ସେମାନେ ଦେଶର ସୀମା ସରହଦ ଛାଡ଼ି ପରଦେଶୀ ହୋଇଯାଇଛନ୍ତି ସତ; ହେଲେ ନିଜ ଭିଟାମାଟିର ମୋହ ଛାଡ଼ିପାରି ନାହାନ୍ତି। ବିଶ୍ୱର ଯେଉଁ କୋଣକୁ ଗଲେ କେଉଁଠି ନା କେଉଁଠି ଆମ ଓଡ଼ିଆ ଭାଇଭଉଣୀଙ୍କୁ ଭେଟିପାରିବେ। ପ୍ରବାସୀମାନେ ନିଜ ସଂସ୍କୃତି, ଭାଷା ଓ ପରମ୍ପରାକୁ ହୃଦୟରେ ଜାବୁଡ଼ି ଧରି ଓଡ଼ିଶାର ଗୌରବଗାଥାକୁ ସାରା ପୃଥିବୀରେ ପ୍ରସାରିତ କରୁଛନ୍ତି। ପରଦେଶରେ ଥାଇ ମଧ୍ୟ ଆମ ଜଗନ୍ନାଥଙ୍କ ନାମ, ଉତ୍କଳୀୟ ଗୀତ–ନୃତ୍ୟ ଏବଂ ଆମ ଐତିହ୍ୟ-ସଂସ୍କୃତିର ଆତ୍ମାକୁ ସଜୀବ କରି ରଖିଛନ୍ତି। ସେମିତି କିଛି ପ୍ରବାସୀ ଓଡ଼ିଆଙ୍କ କଥା ଜାଣିବା ଏହି ବର୍ଷାନ୍ତ ଫର୍ଦ୍ଦରେ...

Advertisment

ପ୍ରସ୍ତୁତି ପ୍ରଜ୍ଞା ନିବେଦିତା ନାୟକ
ଅଳଙ୍କରଣ ଦୀପ୍ତି ରଞ୍ଚନ ଆଚାର୍ଯ୍ୟ

ପ୍ରବାସୀ ଯୁବ ଉଦ୍ୟୋଗୀ

ଅରୁଣ କର, ଲଣ୍ଡନରେ ଅବସ୍ଥିତ ଓଡ଼ିଆ ଟେକ୍‌-ଉଦ୍ୟୋଗୀ ଓ ଜଣେ ସାମରିକ ଅଭିଜ୍ଞ ଯୁବକ। ତାଙ୍କ କମ୍ପାନି ଏକ୍ସପର୍ଟନେଷ୍ଟ, ବିଚ୍‌ ଚେକ୍‌ ୟୁକେ ଆପ୍‌ ଓ ସୁରକ୍ଷା ସମାଧାନ ଉପରେ ଆଇନ ପ୍ରବର୍ତ୍ତନ କରୁଛି। ଏହାସହ ଅଭିନବ ସମାଧାନ ବିକାଶ କରିବା ପାଇଁ ଅନ୍ତର୍ଜାତୀୟ ଖ୍ୟାତି ହାସଲ କରୁଛି। ଲଣ୍ଡନ ଓଡ଼ିଆ ସମାଜରେ ତାଙ୍କୁ ଗ୍ଲୋବାଲ୍‌ ଇଣ୍ଡିଆନ୍‌ ଅଫ୍‌ ଦି ଇୟର୍‌ ପୁରସ୍କାର ଓ ଯୁବ ଉଦ୍ୟୋଗୀ ସମ୍ମାନ ଦିଆଯାଇଛି। ସେ ଆର୍ଥନେଷ୍ଟ ବାୟୋବ୍ୟାଗ୍‌ସ ବିକଶିତ କରିବା ପାଇଁ ମଧ୍ୟ ସମ୍ମାନିତ ହୋଇଛନ୍ତି। ସେହିପରି କଳା ଓ ସଂସ୍କୃତିରେ ଅଦ୍ବିତି ତ୍ରିପାଠୀ ପଟ୍ଟନାୟକ ୟୁକେରେ ଓଡ଼ିଶା ସୋସାଇଟି ତରଫରୁ ଓଡ଼ିଶୀ ନୃତ୍ୟ ପାଇଁ ଇନ୍‌ସପାଇରିଂ ୟଙ୍ଗ ଟାଲେଣ୍ଟ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। ବାଲିଯାତ୍ରା ଓ ରଥଯାତ୍ରା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଓ ଚାପ୍ଟର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଓଡ଼ିଆମାନେ ଓଡ଼ିଶା ସୋସାଇଟି ଅଫ୍‌ ଦି ୟୁକେରେ ମୁଖ୍ୟ ଭୂମିକା ନେଉଛନ୍ତି।  ଅରୁଣ କର ଓ ତାଙ୍କ ପତ୍ନୀ ନିଧି କର ୟୁନିସେଫର ପୋଲିଓ ଟିକା ଲାଗି ପାଣ୍ଠି ସଂଗ୍ରହ ପାଇଁ ଏକ ମାରାଥନ୍‌ ଦୌଡ଼ି ଗିନିଜ୍‌ ବିଶ୍ୱ ରେକର୍ଡର ଅଧିକାରୀ ‌େ‌ହାଇପାରିଛନ୍ତି।

Paddy: ଖରିଫ ମଣ୍ଡି ଉଦ୍‌ଘାଟିତ, ପ୍ରଥମ ଦିନରେ ହୋଇପାରିଲାନି ଧାନ କିଣା

ସ୍ବାଗତିକାଙ୍କ ସଫଳ ଯାତ୍ରା
ଓଡ଼ିଶାର ଆଦିବାସୀବହୁଳ ଏକ ଛୋ‌ଟିଆ ଗାଁରୁ ଯାଇ ସୁଦୂର ୟୁକେରେ ବାସକରି ଓଡ଼ିଶାର ଗ୍ରାମୀଣ ମହିଳାଙ୍କ ପାଇଁ କାମ କରିବା କମ୍‌ ବଡ଼ କଥା ନୁହେଁ। କୋରାପୁଟର ସୁନାବେଡ଼ାରେ ସ୍ବାଗତିକା ପାତ୍ରଙ୍କ ଜନ୍ମ। ସ୍କୁଲ୍‌ ବେଳୁ ପଛୁଆବର୍ଗ ମହିଳାଙ୍କ ଉନ୍ନତି ପାଇଁ କାମ କରିବାର ଇଚ୍ଛା ଥିଲା। କୋରାପୁଟର ପରିବେଶ ତାଙ୍କୁ ପ୍ରେରଣା ଦେଇଥିଲା। ଶିକ୍ଷା ହିଁ ଉନ୍ନତିର ମୂଳମନ୍ତ୍ର ବୋଲି ସେ ଜାଣିଥିଲେ। ତେ‌ଣୁ ସେମାନଙ୍କୁ ପରାମର୍ଶ ଓ ପ୍ରେରଣା ଦେବାକୁ ଉଦ୍ୟମ କଲେ। ଜାତିସଂଘରେ କାର୍ଯ୍ୟରତ ଲଣ୍ଡନ ମହିଳା ପ୍ରତିନିଧି ବର୍ଗରେ ସାମିଲ ହେବାସହ ଜି ୧୦୦ ପରାମର୍ଶଦାତା ସଦସ୍ୟ ଓ ଜାତିସଙ୍ଘର  ଗ୍ଲୋବାଲ୍‌ କୁଇନ୍‌ସ ଆମ୍ବାସାଡର୍‌ ହୋଇଛନ୍ତି। ପଟ୍ଟଚିତ୍ରର ପ୍ରମୋଟ୍‌ ସହ ଚୀନ୍‌ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଙ୍କ ବିକାଶ ପାଇଁ ସେ ଏବେ କାର୍ଯ୍ୟ କରୁଛନ୍ତି। ୱିମେନ୍‌ ଅଫ୍‌ ହାର୍ଟ ପୁରସ୍କାର ଗ୍ରହଣ କରିବା ଏବଂ ମହିଳା ଦିବସ ପାଳନ ପାଇଁ ବ୍ରିଟେନର ସଂସଦ ଭବନକୁ ଆମନ୍ତ୍ରିତ ମଧ୍ୟ ହୋଇଛନ୍ତି। ସେଠାରେ ସେ କିଛି ଏନ୍‌ଜିଓ ମାଧ୍ୟମରେ ଓଡ଼ିଶା ମହିଳାଙ୍କ ସଶକ୍ତୀକରଣ ଉପ‌େର କାମ କରୁଛନ୍ତି। ନିକଟରେ ସେ ସର୍ବଭାରତୀୟ ମାନବାଧିକାର ଓ ସାମାଜିକ ନ୍ୟାୟ ପରିଷଦ ତରଫରୁ ‘ଇଣ୍ଟର୍‌ନାସ୍‌ନାଲ୍‌ ଓମେନ୍‌ ଅଫ୍‌ କରେଜ୍‌ ଆୱାର୍ଡ’ ପାଇଛନ୍ତି।

