Paddy: ତ୍ରିକୋଣୀୟସ୍ଥିତିରେ ମଣ୍ଡି: ଜୋର ଧରିଛି ରାଜ‌ନୈତିକ ଉଷ୍ମତା

Advertisment

ମଣ୍ଡି ଉଦଘାଟନର ୬ଦିନ ପରେ ୨୩୩କୁଇଣ୍ଟାଲ ଧାନ କିଣାଯାଇଛି। ୮୨ଟି ମିଲର୍ସଙ୍କ ମଧ୍ୟରୁ ୭୦ଜଣ ଇଛାପତ୍ର ଦେଇଛନ୍ତି। ଜିଲ୍ଲା ଯୋଗାଣ ବିଭାଗ ସହ ୧୦ମିଲର୍ସର ଚୁକ୍ତିନାମା ସରିଛି।

ମଣ୍ଡି ଉଦଘାଟନର ୬ଦିନ ପରେ ୨୩୩କୁଇଣ୍ଟାଲ ଧାନ କିଣାଯାଇଛି। ୮୨ଟି ମିଲର୍ସଙ୍କ ମଧ୍ୟରୁ ୭୦ଜଣ ଇଛାପତ୍ର ଦେଇଛନ୍ତି। ଜିଲ୍ଲା ଯୋଗାଣ ବିଭାଗ ସହ ୧୦ମିଲର୍ସର ଚୁକ୍ତିନାମା ସରିଛି।

mandi

ନବରଙ୍ଗପୁର (ସୁରେଶ ନାଇଡୁ): ମଣ୍ଡି ଉଦଘାଟନର ୬ଦିନ ପରେ ୨୩୩କୁଇଣ୍ଟାଲ ଧାନ କିଣାଯାଇଛି। ୮୨ଟି ମିଲର୍ସଙ୍କ ମଧ୍ୟରୁ ୭୦ଜଣ ଇଛାପତ୍ର ଦେଇଛନ୍ତି। ଜିଲ୍ଲା ଯୋଗାଣ ବିଭାଗ ସହ ୧୦ମିଲର୍ସର ଚୁକ୍ତିନାମା ସରିଛି। ଅପରପକ୍ଷରେ ଧାନ ଓ ମକାର ଅଭାବି ବିକ୍ରୀକୁ ନେଇ ଜିଲ୍ଲାର ଉମରକୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡିରେ କୃଷକ ମହାସଂଘ ଆନ୍ଦୋଳନ କରୁଛି। ଏହି ଆନ୍ଦୋଳନକୁ ବିଜେଡି ଓ କଂଗ୍ରେସ ନେତାମାନେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଦୁଇ ଦିନ ଧରି ସେମାନେ ଆନ୍ଦୋଳନ ଚଳାଇଛନ୍ତି। ନେତାଙ୍କ ରାଜନିତୀରେ ନ ପଡ଼ି କିଭଳି ଧାନ ବିକ୍ରୀ ହୋଇପାରିବ ବୋଲି ବହୁ ଚାଷୀ କହିଛନ୍ତି। ଚାଷୀଙ୍କ ମକା ଓ ଧାନର ଅଭାବି ବିକ୍ରୀର ନାଁରେ ଜିଲ୍ଲାର ରାଜନିତୀରେ ପୁଣି ଉଷ୍ମତା ଦେଖାଦେବା ସହ ତ୍ରିକୋଣୀୟ ସ୍ଥିତି ଦେଖାଦେଇଛି।

ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଧାନକିଣାକୁ ସ୍ବଚ୍ଛତା ରଖି କିଣିବାକୁ ଧାନ କିଣାରେ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଗୁଗୁଲ ମିଟରେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଲକରେ ମଣ୍ଡି ଉଦଘାଟନୀ ପର୍ବ ଚାଳିଛି। ସରକାର ମଣ୍ଡିକୁ ଏଜେଣ୍ଟ, ଦଲାଲ ଓ କଟନି ଛଟନି ମୁକ୍ତ କରିବାକୁ ଯେତେ ପ୍ରୟାସ କଲେ ବି ହୋଇ ପାରୁନି। ଏମାନଙ୍କ କବଜାରେ ହିଁ ସବୁକିଛି ବୋଲି ଚାଷୀ, ମିଲର୍ସ ଓ କ୍ରୟକାରୀ ସଂସ୍ଥାଗୁଡିକ କହିଛନ୍ତି। ଜିଲ୍ଲାଧାନ କ୍ରୟକାରୀ କମିଟି ବୈଠକରେ ସାଂସଦ ଓ ଅନ୍ୟ ବିଧାୟକଙ୍କ ଦାବି ପରେ ୪୪ଏସଏଚଜିରୁ୭ଟିକୁ ଯାଂଚ କରି କାଟି ଦେଇଥିଲା ପ୍ରଶାସନ। ଏବେ ସରକାର ଅନୁସଙ୍ଗିକ ଭିତ୍ତିଭୂମି ନଥିବା କ୍ରୟକାରୀ ସଂସ୍ଥାକୁ ସମ୍ପୁର୍ଣ୍ଣ ରୁପେ ବାଦ୍ ଦେବାକୁ ନିର୍ଦ୍ଦେଶ ଦେଇ ଚିଠି ଦେଇଛନ୍ତି। ଏହା ପରେ ଏବେ ଜିଲ୍ଲାପ୍ରଶାସନ ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ମଣ୍ଡିକୁ ସ୍ବାଭାବିକ କରିବ ନାଁ ସରକାରୀ ନିର୍ଦ୍ଦେଶ ପାଳନ କରିବ ସେ ଚିନ୍ତାରେ।

ଦଲାଲ, ମଧ୍ୟସ୍ଥଙ୍କ ରାଜୁତି

ଅନ୍ୟପକ୍ଷରେ ଟୋକନ୍ ପାଇଥିବା ଚାଷୀମାନେ ପୂର୍ବଭଳି ମଣ୍ଡିକୁ ଆସି ଧାନ ବିକ୍ରି କରି ହଇରାଣ ହରକତ ହେବା ବଦଳରେ ଦଲାଲ ଓ ମଧ୍ୟସ୍ଥଙ୍କ ଜରିଆରେ ଗାଡି ଗୁଡିକରେ ମିଲକୁ ପଠାଇବା ଆରମ୍ଭ କରିଛନ୍ତି। ନାମକୁ ମାତ୍ର ଅଳ୍ପ କିଛି ଧାନ ମଣ୍ଡିକୁ ‌ଆଣି ସିସିଟିଭି କ୍ୟାମେରାରେ‌ ରେକର୍ଡିଂ ସରିଲେ ସେ ଧାନକୁ ବି ଉଠାଇ ନେଉଛନ୍ତି। ତା ପରେ ଚାଷୀ ମାନେ ଆସି ଆଇସ୍କାନରରେ ସ୍କାନ କରୁଛନ୍ତି ବୋଲି କହିଛନ୍ତି ଚାଷୀ। ପ୍ରଶାସନ ବିଳମ୍ବ କରିବାରୁ ଧାନ ଛତିଶଗଡ ଓ ଆନ୍ଧ୍ରକୁ ଚାଳାଣ ହୋଇସାରିଛି ବୋଲି କହିଛନ୍ତି ଚାଷୀ।

ଆହୁରି ପଢ଼ନ୍ତୁ: Aravalli Hills: ଯଦି ପ୍ରାଣ ହରାଏ ପର୍ବତମାଳା... ତେବେ କଣ ହେବ ସ୍ଥିତି ? ସୁରକ୍ଷା ପ୍ରାଚୀର ଧ୍ବଂସ ହେବା ପରେ ଦେଶ ଦେଖିବ ହା ହା କାର ! ଆରାବଳୀ ଭବିଷ୍ୟତ ଅନ୍ଧାର

ପ୍ରଶ୍ନ କଲେ ସାଂସଦ

ଗତ ୨୪ବର୍ଷ ଧରି ଚାଷୀଙ୍କ ପ୍ରତି ଦରଦ୍ ନଥିବା ବିଜେଡି ନେତାଙ୍କର ଅଚାନକ ଚାଷୀଙ୍କ ପ୍ରତି ଏତେ ଅନାବିଳ ସ୍ନେହ, ପ୍ରେମ ସହ ଧାରଣା ଦେବାର ଉଦ୍ଧେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଇଂ.ବଳଭଦ୍ର ମାଝୀ , ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନୃସିଂହ ଭତ୍ରା। ଚାଷୀଙ୍କୁ ନେଇ ରାଜନିତୀ ବନ୍ଦ କର ଆମେ ସର୍ବନିମ୍ନ ଦର ସହ ବୋନସ୍ ୮୦୦ଟଙ୍କା ଦେଉଛୁ ବୋଲି ଏମାନେ କହିଛନ୍ତି। ଜିଲ୍ଲାରେ ଧିରେ ଧିରେ ମଣ୍ଡି ସ୍ବାଭାବିକ ହେବାରେ ଲାଗିଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି। ଅଂଚଳଗୁମ୍ମା ମଣ୍ଡିରୁ ୯୬.୩୦କୁଇଣ୍ଟାଲ, ପାପାଡାହାଣ୍ଡିରୁ ୭୫କୁଇଣ୍ଟାଲଓ ଉମରକୋଟର କାରାଗାଁରେ ୬୨.୨୨କୁଇଣ୍ଟାଲ ଧାନ କିଣା ସରିଛି ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି।

ଆହୁରି ପଢ଼ନ୍ତୁ: Pakistan Movie: ପାକିସ୍ତାନରେ ସବୁଠାରୁ ଅଧିକ ଲୋକ ଦେଖୁଛନ୍ତି ଏହି ଭାରତୀୟ ଫିଲ୍ମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe