ଭାରତର ଉପକୂଳରୁ ନେଇ ବାଂଲାଦେଶର ନଦୀ ତ୍ରିକୋଣଭୂମି ଓ ଫିଲିପାଇନ୍ସର ବାତ୍ୟା କରିଡର୍ ପର୍ଯ୍ୟନ୍ତ ପ୍ରତିବର୍ଷ ବନ୍ୟା ଓ ବାତ୍ୟା ଏସିଆ ମହାଦେଶ ଅନ୍ତର୍ଗତ ବ୍ୟାପକ ଅଞ୍ଚଳ ବିଧ୍ବସ୍ତ କରିପକାଉଛି। କିନ୍ତୁ, ଦଶନ୍ଧି ଦଶନ୍ଧି ଧରି ସଂଗୃହୀତ ଏସବୁ ପ୍ରାକୃତିକ ବିପର୍ଯ୍ୟୟ ତଥ୍ୟାବଳି ମଧ୍ୟରୁ ଯେଉଁ ତାତ୍ପର୍ଯ୍ୟପୂର୍ଣ୍ଣ କଥାଟି ଆବିଷ୍କୃତ ହୋଇଛି ତାହା ବେଶ୍ ସକାରାତ୍ମକ। ଆବିଷ୍କୃତ ବିଷୟଟି ହେଉଛି- ସବୁଠୁ ବଳି ଭୟାବହ ପ୍ରାକୃତିକ ଦୁର୍ବିପାକ ପରିସ୍ଥିତିରେ ମଧ୍ୟ ଏସିଆ ମହାଦେଶବାସୀ ତିଷ୍ଠି ରହିପାରୁଛନ୍ତି। ସେତିକି ନୁହେଁ, ବରଂ ବିଶ୍ବର ଯେକୌଣସି ପ୍ରାନ୍ତରେ ସଂଘଟିତ ପ୍ରାକୃତିକ ଦୁର୍ବିପାକ ଭଳି ଅବସ୍ଥାରେ ଏସିଆବାସୀ ବେଶ୍ ଭଲଭାବେ ତିଷ୍ଠି ରହିପାରୁଛନ୍ତି।
Exam: ମାଟ୍ରିକ୍ ପରୀକ୍ଷା ଶେଷ: ମେ ପ୍ରଥମ ସପ୍ତାହରେ ପରୀକ୍ଷାଫଳ
ଏ ସଂକ୍ରାନ୍ତରେ ସିକାଗୋ ବିଶ୍ବବିଦ୍ୟାଳୟର ଗବେଷକ ବି ବି କାଏଲ୍ ‘ଜିଓଫିଜିକାଲ୍ ରିସର୍ଚ ଲେଟର୍ସ’ ନାମକ ପତ୍ରିକାରେ ଗୋଟାଏ ଗବେଷଣା ନିବନ୍ଧ ପ୍ରକାଶ କରିଛନ୍ତି। ୧୯୮୮ ମସିହାଠାରୁ ସେ ବିଶ୍ବବ୍ୟାପୀ ସଂଘଟିତ ବନ୍ୟା, ବାତ୍ୟା ଓ ଗ୍ରୀଷ୍ମ ପ୍ରବାହ ଭଳି ପ୍ରାୟ ୨୦୦୦ ଭୟାବହ ଜଳବାୟୁଗତ ଘଟଣା ଅନୁଶୀଳନ କରିଛନ୍ତି। ଗବେଷଣା ନିମନ୍ତେ ପ୍ରାକୃତିକ ଦୁର୍ବିପାକଜନିତ ମୃତ୍ୟୁ ସମ୍ବନ୍ଧୀୟ ବିଶ୍ବର ବୃହତ୍ତମ ପବ୍ଲିକ୍ ଡାଟାବେସ୍ ‘ଇଏମ୍-ଟିଏଟି’ରୁ କାଏଲ୍ ଏତେ ସବୁ ତଥ୍ୟାବଳି ସଂଗ୍ରହ କରିଥିଲେ। ତାଙ୍କ ଅନୁଶୀଳନରୁ ଜଣାପଡ଼ିଛି ଯେ ଉନ୍ନତ ଭିତ୍ତିଭୂମି ଏବଂ ସମଗ୍ର ଏସିଆ ମହାଦେଶରେ ଆଗୁଆ ସତର୍କ ସୂଚନା ଯୋଗୁଁ ପ୍ରାୟ ସାଢ଼େ ତିନି ଲକ୍ଷ ଜୀବନ ରକ୍ଷା କରାଯାଇପାରିଛି।
ବିଶ୍ବର ଯେକୌଣସି ପ୍ରାନ୍ତରେ ସଂଘଟିତ ପ୍ରାକୃତିକ ଦୁର୍ବିପାକ ଭଳି ଅବସ୍ଥାରେ ଏସିଆବାସୀ ବେଶ୍ ଭଲଭାବେ ତିଷ୍ଠି ରହିପାରୁଛନ୍ତି।
କାଏଲ୍ କହନ୍ତି, ‘‘ଜଳବାୟୁ ବିପତ୍ତିଜନିତ ଭୟାବହତା ପାଣିପାଗ ଅପେକ୍ଷା ଆହୁରି ବେଶ୍ କିଛି ଅଧିକକୁ ସୂଚାଏ। ଦଶନ୍ଧି ଦଶନ୍ଧିର ତଥ୍ୟାବଳି ବିଶ୍ଳେଷଣକରି ଆମେ ଜାଣିପାରିବା ଯେ ପରିସ୍ଥିତିଗତ ଉନ୍ନତି, ଆଗୁଆ ସତର୍କ ସୂଚନା ଏବଂ ସଫଳ ଜରୁରିକାଳୀନ ମୁକାବିଲା କିଭଳି ବିପଦ ଟାଳି ପାରୁଛି।’’ ୧୯୮୮ ମସିହାରୁ ଏସିଆ ମହାଦେଶେର ଜନସଂଖ୍ୟା ବିଶେଷ ବୃଦ୍ଧି ପାଇଛି। ଏହାର ଅର୍ଥ, ପୂର୍ବାପେକ୍ଷା ଅଧିକ ଲୋକ ବନ୍ୟା ଓ ବାତ୍ୟା କବଳିତ ହେଉଛନ୍ତି। ସେପଟେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏସିଆ ମହାଦେଶରେ ମୌସୁମୀ ବାୟୁ ପ୍ରବାହ ଓ ସାମୁଦ୍ରିକ ବାତ୍ୟା ଅଧିକ ଶକ୍ତିଶାଳୀ ହୋଇଥିବାରୁ ବୃଷ୍ଟିପାତ ମଧ୍ୟ ତୀବ୍ରତର ହୋଇଛି।
ଉପରୋକ୍ତ ଦୁଇ ଦୁର୍ବିପାକ ପ୍ରତିକୂଳ ଅବସ୍ଥା ସୃଷ୍ଟି କରୁଥିଲେ ବି ଏସିଆ ମହାଦେଶରେ ପ୍ରାକୃତିକ ଦୁର୍ବିପାକଜନିତ ମୃତ୍ୟୁ ହାର କମୁଛି ପଛେ ବୃଦ୍ଧି ପାଉନାହିଁ। ଆଗୁଆ ପାଣିପାଗ ସୂଚନା, ବନ୍ୟା ନିୟନ୍ତ୍ରଣ ନିମନ୍ତେ ଅପେକ୍ଷାକୃତ ଶକ୍ତିଶାଳୀ ଭିତ୍ତିଭୂମି ଓ ତ୍ବରାନ୍ବିତ ଜରୁରିକାଳୀନ ପ୍ରତିକାର ବ୍ୟବସ୍ଥା ହେତୁ ଏହା ସମ୍ଭବ ହୋଇଥିବା କଥା ଗବେଷକମାନେ କହିଛନ୍ତି। ୧୯୮୮ ବେଳକୁ ଏସିଆ ମହାଦେଶରେ ପ୍ରାକୃତିକ ଦୁର୍ବିପାକ ପ୍ରସ୍ତୁତି ଯେଉଁ ସ୍ତରରେ ଥିଲା ତା’ ସହିତ ସାମ୍ପ୍ରତିକ ପ୍ରସ୍ତୁତି ସ୍ତର ତୁଳନା କରି ଗବେଷକମାନେ ଦର୍ଶାଇଛନ୍ତି ଯେ ବନ୍ୟା ଓ ବାତ୍ୟା ଭଳି ଦୁର୍ବିପାକଜନିତ ମୃତ୍ୟୁସଂଖ୍ୟା ହାରାହାରି ୪୦ ପ୍ରତିଶତ ହ୍ରାସ ପାଇଛି। କିନ୍ତୁ, ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ବର ଅନ୍ୟ ପ୍ରାନ୍ତରେ ଏତାଦୃଶ ଅବସ୍ଥା ଅତି କରୁଣ। ୟୁରୋପ ମହାଦେଶରେ ତାପମାତ୍ରା ବୃଦ୍ଧିଜନିତ ମୃତ୍ୟୁହାର ଦ୍ରୁତ ବେଗରେ ବୃଦ୍ଧିପାଉଛି। ଆଫ୍ରିକାରେ ମଧ୍ୟ ପ୍ରଳୟଙ୍କରୀ ବନ୍ୟା ମାମୁଲି ଘଟଣା ପାଲଟିଗଲାଣି। ଅବଶ୍ୟ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଆଫ୍ରିକାରେ ଅଧିକାଂଶ ଲୋକ ବନ୍ୟାପ୍ରବଣ ଅଞ୍ଚଳରେ ବସବାସ କରିବାକୁ ବାଧ୍ୟ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/03/gdjgjdcncnnb-2026-03-03-03-34-53.jpg)