ବାଲିଅନ୍ତା: ସଂଜ ବୁଡ଼ବୁଡ଼ୁ ଭଗବତୀ ମନ୍ଦିର ବେଢ଼ାକୁ ଗଡ଼ନ୍ତି ଗାଁର ପ୍ରାୟ ସବୁ ବୟସ୍କ ପୁରୁଷ ଓ କିଛି ବୃଦ୍ଧା। ମା’ଙ୍କ ଆଳତି ସରିବା ପରେ ସମସ୍ତେ ନିଜନିଜ ଆସନରେ ବସିପଡ଼ନ୍ତି। ସମସ୍ତଙ୍କ ନଜର ଥାଏ ବଳରାମ ଆସିଲେଣି କି ନାହିଁ। ବଳରାମ ଆସନ୍ତି ଓ ପୁରାଣ ବହି ଖୋଲି ଅଧ୍ୟାୟ ପରେ ଅଧ୍ୟାୟ ପଢ଼ିବା ଆରମ୍ଭ କରନ୍ତି। ମହାଭାରତ ଯୁଦ୍ଧ ସମୟରେ କୁରୁକ୍ଷେତ୍ରରେ ମୁହାଁମୁହିଁ ହୋଇଛନ୍ତି କର୍ଣ୍ଣ ଓ ଅର୍ଜୁନ। ସତେ ଯେମିତି ବଳରାମ ହିଁ କୁରୁକ୍ଷେତ୍ରରେ ଉପସ୍ଥିତ ଏବଂ ଯୁଦ୍ଧ କରିବାକୁ ନିଜେ ଅସ୍ତ୍ର ଧାରଣ କରିଛନ୍ତି। ପଦଗୁଡ଼ିକ ପଢ଼ୁପଢ଼ୁ ସେ ବି ହାତରେ ନିଜ ଜଙ୍ଘ ବା ଜାନୁକୁ ପିଟି ରଣହୁଙ୍କାର ଦିଅନ୍ତି। ଶ୍ରୋତାଙ୍କୁ ଏମିତି ଲାଗେ ଯେମିତି ସେମାନେ ସ୍ବଚକ୍ଷୁରେ ଯୁଦ୍ଧ ଦେଖୁଛନ୍ତି। ସେହିଭଳି ରାମାୟଣ କଥାରେ ଲଙ୍କାପୋଡ଼ି ପୂର୍ବରୁ ରାଜଦରବାରରେ ବନ୍ଦୀ ହନୁମାନ ଓ ରାବଣ ମୁହାଁମୁହିଁ ହୋଇଛନ୍ତି। ସେତେବେଳେ ହନୁମାନଙ୍କ କଟାକ୍ଷ, ବଳରାମଙ୍କ କଣ୍ଠରୁ ବେଶ୍ ସୁନ୍ଦର ଭାବେ ଭାସିଆସେ ଏବଂ ଶ୍ରୋତାମାନେ ହସରେ ପ୍ରତିକ୍ରିୟା ପ୍ରଦର୍ଶନ କରନ୍ତି। ରାମ ବନବାସ ସମୟରେ ମାଆ କୌଶଲ୍ୟା ଓ ପିତା ଦଶରଥଙ୍କ କ୍ରନ୍ଦନ ବି ବଳରାମଙ୍କ ସ୍ବରରେ ଏମିତି ଝରେ ଯେ ଶ୍ରୋତାଙ୍କ ଆଖିରୁ ଲୁହ ଝରିବ ହିଁ ଝରିବ। ଯେତେବେଳେ ଯେମିତି ସ୍ବର ଆବଶ୍ୟକ ବଳରାମ ସେମିତି ପଢ଼ି ଶ୍ରୋତାଙ୍କ ମନୋରଞ୍ଜନ କରନ୍ତି।
Ashok's ': ଅଶୋକଙ୍କ ‘ନୋ ପଲିଟିକ୍ସ’ ବନ୍ଧୁମିଳନ
ଭିକାରିମୁକ୍ତ ହୋଇପାରିଲାନି ରାଜଧାନୀ, ପିଲାଙ୍କ ହାତରେ ଭିକ୍ଷାଥାଳ
