Space Science: ଓଡ଼ିଆ ଝିଅ ବନିତା ସ୍ପେସ୍ ଆମ୍ବାସଡର ଭାବେ ନିଯୁକ୍ତ

Advertisment

ନବରଙ୍ଗପୁର ଗାଦବାଗୁଡ଼ାର ଅଧ୍ୟାପକ ବନବିହାରୀ ଦାଶଙ୍କ ଝିଅ ବନିତା ଦାଶ ନାସା ସହ ଅନୁବନ୍ଧିତ ସ୍ପେସ୍ ଫାଉଣ୍ଡେସନ ଭାରତ ତରଫରୁ ସ୍ପେସ୍ ଏଜୁକେସନ୍ ଫାଉଣ୍ଡେସନ ପାଇଁ ଅଷ୍ଟରଏଡ୍ ସର୍ଚ୍ଚ କ୍ୟାମ୍ପନର ଆମ୍ବାସଡର ଭାବେ ନିଯୁକ୍ତି ପାଇଛନ୍ତି।

ନବରଙ୍ଗପୁର ଗାଦବାଗୁଡ଼ାର ଅଧ୍ୟାପକ ବନବିହାରୀ ଦାଶଙ୍କ ଝିଅ ବନିତା ଦାଶ ନାସା ସହ ଅନୁବନ୍ଧିତ ସ୍ପେସ୍ ଫାଉଣ୍ଡେସନ ଭାରତ ତରଫରୁ ସ୍ପେସ୍ ଏଜୁକେସନ୍ ଫାଉଣ୍ଡେସନ ପାଇଁ ଅଷ୍ଟରଏଡ୍ ସର୍ଚ୍ଚ କ୍ୟାମ୍ପନର ଆମ୍ବାସଡର ଭାବେ ନିଯୁକ୍ତି ପାଇଛନ୍ତି।

Untitled-19

ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଗାଦବାଗୁଡ଼ାର ଅଧ୍ୟାପକ ବନବିହାରୀ ଦାଶଙ୍କ ଝିଅ ବନିତା ଦାଶ ନାସା ସହ ଅନୁବନ୍ଧିତ ସ୍ପେସ୍ ଫାଉଣ୍ଡେସନ ଭାରତ ତରଫରୁ ସ୍ପେସ୍ ଏଜୁକେସନ୍ ଫାଉଣ୍ଡେସନ ପାଇଁ ଅଷ୍ଟରଏଡ୍ ସର୍ଚ୍ଚ କ୍ୟାମ୍ପନର ଆମ୍ବାସଡର ଭାବେ ନିଯୁକ୍ତି ପାଇଛନ୍ତି। ବନିତା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସ୍କୁଲ ଓ  କଲେଜ ଛାତ୍ରଛାତ୍ରୀମାନଙ୍କୁ ଆଷ୍ଟରଏଡ ସର୍ଚ୍ଚ କ୍ୟାମ୍ପେନରେ ଭାଗ ନେବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି l

ନବରଙ୍ଗପୁର ପରି ପଛୁଆ ଜିଲ୍ଲାର ଆଗୁଆ ଝିଅ ବନିତା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। ଆଗାମୀ ଦିନରେ ସେ ଆଦିବାସୀ ବହୁଳ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି l ଏଥିପାଇଁ ସେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ପତ୍ରାଳାପ କରି ସାରିଛନ୍ତିl

ଲିଟିଲ ଏକ୍ସପ୍ଲୋରରସ ସ୍କୋପ୍‌

ଗତ ୬ତାରିଖ ଦିନ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ଵାରା ଭୁବନେଶ୍ବରସ୍ଥିତ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନରେ ଅୟୋଜିତ ଡିଜାଇନ୍ ଫର୍ ଭାରତ ଯୁବ ଇନୋଭେସନ୍ ଚ୍ୟାଲେଞ୍ଜ-୨୦୨୬ କାର୍ଯ୍ୟକ୍ରମରେ ବନୀତା ‘ଲିଟିଲ ଏକ୍ସପ୍ଲୋରରସ ସ୍କୋପ୍‌ ’ନାମକ ଏକ ପ୍ରକଳ୍ପ ପ୍ରସ୍ତୁତ କରିଥିଲେl ଉକ୍ତ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ରହିଥିଲା ଅତି ଅଳ୍ପ ଟଙ୍କାରେ ଦୂରବୀକ୍ଷଣଯନ୍ତ୍ର ପ୍ରସ୍ତୁତ କରି ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀମାନଙ୍କୁ ମହାକାଶ ବିଜ୍ଞାନ ପ୍ରତି ଆକୃଷ୍ଟ କରିବାl ଏଥିରେ ବନୀତା ଅଂଶଗ୍ରହଣ କରି ପୁରସ୍କୃତ ହେବା ସହ ଉଚ୍ଚ ପ୍ରଶଂସିତ ହୋଇଛନ୍ତିl 

ଆହୁରି ପଢ଼ନ୍ତୁ: Nitin Nabin Said about BJP: ସାଂଗଠନିକ ଶକ୍ତି ହେଉଛି ବିଜେପିର ବଡ଼ ସମ୍ପତ୍ତି: ନୀତିନ ନବୀନ

ବିଟେକ୍‌ ଛାତ୍ରୀ ବନୀତା

ପ୍ରକାଶଯୋଗ୍ୟ ବନୀତା ଗତ ୨୦୨୨ ମସିହାରେ ଇନୋଭେସନ୍ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଥିଲେ। ସେ ଜିଲ୍ଲାକୁ ରାଜ୍ୟ ଓ ସର୍ବଭାରତସ୍ତରରେ ଗୌରାବନ୍ବୀତ କରିଛନ୍ତି ବନିତା। ସେ ଏବେ ଭୁବନେଶ୍ବର ଓଡିଶା ୟୁନିଭରସିଟି ଅଫ ଟେକ୍ନଲୋଜନି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର)ରେ ଇଲୋକ୍ଟ୍ରନିକ୍ସ ଏଣ୍ଡ କମ୍ୟୁନିକେସନରେ ବିଟେକ୍‌ର ୪ର୍ଥ ସେମିଷ୍ଟାରରେ ପଢ଼ୁଛନ୍ତି। ନିଜେ ପଢ଼ିବା ସହ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ସେ ସ୍ପେସ ସମ୍ପର୍କରେ ସଚେତନ କରି ଆସୁଛନ୍ତି।

ଆହୁରି ପଢ଼ନ୍ତୁ: Cricket: ବିଶ୍ବ ଲିଜେଣ୍ଡ୍‌ସ କ୍ରିକେଟ୍‌ରେ ଖେଳିବେ ଓଡ଼ିଆ ପୁଅ ଅଭିଷେକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe