୧୧୩ଟି କାର୍ଡ ଏଭଳି ୨୩୨୧ଟି କାର୍ଡ ବିତରଣ ହୋଇଛି। ଜିଲ୍ଲାରେ ୪,୩୫୬ ହିତାଧିକାରୀ ନୂଆ କାର୍ଡ ପାଇବା ପାଇଁ ଅପେକ୍ଷାରେ ରହିଛନ୍ତି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି। ପୂର୍ବରୁ କାର୍ଡ ପାଇଥିବା ଏବଂ ଏବେ ରାସନ ପାଇବାକୁ ଯୋଗ୍ୟ ବୟସ ହୋଇଥିବା ୨୯୧୫୦ହିତାଧିକାରୀ ନାଁ ଯୋଡିବାକୁ ଆବେଦନ କରିଛନ୍ତି।
ଆହୁରି ପଢ଼ନ୍ତୁ: Demand: ‘୧୫ ଦିନ ମଧ୍ୟରେ ଚାଷୀଙ୍କ ଦାବି ପୂରା ନହେଲେ ଅଧା ନବରଂଗପୁର ବନ୍ଦ’
କୋଷାଗୁମୁଡ଼ାରେ ୩୫୧୧ ପରିବାରଙ୍କ ଆବେଦନ
ଚନ୍ଦାହାଣ୍ଡିରୁ ୧୨୯୪, ଡାବୁଗାଁରେ ୨୧୮, ଝରିଗାଁରେ ୭୧୮୫, କୋଷାଗୁମୁଡ଼ାରେ ୩୫୧୧, ନବରଙ୍ଗପୁର ୧୪୮୯, ନନ୍ଦାହାଣ୍ଡି ୧୭୦୭, ପାପଡାହାଣ୍ଡି ୨୫୧, ତେନ୍ତୁଳିଖୁଣ୍ଟି ୧୫୦୬, ନବରଙ୍ଗପୁର ପୌରପାଳିକାରେ ୨୪୨ ଓ ଉମରକୋଟ ପୌରପାଳିକାରେ ୧୧୨୮ଜଣ ପରିବାର ସଦସ୍ୟ ବୋଲି ସୂଚନା ମିଳିଛି। ସର୍ବାଧିକ ଉମରକୋଟ ବ୍ଲକରେ ୧୦,୬୧୯ଜଣ ଆବେଦନ କରିଥିବା ବେଳେ ରାଇଘର ବ୍ଲକରେ ଜମା କେହି ଆବେଦନ କରି ନାହାନ୍ତି। ଉମରକୋଟ ବ୍ଲକରେ ବେଶି ପରିମାଣର ସଚେତନତା ସୃଷ୍ଟି କରାଯାଇଥିବା ବେଳେ ରାଇଘର ବ୍ଲକରେ ୨୬ଟି ପଂଚାୟତ ରହିଥିବା ବେଳେ ଜଣେ ମଧ୍ୟ ନିଜ ନାଁକୁ ଯୋଡିବାକୁ କିଭଳି ଆବେଦନ କରି ନାହାନ୍ତି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପାପାଡାହାଣ୍ଡି ପରି ବଡ ବ୍ଲକରେ ୨୩ଟି ପଂଚାୟତ ରହିଥିବା ବେଳେ ନୂଆ ରାସନକାର୍ଡ ପାଇଁ ମାତ୍ର ୫ଜଣ ଆବେଦନ କରିଥିବା ରିପୋର୍ଟରେ ଉଲ୍ଲେଖକରାଯାଇଛି। ଜିଲ୍ଲାପ୍ରଶାସନ ଏହାକୁ ଗୁରୁତର ସହ ନେଇ ପ୍ରଚାର ଓ ପ୍ରସାର କରିବା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ଆହୁରି ପଢ଼ନ୍ତୁ: ଜିଲ୍ଲାରେ ରାସନକାର୍ଡ ମହାଦୁର୍ନୀତି: ପ୍ରତି ୨୦ରେ ୭ ଜଣ ଭୂତ ହିତାଧିକାରୀ
Follow Us