ବାଲିଅନ୍ତା ବ୍ଲକ୍ ସରକଣା ଗାଁର ବଳରାମ ସ୍ବାଇଁ ଏବେ ୮୦ବର୍ଷ ବୟସରେ ପାଦ ଦେଇଛନ୍ତି। ମାତ୍ର ବୟସ ତାଙ୍କୁ ବୁଢ଼ା କରିପାରିନାହିଁ। ଏବେ ବି ସେ ବିନା ଚଷମାରେ ପୁରାଣ ବହିର ଟିକିଟିକି ଅକ୍ଷର ପଢ଼ିପାରୁଛନ୍ତି। ସେମିତି ଦାନ୍ତଗୁଡ଼ିକ ବି ଅକ୍ଷତ ରହିଛି। ଫଳରେ ପାକୁଆ ହୋଇନାହାନ୍ତି ବୋଲି ପୁରାଣ ବହିର ପଦଗୁଡ଼ିକ ବେଶ୍ ସ୍ପଷ୍ଟ ଭାବେ ପାଟିରୁ ବାହାରୁଛି। ଦିନ ଥିଲା ଯେତେବେଳେ ଗାଁ ଗାଁରେ ପୁରାଣ ପାଠ କରାଯାଉଥିଲା। ସେତେବେଳେ ଘରେ ଘରେ ଟିଭି କି ମୋବାଇଲ୍ ନଥିଲା। ବର୍ଷା ଦିନେ ମନୋରଞ୍ଜନ ପାଇଁ ଅନ୍ୟ କିଛି ମାଧ୍ୟମ ନଥିଲା। ତେଣୁ ଧାନ ବେଉଷଣ କରି କ୍ଲାନ୍ତ ହୋଇପଡ଼ିଥିବା କୃଷକ ଗାଁ ଦାଣ୍ଡରେ ହେଉ କି ଭାଗବତ ଟୁଙ୍ଗୀରେ ପୁରାଣ ଶୁଣିବାକୁ ବସିଯାଉଥିଲା। ସେତେବେଳେ ବଳରାମଙ୍କ ପୁରାଣ ପଢ଼ା ବେଶ୍ ଜମୁଥିଲା। କେବଳ ସରକଣା କାହିଁକି, ଆଖପାଖ ଅଞ୍ଚଳରୁ ଡାକରା ଆସୁଥିଲା ବଳରାମଙ୍କୁ। ପୁରାଣର ଭଲ ଭଲ ଅଧ୍ୟାୟ ପାଳି ପଡ଼ିଲେ ବଳରାମଙ୍କୁ ଖୋଜା ପଡ଼ୁଥିଲା। ପାଲା ଓ ଦାସକାଠିଆ ଦେଖିବାକୁ ଯେମିତି ଲୋକଙ୍କ ଭିଡ଼ ହେଉଥିଲା, ବଳରାମଙ୍କ ପୁରାଣ ପଢ଼ା ଶୁଣିବାକୁ ସେମିତି ଲୋକେ ଆଗ୍ରହରେ ଏକାଠି ହେଉଥିଲେ। ସେତେବେଳେ ପୁରାଣ ପଢ଼ାକୁ ନେଇ ପ୍ରତିଯୋଗିତା ହେଉଥିଲା। ପ୍ରଥମ ପୁରସ୍କାର ଥିଲା ବଳରାମଙ୍କର। କିନ୍ତୁ ଆଜି ସେ ସମୟ ନାହିଁ। ବହୁ ଗାଁରେ ପୁରାଣ ପଢ଼ା ବନ୍ଦ ହୋଇଗଲାଣି। କିନ୍ତୁ ନିଜ ଗାଁରେ ବଳରାମ ପୁରାଣ ପଢ଼ା ଜାରି ରଖିଛନ୍ତି। ଭଗବତୀ ମନ୍ଦିର ବେଢ଼ାରେ ସେ ପୁରାଣ ପଢ଼ୁଛନ୍ତି ଏବଂ କମ୍ ସଂଖ୍ୟାରେ ହେଲେ ବି ଲୋକେ ଶୁଣୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/23/untitled-19-2025-12-23-08-51-10.jpg)