New Year: କ୍ୟାଲେଣ୍ଡର ବର୍ଷ-୨୦୨୫ର ଶେଷଦିନରେ ୨୦ଲକ୍ଷର ଆମିଷ କାରବାର, ଭୋଜିଭାତର ଆସର

Advertisment

ଆଜି ହେଉଛି ଚଳିତ ବର୍ଷର ଶେଷ ଦିନ। ରାତି ପାହିଲେ ଧରାପୃଷ୍ଠରେ ପାଦ ଥାପିବ ନୂଆବର୍ଷର ନୂତନ ସକାଳ। ଏଥିପାଇଁ ଲୋକଙ୍କ ମନରେ ନୂଆ ଆଶା ନୂଆ ଉଦ୍ଧୀପନା। ନୂଆବର୍ଷକୁ ଧୁମଧାମର ସହ ପାଳନ କରିବାକୁ ନାଚଗୀତର ଆୟୋଜନ କରାଯାଇଛି।

ଆଜି ହେଉଛି ଚଳିତ ବର୍ଷର ଶେଷ ଦିନ। ରାତି ପାହିଲେ ଧରାପୃଷ୍ଠରେ ପାଦ ଥାପିବ ନୂଆବର୍ଷର ନୂତନ ସକାଳ। ଏଥିପାଇଁ ଲୋକଙ୍କ ମନରେ ନୂଆ ଆଶା ନୂଆ ଉଦ୍ଧୀପନା। ନୂଆବର୍ଷକୁ ଧୁମଧାମର ସହ ପାଳନ କରିବାକୁ ନାଚଗୀତର ଆୟୋଜନ କରାଯାଇଛି।

09e0ed7b-c168-490a-9824-2600928baebb

ନବରଙ୍ଗପୁର: ଆଜି ହେଉଛି ଚଳିତ ବର୍ଷର ଶେଷ ଦିନ। ରାତି ପାହିଲେ ଧରାପୃଷ୍ଠରେ ପାଦ ଥାପିବ ନୂଆବର୍ଷର ନୂତନ ସକାଳ। ଏଥିପାଇଁ ଲୋକଙ୍କ ମନରେ ନୂଆ ଆଶା ନୂଆ ଉଦ୍ଧୀପନା। ନୂଆବର୍ଷକୁ ଧୁମଧାମର ସହ ପାଳନ କରିବାକୁ ନାଚଗୀତର ଆୟୋଜନ କରାଯାଇଛି। ଘଣ୍ଟା କଣ୍ଟାର ଗତି ଯେତେ ଆଗକୁ ବଢ଼ୁଛି, ହୃଦ୍‌ସ୍ପନ୍ଦନ ସେତେ ତୀବ୍ର ହେଉଛି। ଘରେ ଆଉ ମନ ଲାଗୁନି। ଘର ଓ ସହରର ଚାକଚକ୍ୟଠୁ ଦୂରେଇ ରହି କିଏ ପ୍ରକୃତି କୋଳରେ ବନ୍ଧୁମାନଙ୍କ ସାଙ୍ଗେ ବଣଭୋଜିରେ ମାତିଛି ତ ଆଉ କିଏ ପରିବାର ସହ ପର୍ଯ୍ୟଟନସ୍ଥଳୀ ବୁଲୁଛି। ପୁରୁଣା ବର୍ଷର ଶେଷ ମୁହୂର୍ତଗୁଡ଼ିକୁ ସ୍ମରଣୀୟ କରିବା ପାଇଁ ମସଗୁଲ ହୋଇଛି ସାରା ସହର। ପୁଣି ଅନେକ ନୂଆବର୍ଷକୁ ଟିକେ ନିଆରା ଢଙ୍ଗରେ ସ୍ୱାଗତ କରିବା ଓ 'ଜିରୋ ନାଇଟ୍‌'ରେ ମଜ୍ଜିଯିବାକୁ ଚାହିଁ ବସିଛନ୍ତି। ଶୁଭେଚ୍ଛା ବାର୍ତ୍ତା ଓ ନିଆରା ଉପହାର ଦେଇ ମଧ୍ୟ ବନ୍ଧୁତ୍ବର ସ୍ମୃତିକୁ ଅନେକ ତାଜା ରଖୁଛନ୍ତି। ସୋସିଆଲ୍‌ ମିଡିଆ ‌ଚଳଚଞ୍ଚଳ ହେବା ପରଠୁ ଗ୍ରିଟିଙ୍ଗ୍‌ କାର୍ଡ ହଜିଯାଇଛି।