ବିଦେଶରେ ଚାରିଧାମ

ଭାରତର ଐତିହ୍ୟ  ବିଦେଶ ମାଟିରେ ସ୍ଥାନ ପାଇଛି। ଚାରିଧାମର  ପୂଣ୍ୟଫଳ ପାଇଛନ୍ତି ବିଦେଶୀ। ଓଡ଼ିଆ ପୁଅ ତଥା ମ୍ୟାମାର ଭାରତ ସମାଜର ଅଧ୍ୟକ୍ଷ ଡା. ଶୀତଳ କୁମାର ପାଲବାବୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୟାଙ୍ଗୁନ୍‌ରେ ଥିବା ଭାରତୀୟ ଦୂତାବାସ ଓ ପ୍ରବାସୀ ଭାରତୀୟଙ୍କ ସହଯୋଗରେ ଓଡ଼ିଶା ସମାଜ ପକ୍ଷରୁ ‘ଚାରିଧାମ ଦର୍ଶନ ଓ ବୋଧଗୟା ଦର୍ଶନ ୨୦୨୫’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଆକର୍ଷଣ ଥିଲା ଭାରତର ପଞ୍ଚ ପବିତ୍ର ତୀର୍ଥକ୍ଷେତ୍ରର ପ୍ରତୀକାତ୍ମକ ମନ୍ଦିର। ପୁରୀର ଜଗନ୍ନାଥ ଧାମ, ଗୁଜରାଟର ଦ୍ୱାରକା ଧାମ, ତାମିଲନାଡୁର ରାମେଶ୍ୱରମ୍‌ ଧାମ, ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଓ ବିହାରର ବୋଧଗୟାର ପ୍ରତୀକାତ୍ମକ ମନ୍ଦିର ସ୍ଥାନ ପାଇଛି। ମ୍ୟାମାର୍‌ ପ୍ରବାସୀଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମ ପ୍ରଥମ। ଭାରତର ରାଷ୍ଟ୍ରଦୂତ ଅଭୟ ଠାକୁର ଓ ତାଙ୍କ ପତ୍ନୀ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିବା ବେଳେ ମ୍ୟାମାରରେ ଅବସ୍ଥାପିତ ଶ୍ରୀଲଙ୍କା ରାଷ୍ଟ୍ରଦୂତ ପ୍ରଭାସିନୀ ପୋନ୍ନମ୍ପେରୁମା ଅତିଥି ଭାବେ ଯୋଗ ଦେଇଥିଲେ। ଜାନୁଆରି ୨୬ ଯାଏଁ ୟାଙ୍ଗୁନର ଇଣ୍ଡିଆ ସେଣ୍ଟରକୁ ଯାଇ ଏହାକୁ ଦେଖିହେବ।

