NHRC notice to Nabarangpur collector. Photograph: (sambad.in)
ନବରଙ୍ଗପୁର: କୋଡିଙ୍ଗା ଥାନା ଅର୍ନ୍ତଗତ ବାଙ୍କୁଲି ଗାଁର ର୍ସ୍ବଗତ ମାରୁ ଭତରାଙ୍କ ୪ପୁଅ ରତନ ଭତରା, ଅର୍ଜୁନ ଭତରା, ପତି ଭତରା, ପଦଲାମ ଭତରା, ସ୍ଵର୍ଗତ କୁଶ ଭତରାଙ୍କ ଦୁଇ ପୁଅ ଡମୁ ଭତରା, ସ୍ବର୍ଗତ କୁଶ ଭତରାଙ୍କ ପୁଅ ସଦା ଭତରା ଏଭଳି ଛଅ ଭାଇଙ୍କ ୧୫ ଗୋଟି ପରିବାରର ୭୫ ଜଣ ସଦସ୍ୟଙ୍କୁ ଗତ ମାସକ ହେବ ସାମାଜିକ ବାସନ୍ଦ କରାଯାଇଛି ବୋଲି ପରିବାରର ୧୦ଜଣ ସଦସ୍ୟ ଗତ ୧୨ତାରିଖ ସଂଧ୍ୟାରେ ଏସପି ଏମ୍ ସମ୍ପଦ ସମ୍ପତ୍ତଙ୍କୁ ଭେଟି ଅଭିଯୋଗ କରିଥିଲେ। ଏହି ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ମାନବାଧିକାର କର୍ମୀ ଅନୁପ ପାତ୍ର ଜାତୀୟ ମାନବିକ ଅଧିକାର କମିସନ(ଏନଏଚଆରସି)ରେ ମାମଲା ଦାଖଲ କରିଥିଲେ। ଏନଏଚଆରସି ଏହି ଘଟଣାକୁ ନେଇ ମାମଲା ରୁଜୁ କରିବା ସହ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛି। ସମ୍ପୁର୍ଣ୍ଣ ଘଟଣାର ତଦନ୍ତ କରି ରିପୋର୍ଟ ଏନଏଚଆରସି ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି।
ଜମିଜମା ମାମଲା
ର୍ସ୍ବଗତ ସୁକୁଳ ଭତରାଙ୍କ ନାଁରେ ୨୦ଏକର ଜମି ରହିଛି। ତାଙ୍କର ୪ପୁଅ ସ୍ବର୍ଗତ ମାରୁ, ସ୍ବର୍ଗତ ଲକ୍ଷ୍ମୀଧର, ସ୍ବର୍ଗତ ସମ୍ଭାରୁ ଓ ସ୍ବର୍ଗତ ବୁଟି। ସ୍ବର୍ଗତ ମାରୁଙ୍କ ୪ପୁଅ ରତନ, ଅର୍ଜୁନ, ପତି, ପଦଲାମ,ଏବଂ ସ୍ବର୍ଗତ ଲକ୍ଷ୍ମୀଧରଙ୍କ ଦୁଇ ପୁଅ ଡମୁ ଓ ସ୍ବର୍ଗତ କୁଶ। ଅନ୍ୟ ଦୁଇ ଭାଇ ସ୍ବର୍ଗତ ସମ୍ଭାରୁ ଓ ସ୍ବର୍ଗତ ବୁଟିଙ୍କର କେହି ପିଲା ଛୁଆ ନାହାନ୍ତି। ଅପରପକ୍ଷରେ କୋଟାଗାଁର ଜୈନେକ ବ୍ୟକ୍ତି ଜାଲ୍ ଆଧାରକାର୍ଡ, ଭୋଟର ପରିଚୟପତ୍ର ଏବଂ ଜମି ପଟା ମୃତ ସମ୍ବାରୁଙ୍କ ନାଁରେ କରି ଦୀର୍ଘ ଦିନ ହେବ ଜମି ଗୁଡିକ ତାଙ୍କର ବୋଲି ଦାବି କରି ଆସୁଛି। ଏ ନେଇ ଉଭୟ ପକ୍ଷର ଜମି ଜମା ମାମଲା ନବରଙ୍ଗପୁର ସିଭିଲ ଜଜ୍ କୋର୍ଟରେ ବିଚାରାଧୀନ ରହିଛି। ଗତ ମେ’ମାସରେ ଉକ୍ତ ବ୍ୟକ୍ତି ଜଣକ ବାଙ୍କୁଲି ଗାଁର କିଛି ବ୍ୟକ୍ତିଙ୍କୁ ହାତରେ କରି ଏମାନଙ୍କୁ ଗାଁରୁ ପ୍ରଥମେ ବାସନ୍ଦ କରାଇଥିଲେ।
ଆହୁରି ପଢ଼ନ୍ତୁ: Islamabad Blast, Pakistan PM Blame India: ପାଗଳ ହେଲା ପାକିସ୍ତାନ, କାମ କରୁନି ଶେହବାଜଙ୍କ ମୁଣ୍ଡ ! ବିନା ପ୍ରମାଣରେ ଭାରତକୁ ସିଧା ନିଶାନା…
ହତ୍ୟା ଧମକ ଅଭିଯୋଗ
ଗତ ଜୁନ ୧୦ତାରିଖ ଦିନ ଅଚାନକ ଭାବେ ଜମିରେ ମାଡ଼ି ବସି ଟ୍ରାକ୍ଟର ଲଗାଇ ଧାନ ବିହନ ବୁଣିବା ସହ ଜମିକୁ ଗଲେ ହତ୍ୟା କରିବାକୁ ଧମକ ମିଳିଥିବା ଅଭିଯୋଗ ହୋଇଛି। ଭୋର ସମୟରେ ଉଠି ଘର ନିକଟରେ ଥିବା ନଳକୂଅରୁ ପାଣି ନେଇ ନିତ୍ୟବ୍ୟବହାର କରୁଛନ୍ତି। ମାସକ ହେବ ଗାଧେଇବା ଭୁଲି ଯାଇଛନ୍ତି। ଗାଁ ମଧ୍ୟକୁ ମଧ୍ୟ ପ୍ରବେଶ କରିବାକୁ ଏହି ପରିବାର ସମସ୍ତ ସଦସ୍ୟଙ୍କୁ ମନା କରିବା ସହ ତାଙ୍କ ସହ କେହି କଥା ହେଲେ ୫୦୦ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ପାତୱା ଜାରି କରିଥିଲେ। ଗତ ଜୁନ ୧୦ତାରିଖ ଦିନ ହେବ କୋଡିଙ୍ଗା ଥାନାରେ ଏତଲା ଦେବା ପରେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଏମାନେ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। କୋଡିଙ୍ଗା ଥାନା ଅଧିକାରୀ ଏହା ପରେ ମାମଲାର ତଦନ୍ତ କରିଥିଲେ। ଏନଏଚଆରସି ଦେଇଥିବା ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ସ୍ବେଚ୍ଛାସେବୀ ମୁନା ତ୍ରିପାଠୀ।
ଆହୁରି ପଢ଼ନ୍ତୁ: Barcode Vs QR Code: ‘ବାର୍’ କୋଡ୍ କଣ ଏବଂ ‘କ୍ୟୁ ଆର୍’ କୋଡ୍ କଣ ? ଦୁଇଟି ଭିତରେ ଫରକ କଣ ଜାଣନ୍ତି କି ?
Follow Us