ଉମରକୋଟ: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ସହର ନିକଟସ୍ଥ କଚନିଆମ୍ବା ଗ୍ରାମର ଅମୂଲ୍ୟ ଜେନାଙ୍କ ଘରେ ଗତମାସ ୨୨ ତାରିଖ ରାତି ଘଟିଥିବା ବଡ଼ଧରଣର ଡ଼କାୟତି ଘଟଣାରେ ୭ ଦିନ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ପୁଲିସକୁ ବଡ ସଫଳତା ମିଳିଛି। ଏହି ଘଟଣାରେ ସଂପୃକ୍ତ ସମସ୍ତ ୭ ଡକାୟତଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଓ ସୁନା ଅଳଙ୍କାର ଉଦ୍ଧାର କରିଛି ପୁଲିସ।
ତେବେ ଏହି ଚୋରି ଘଟଣା ପଛରେ ଅମୂଲ୍ୟଙ୍କ ୨ଜଣ ସମ୍ପର୍କୀୟ ଅଛନ୍ତି, ଯେଉଁମାନେ କି ଜାଣି ଥିଲେ ଅମୂଲ୍ୟ ଜମି ବିକ୍ରି କରି ଟଙ୍କା ଘରେ ରଖିଛନ୍ତି। ସେତେବେଳେ ଅମୂଲ୍ୟ ୭୦ ଲକ୍ଷ ଟଙ୍କା ଓ ବହୁ ପରିମାଣର ସୁନା ଅଳଙ୍କାର ଚୋରି ହେଇଥିବା ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯେହେତୁ ଚୋରି ଟଙ୍କା ଓ ସୁନା ଅଳଙ୍କାର ବହୁତ ପରିମାଣର ଥିଲା ଏହାକୁ ପୁଲିସ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ନବରଙ୍ଗପୁର ଜିଲ୍ଲା ପୁଲିସ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଓ ଉମରକୋଟ ପୁଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବରଙ୍କ ନେତୃତ୍ୱରେ ୩ ଟିମ ଗଠନ କରାଯାଇଥିଲା ଓ ସମ୍ମଳୀତ ଭାବେ ବିଭିନ୍ନ ସ୍ଥାନରେ ଚଡ।ଉ କରି ପୁଲିସକୁ ଏହି ସଫଳତା ମିଳିଛି।
ଆଜି ପୁଲିସ ପକ୍ଷରୁ ଉମରକୋଟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୁଲିସ ସମସ୍ତ ତଥ୍ୟ ବିସ୍ତୃତ ଭାବେ ପ୍ରଦାନ କରିଛି। ଗିରଫ ଡକାୟତମାନେ ହେଲେ ନବରଙ୍ଗପୁର ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମର ବାବୁଲା ରଣା (୩୮), ଗଣେଶ ରଣା (୩୨), ଧୀରଜ୍ ଲାଇଚନ (୩୦), ପାପଡାହାଣ୍ଡି ଥାନା ଅନ୍ତର୍ଗତ ଧରନାବେଡ଼ା ଗ୍ରାମର ଚିତ୍ରସେନ ଗଣ୍ଡ (୩୨) ବର୍ଷ, କୋରାପୁଟ ଜିଲ୍ଲା ଅର୍ନ୍ତଗତ ଜୟପୁର ସଦର ଥାନା ଅନ୍ତର୍ଗତ ମାଝିଗୁଡା ଗ୍ରାମର ସିସିଏଲ କୁନାଲ (୧୭), ଘାସି ହରିଜନ ଓ କୋଟପାଡ଼ ଥାନା ଅନ୍ତର୍ଗତ ଝାଲିଆଗୁଡା ଗ୍ରାମର ଶୁକଦେବ ମୁଦୁଲି (୧୯)।
ଅଧିକ ପଢ଼ନ୍ତୁ: Natural disasters: ପ୍ରାକୃତିକ ଦୁର୍ବିପାକ ମୁକାବିଲାରେ ଏସିଆ ଆଗୁଆ
ବାବୁଲ ରଣା ଓ ଗଣେଶ ରଣା ଅମୂଲ୍ୟଙ୍କ ସମ୍ପର୍କୀୟ ଅଟନ୍ତି ଯେଉଁମାନେ କି ଘଟଣାର ମୁଖ୍ୟ ଅଭିଯୁକ୍ତ ଅଟନ୍ତି। ଏହି ୨ ଭାଇ ହିଁ ଅମୂଲ୍ୟ ଜମି ବିକ୍ରି କରି ଟଙ୍କା ଘରେ ରଖି ଥିବା କଥା ଜାଣି ଥିଲେ। ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୨୧ ଲକ୍ଷ ୩୩ ହଜାର ଟଙ୍କା ଡକାୟତ ସମୟରେ ବ୍ୟବହୃତ ଏରିଟିଗା କାର ରେଜିଷ୍ଟ୍ରେସନ୍ ନମ୍ବର (OD24H 4294 ଓ ଗୋଟିଏ ସ୍କୁଟି,୧୫ଟି ସୁନା ମୁଦି, ସୁନା ଜୁଗନି ମାଳି, ୧୩ଟି ସୁନା ଲକେଟ୍, ୨ ଯୋଡ଼ା ରୂପା ଆଙ୍କୁଲେଟ୍, ରୁପା ଆଙ୍ଗୁଠି ମୁଦି ଇତ୍ୟାଦି। ଆଜି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଆଜିର ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଉମରକୋଟ ପୋଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର, ପାପାଡ଼ାହାଣ୍ଡି ପୁଲିସ ଉପଖଣ୍ଡ ଅଧିକାରୀ ସତ୍ୟଜିତ କ।ଣ୍ଡେଲକର, ଉମରକୋଟ ଥାନା ଆଇଆଇସି ବିପିନ କୁମାର ବାଗ ଓ ପୋଲିସ ସବଇନ୍ସପେକ୍ଟର ଅକ୍ଷୟମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏହି ଘଟଣାରେ ଆଉ କିଛି ବ୍ୟକ୍ତି ଥିବା ପୁଲିସ ସନ୍ଦେହ କରୁଛି। ତେବେ ଅଭିଯୁକ୍ତମାନଙ୍କ ଠାରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ପୁଲିସ ଅନୁସନ୍ଧାନ ରୁ ଜାଣି ପାରିଛି।
Follow Us