sfhshfsfhxvb

ବିନା ଦେୟରେ ୟୁପିଆଇ ସୁବିଧା
ପ୍ରବାସୀ ଭାରତୀୟମାନେ ବାହାରେ ଥାଇ ନିଜ ଲୋକଙ୍କୁ ଟଙ୍କା ପଠାଇବାକୁ ଆଉ କିଛି ଦେୟ ଦେବାକୁ ପଡ଼ିବନାହିଁ। ବିଦେଶରେ ରହୁଥିବା ପ୍ରବାସୀମାନେ ଭାରତରେ ସହଜରେ କାରବାର କରିପାରିବେ। ୟୁପିଆଇରେ ଟ୍ରାଞ୍ଜାକ୍‌ସନ୍‌ କଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ୟୁପିଆଇ ପକ୍ଷରୁ କୁହାଯାଇଥିଲା। ଏନ୍‌ଆର୍‌ଆଇ ବା ଏନ୍‌ଆର୍‌ଓ ଆକାଉଣ୍ଟ ଥିବା ପ୍ରବାସୀଙ୍କୁ ଏନ୍‌ପିସିଆଇ ୟୁପିଆଇ ଆକ୍ସେସ୍‌ ପ୍ରଦାନ କରିଥିଲା। ଅନ୍ତର୍ଜାତୀୟ ମୋବାଇଲ୍‌ ନମ୍ବରରେ ୟୁପିଆଇ ମାଧ୍ୟମରେ କାରବାର କରିହେବ। ସେମାନେ ୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ, ଏକ୍ସିସ୍‌ ବ୍ୟାଙ୍କ, କାନାରା ବ୍ୟାଙ୍କ, ଫେଡେରାଲ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆଇଡିଏଫ୍‌ସି ଫାଷ୍ଟ୍‌ ବ୍ୟାଙ୍କ, ଇଣ୍ଡସ୍‌ଲ୍ୟାଣ୍ଡ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ୍‌ ପରି ନିର୍ଦ୍ଦିଷ୍ଟ ବ୍ୟାଙ୍କରୁ କାରବାର କରିପାରିବେ। ଭିମ୍‌ଏୟୁ, ଫେଡ୍‌ମୋବାଇଲ୍‌, ଆଇମୋବାଇଲ୍‌, ଭିମ୍‌ ଇଣ୍ଡସ୍‌ ପେ, ଏସ୍‌ଆଇବି ମିରର୍‌+ ଓ ଫୋନ୍‌ ପେ ଭଳି ଆପ୍‌ର ବ୍ୟବହାର କରି ଦିନକୁ ସର୍ବାଧିକ ୧ଲକ୍ଷ ଟଙ୍କା କାରବାର କରିପାରିବେ। ନୂତନ ଆଇଡି ପାଇଁ ଲିମିଟ୍‌ ହେଉଛି ପ୍ରଥମ ୨୪ ଘଣ୍ଟାରେ କେବଳ ୫୦୦୦ ଟଙ୍କାର କାରବାର।