ନୂଆବର୍ଷରେ ପ୍ରଭୁଙ୍କ ଦର୍ଶନ ସହ ନୂଆ ସକାଳୁ ନୂଆ ସଂକଳ୍ପ ନେଇ ଦିନ ଆରମ୍ଭ କରିବାକୁ ଅନେକେ ନୂଆ ନୂଆ ଯୋଜନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜଗନ୍ନାଥ ମନ୍ଦିରରୁ ନେଇ ଚର୍ଚ୍ଚ ସବୁଠି ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିସହ ସାହି ଗଳିକନ୍ଦିରେ ଥିବା ପ୍ରମୁଖ ମନ୍ଦିରଗୁଡ଼ିକୁ ଆଲୋକମାଳାରେ ସଜାଯାଇଛି। ହୋଟେଲ୍‌ ଓ ବିଲ୍‌ଡିଂକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି। କିଛି ସାହି, କଲୋନି ଗୁଡ଼ିକରେ ମଧ୍ୟ ସ୍ବତନ୍ତ୍ର ଭୋଜିର ଆୟୋଜନ ସହ ପ୍ରତିଯୋଗିତା ଓ ନାଚଗୀତର ଆସର ପାଇଁ ପ୍ରସ୍ତୁତି ହୋଇସାରିଛି। କ୍ୟାମ୍ପପାଇର୍ କରି ଡିଜେ ସହ ନାଚ ଗୀତ ବି ଆୟୋଜନ କରାଯାଇଛି।

6dc98ce3-c6fc-4087-b775-56d13a44dfee

ସେଭଳି କିଛି ଯୁବବର୍ଗ ବାଇକରେ ରାତି ୧୨ଟା ପରେ ହ୍ୟାପି ନ୍ୟୁ ଇୟର କହି ହର୍ଣ୍ଣ ବଜାଇ ସହର ମଧ୍ୟରେ ବୁଲୁଥିବା ବେଳେ ଆଉ କିଛି ଯୁବକମାନେ ଆତସବାଜୀ ପୁଟାଇଥିବା ଦେଖିବାକୁ ମିଳିଥିଲା। ଏପରିକି କିଛି ବେସରକାରୀ ଅନୁଷ୍ଠାନ ସହ ହୋଟେଲରେ ଜିରୋନାଇଟ୍ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି।

ଆହୁରି ପଢ଼ନ୍ତୁ: Online Delivery Workers Strike: ଜିରୋ ନାଇଟ୍ ସେଲିବ୍ରେସନ ଆଗରୁ ଧର୍ମଘଟର ଚେକ୍ ! ଜାଣନ୍ତୁ କଣ ରହିଛି ଡେଲିଭରି ବୟଙ୍କ ଦାବି...

ଜମିଲା ବଣଭୋଜି

ଏଥର ନୂଆବର୍ଷ ଗୁରବାର ଥିବାରୁ ନବରଂଗପୁର ଜିଲ୍ଲା ଘୁମରେଶ୍ବର, ପୋଡାଗଡ, ଚନ୍ଦନଧାରା ସହ ବିଭିନ୍ନ ପିକନିକ୍ ସ୍ଥାନ ଆଦି  ସବୁଠି ଏବେ ଭୋଜିର ଭିଡ଼। ତା ସାଙ୍ଗକୁ ଆଜି ବିଭିନ୍ନ ହୋଟେଲ ଗୁଡିକରେ ବି ବିଭିନ୍ନ ଖାଦ୍ୟ ଉପରେ ସ୍ବତନ୍ତ୍ର ରିହାତି ରଖିଥିବା ଦେଖିବାକୁ ମିଳିଥିଲା। ବୁଧବାର ସହରରେ ୨୦ଲକ୍ଷର ଛେଳି, କୁକୁଡା ମାଂସର ବ୍ୟବସାୟ ହୋଇଛି। ଖାସ୍ କରି ଛେଳି ମାଂସଓ ଦେଶୀ କୁକୁଡାର ଚାହିଦା ଆଧକା ଦେଖିବାକୁ ମିଳିଥିଲା। ପୁଲିସ ପକ୍ଷରୁ ରାତ୍ର ତମାମ ପାଟ୍ରୋଲିଂର ବ୍ୟବସ୍ଥା କରାଯିବା ସହ ବିଭିନ୍ନ ଛକରେ ପୁଲିସ ମୁତୟନ କରାଯିବ ବୋଲି  କହିଛନ୍ତି ଟାଉନଥାନା ଅଧିକାରୀ ସମ୍ବିତ ବେହେରା।

ଆହୁରି ପଢ଼ନ୍ତୁ: Accident: ଅଜଣା ଗାଡି ଧକ୍କାରେ ଯୁବକ ମୃତ, ଜଣେ ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe