ଭୁବନେଶ୍ୱର: ଚାଲିଛି ପର୍ଯ୍ୟଟନ ଋତୁ। ଏହି ସମୟରେ ଭ୍ରମଣ ସହିତ ପିଲାଙ୍କ ଜ୍ଞାନ ବଢ଼ାଇବା ଲାଗି ସେମାନଙ୍କୁ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଭୁବନେଶ୍ବରରେ ଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ପଠାଣି ସାମନ୍ତ ପ୍ଲାନେଟାରିୟମ ଓ ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟ ପରିଦର୍ଶନରେ ଅଣାଯାଉଛି। ଏହି ପରିପେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ, ପରିବେଶ ସୁରକ୍ଷା, ଜୈବବିବିଧତା, ସଂସ୍କୃତି ସମ୍ୱନ୍ଧରେ ସୂଚନା ଦେବା ପାଇଁ ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏହି ସଂଗ୍ରହାଳୟରେ ନିଃଶୁଳ୍କ ପ୍ରବେଶ ସୁଯୋଗ ଥିବାରୁ ପ୍ରତିବର୍ଷ ଏଠାରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ସମାଗମ ହୁଏ। ତେଣୁ ଦର୍ଶକଙ୍କ ସମେତ ଗବେଷକ, ଛାତ୍ରଛାତ୍ରୀଙ୍କ ଏଥର ବହୁ ନୂଆ ଉପକରଣ ସହିତ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି।
Balarama: ବଳରାମ ପୁରାଣ ପଢ଼ୁଛନ୍ତି ଶ୍ରୋତା ଶୁଣୁଛନ୍ତି
Deo River: ନିଶ୍ବାସ ଗଣୁଛି ଦେଓ ନଦୀ: ପାଣି ନାହିଁ, ବାଲି ଚାଲାଣ
ଯୁବଗୋଷ୍ଠୀଙ୍କୁ ପରିବେଶମୁଖୀ କରାଇବ ପ୍ରକୃତି ଶିବିର
ବନ୍ୟପ୍ରାଣୀ ସଂରକ୍ଷଣ, ଆର୍ଦ୍ରଭୂମିର ସୁରକ୍ଷା, ଜୈବବିବିଧତା, ଜଳବାୟୁ ସଂରକ୍ଷଣର ପ୍ରଭାବ ଓ ନିରାକରଣ ସମ୍ପର୍କରେ ଯୁବପିଢ଼ିଙ୍କୁ ଅବଗତ କରାଇବା ପାଇଁ ଆସନ୍ତା ବର୍ଷ ଏକ ‘ପ୍ରକୃତି ଶିବିର’ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ବିଭିନ୍ନ କଲେଜରୁ ବଛା ବଛା ୫୦ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। କେବଳ ସେତିକି ନୁହେଁ ତୃଣମୂଳସ୍ତରର ଅନୂଭୂତି ପ୍ରଦାନ ପାଇଁ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ପରିଭ୍ରମଣରେ ମଧ୍ୟ ନିଆଯିବାର ବ୍ୟବସ୍ଥା ହେବ ବୋଲି ସଂଗ୍ରହାଳୟର ମୁଖ୍ୟବୈଜ୍ଞାନିକ ଗୌରବ କହିଛନ୍ତି।
କାନ୍ଥ କହୁଛି ଓଡ଼ିଶାର ସଂସ୍କୃତିର କଥା
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର, ପଟ୍ଟଚିତ୍ର, ଅବଢ଼ା ପ୍ରତ୍ୟେକ କଥାର ବିସ୍ତୁତ ବିବରଣୀ ସଂଗ୍ରହାଳୟରେ ବର୍ଣ୍ଣନା କରାଯାଇଛି। ଏଥିସହିତ ଓଡ଼ିଶାର ପର୍ବପର୍ବାଣୀ କିଭଳି ପରିବେଶ ସୁରକ୍ଷା ସହ ଜଡ଼ିତ ତାହା ମଧ୍ୟ ଉପସ୍ଥାପିତ ହୋଇଛି।
/filters:format(webp)/sambad/media/media_files/2025/12/23/untitled-23-2025-12-23-09-00-57.jpg)
ସାମୁଦ୍ରିକ ଉପକୂଳ ବିବିଧତା, ସଂସ୍କୃତି ଓ ବିଜ୍ଞାନର ସୂଚନା ଦେଉଛି
ହିନ୍ଦୁ ଧର୍ମରେ ‘ଶଙ୍ଖ’, ‘କଉଡ଼ି’, ‘ଶାମୁକା’ର ଅନେକ ମାହାତ୍ମ୍ୟ ରହିଛି। ଏପରିକି ଓଡ଼ିଶାର ମାନଚିତ୍ରକୁ ଅବଲୋକନ କଲେ ଏହା ମଧ୍ୟ ଶଙ୍ଖ ସଦୃଶ ଦୃଶ୍ୟମାନ ହୁଏ। ଓଡ଼ିଶାର ଉପକୂଳରେ ବିଭିନ୍ନ ଆକାର, ଆକୃତିର ଶଙ୍ଖ, ଶାମୁକା ଦେଖାଯାଏ। ଦର୍ଶକଙ୍କୁ ଏସବୁର ଉପକାରିତା, ବ୍ୟବହାର ଓ ପ୍ରକାରଭେଦର ବିସ୍ତୁତ ସୂଚନା ଦେବା ପାଇଁ ସଂଗ୍ରହାଳୟ ପକ୍ଷରୁ ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯାଇଛି। ଏଥିସହିତ ଉପକୂଳବର୍ତ୍ତୀ ଅଞ୍ଚଳର ଜୀବଜନ୍ତୁ, ବୃକ୍ଷରାଜି ଆଦି ମଧ୍ୟ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/23/untitled-21-2025-12-23-08-59-32.jpg)