ଓଡ଼ିଶାରୁ କାଜାଖ୍‌ସ୍ତାନ

ଜଗତ୍‌ସିଂହପୁର ଜିଲ୍ଲା ମାଛଗାଁ ବ୍ଲକ୍‌ ଓଥରପାର ସମୀର ସ୍ବାଇଁ। ସ୍ନାତକ ସାରି ପୁନେରେ ଏମ୍‌ବିଏ କଲେ। ୨୦୦୧ରେ ମୁମ୍ବାଇରେ ଆରମ୍ଭ କଲେ ଚାକିରି ଜୀବନ। ବର୍ଷଟିଏ ଚାକିରି କରିବା ପରେ ତାଙ୍କ କମ୍ପାନି କେନ୍ଦ୍ରୀୟ ଏସିଆରେ ବ୍ୟବସାୟ ଦେଖିବା ଲାଗି ସମୀରଙ୍କୁ କାଜାଖ୍‌ସ୍ତାନ ପଠାଇଲା। ସେଠାରେ କିଛିବର୍ଷ କାମ କରିବାପ‌େର ‘କାସ୍‌ପିଆନ୍‌ ଭଲ୍‌ବ ଅଟୋମେସନ୍‌’ ନାଁରେ କମ୍ପାନି ସ୍ଥାପନ କରି ସେ ନିଜସ୍ବ ବ୍ୟବସାୟ ଆରମ୍ଭ କଲେ। କ୍ରମେ ଦୁବାଇ, ମୁମ୍ବାଇ, ଭୁବନେଶ୍ବର ଓ ପାରାଦୀପରେ ଅଫିସ୍‌ ଖୋଲି ବିଭିନ୍ନ ପ୍ରୋଜେକ୍ଟରେ କାମକଲେ। ଧୀରେଧୀରେ ତାଙ୍କ କାରବାର ବଢ଼ି ଚାଲିଲା। ଆଗାମୀ ୨/୩ବର୍ଷ ମଧ୍ୟରେ ସେ ୭୦୦୦ବାର୍‌, ୧୦ରୁ ୧୫୦୦୦ ପିଏସ୍‌ଆଇର ହାଇପ୍ରେସର୍‌ ଭଲ୍‌ବ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହାକୁ ବିଶ୍ବର ଖୁବ୍‌ କମ୍‌ କମ୍ପାନି ଉତ୍ପାଦନ କରୁଛନ୍ତି। ବର୍ତ୍ତମାନ ସମୀରଙ୍କ କମ୍ପାନିରେ ୭ଜଣ ଭାରତୀୟ କାମ କରୁଥିବା ବେଳେ ଭବିଷ୍ୟତରେ ପାଖାପାଖି ୨୦ ଭାରତୀୟଙ୍କୁ ନିଯୁକ୍ତି ଦେବାକୁ ଇଚ୍ଛା ରଖିଛନ୍ତି। ଓଡ଼ିଶାର ଓଥରପା ଗାଁରୁ  ଯାଇ କାଜାଖ୍‌ସ୍ତାନର ପ୍ରଥମ ଓଡ଼ିଆ ଉଦ୍ୟୋଗୀ ହେବାର ସ୍ବାକ୍ଷର ଛାଡ଼ିଛନ୍ତି ସେ।   ଓଡ଼ିଶ‌ାରେ ଆଗାମୀ ୩/୪ ବର୍ଷରେ ଏକ ବିଶ୍ବସ୍ତରୀୟ ଭଲ୍‌ବ ମ୍ୟାନୁଫ୍ୟାକ୍‌ଚରିଂ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି ସମୀର। ଏଠାରୁ ଉଚ୍ଚ କ୍ଷମତାସମ୍ପନ୍ନ ଭଲ୍‌ବ ପ୍ରସ୍ତୁତ ହୋଇ ଭାରତୀୟ ବଜାରକୁ ଯୋଗାଇବା ସହ ବିଦେଶକୁ ରପ୍ତାନି ହେବ। ଆଗକୁ ଗାଁକୁ ଫେରି ବ୍ୟବସାୟ ପ୍ରତିଷ୍ଠା କରିବା ମୋର ଶେଷ ଲକ୍ଷ୍ୟ ବୋଲି କହନ୍ତି ସମୀର। 

Horoscope 2025 December 18: ଜାଣନ୍ତୁ ଆଜିର ରାଶିଫଳ

ପ୍ରବାସୀ ଭାରତୀୟ ଦିବସ ୨୦୨୫

ଚଳିତବର୍ଷ ଜାନୁଆରି ୮ ତାରିଖରୁ ୧୮ତମ ତ୍ରିଦିବସୀୟ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ। ପ୍ରବାସୀମାନଙ୍କୁ ‘ମେଡ୍‌ ଇନ୍‌ ଇଣ୍ଡିଆ’ ଉତ୍ପାଦକୁ ଅନ୍‌ଲାଇନ୍‌ରେ କିଣି ବିଦେଶରେ ବ୍ୟବହାର କରିବା ସହ ବିଭିନ୍ନ ଭାରତୀୟ ପରମ୍ପରାର ଉତ୍ସବ ଆୟୋଜନ କରି ସେଠାକାର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିବାକୁ କହିଥିଲେ। ମାଆଙ୍କ ନାମରେ ଚାରା ଲଗାଇବାକୁ ମଧ୍ୟ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତ୍ରିନିଦାଦ ଓ ଟବାଗୋର ରାଷ୍ଟ୍ରପତି କ୍ରିଷ୍ଟିନ୍ କାର୍ଲା କାଙ୍ଗାଲୁ ଆଭାସୀ ମାଧ୍ୟମରେ ଉଦ୍‌ବୋଧନ ଦେଇଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ଏସ୍ ଜୟଶଙ୍କର, ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ବିନୀ ବୈଷ୍ଣବ, ଶୋଭା କରନ୍ଦଲାଜେ, କୀର୍ତ୍ତିବର୍ଦ୍ଧନ ସିଂ ଓ ପବିତ୍ର ମାର୍ଗେରିଟା, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ୭୫ରୁ ଅଧିକ ଦେଶରୁ ଆସିଥିବା ପ୍ରତିନିଧିମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’କୁ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ‘ପ୍ରବାସୀ ତୀର୍ଥ ଦର୍ଶନ ଯୋଜନା’ ଅଧୀନରେ ଏହି ଟ୍ରେନ୍ ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ବାହାରି ୩ ସପ୍ତାହ ପାଇଁ ପର୍ଯ୍ୟଟନ ଓ ଧାର୍ମିକ ସ୍ଥାନକୁ ଯାତ୍ରା କରିବ ବୋଲି ସୂଚନା ଦେଇଥିଲେ।

ପ୍ରବାସୀଙ୍କ ଭବିଷ୍ୟତ
ପ୍ରବାସୀମାନେ ଖାସ୍‌କରି ଦ୍ବିତୀୟ ପିଢ଼ିର ଲୋକ ସେଠାରେ ଘର କରି ରହିଯାଇଛନ୍ତି। କିଛି ଏବର ପିଢ଼ି ମଧ୍ୟ ରହିବାକୁ ଚାହୁୂଛନ୍ତି। କିନ୍ତୁ ଅନେକ ପିଲା ଓଡ଼ିଶାକୁ ଫେରିଆସିବାକୁ ଇଚ୍ଛାପ୍ରକାଶ କରୁଛନ୍ତି କିମ୍ବା ଓଡ଼ିଶା ସହିତ ସିଧାସଳଖ ଯୋଡ଼ି ହେବାକୁ ଚାହାନ୍ତି। ଓଡ଼ିଶା ତଥା ଭାରତରେ ସୁଯୋଗ ସୃଷ୍ଟି ହେଉଛି। ସେମାନେ ମଧ୍ୟ ନିଜ ଦେଶର ଅର୍ଥନୀତିରେ ଯୋଗଦାନ କରୁଛନ୍ତି। କିନ୍ତୁ ‌ଏକ ତଥ୍ୟ ଅନୁସାରେ, ଅଧିକାଂଶ ପ୍ରବାସୀ ଘରବାହୁଡ଼ା ଚାହାନ୍ତି।
ପ୍ରବାସୀ ନେତୃତ୍ବଙ୍କ ସ୍ବର
ଖାଲି ଅଷ୍ଟ୍ରେଲିଆର ଓଡ଼ିଆଜ୍‌ ସଂସ୍ଥା ନୁହେଁ, ବରଂ ଅମ୍ବ୍ରେଲା ଅର୍ଗାନାଇଜେସନ୍‌ ସହିତ ପ୍ରବାସୀମାନଙ୍କ ପାଇଁ ଥିବା ଅନେକ ବଡ଼ବଡ଼ ଅନୁଷ୍ଠାନ ସହିତ ପ୍ରବାସୀ ଓଡ଼ିଆମାନେ ଜଡ଼ିତ। କୌଣସି ଆବଶ୍ୟକ ପଡ଼ିଲେ ସେମାନେ ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ବାରା ଯୋଗାଯୋଗ କରନ୍ତି। ସେହିକ୍ରମରେ ଦେଖିଲେ ଅଷ୍ଟ୍ରେଲିଆରେ ପାଖାପାଖି ୪୫୦୦ ଓଡ଼ିଆ ଲୋକ ବାସ କରୁଛନ୍ତି। ସେହିପରି ସାରା ବିଶ୍ବରେ ଓଡ଼ିଆମାନଙ୍କ ସଂଖ୍ୟା କିଛି କମ୍‌ ନୁହେଁ।
ପ୍ରୋଜେକ୍ଟ ପଙ୍ଖ ମାଧ୍ୟମରେ ସାଇକଲ୍‌ ବଣ୍ଟନ
ୱାର୍ଲଡ୍‌ ଓଡ଼ିଶା ‌ସୋସାଇଟି ତରଫରୁ ସ୍କୁଲ୍‌ର ‌ମେଧାବୀ ଝିଅମାନଙ୍କୁ ସାଇକଲ୍‌ ବଣ୍ଟନ କରାଯାଇଥିଲା। ସାଇକଲ୍‌ ଦ୍ବାରା ସେମାନେ ନିଜର ସ୍ବପ୍ନକୁ ବା‌ସ୍ତବତାର ରୂପ ଦେଇପାରିବେ ବୋଲି ସୋସାଇଟିର କର୍ମକର୍ତ୍ତା ମତବ୍ୟକ୍ତ କରିଥିଲେ।