ନବରଙ୍ଗପୁର: ଗତବର୍ଷ ଅକ୍ଟୋବର ମାସ ୩ତାରିଖ ଦିନ ନବରଙ୍ଗପୁର ଥାନା ଅର୍ନ୍ତଗତ ପାପଡାହାଣ୍ତି ଏନଏଚ ୨୦୬ରେ ତାରାଗାଁ ନିକଟରେ ତିନି ବାଇକ୍ ମଧ୍ୟରେ ଆଗ ପଛ ଧକ୍କା ହୋଇ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ମା’ ନନ୍ଦେଇ ଜାନୀର ମୃତ୍ୟୁ ପ୍ରଥମେ ହୋଇଥିବା ବେଳେ ବାପା ମୁକୁନ୍ଦ ଜାନୀର ମୃତ୍ୟୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା। ଏମାନଙ୍କ ସହ ଦୁର୍ଘଟଣା ବେଳେ ସାଙ୍ଗରେ ଥିବା ପୁଅ ଚିଣ୍ଟୁ ଜାନୀ ଓ ଝିଆରୀ ରଷଣୀ ଜାନୀ ସାମାନ୍ୟ ଆହତ ହୋଇଥିଲେ।
ମା’ ଓ ବାପାଙ୍କର ମୃତ୍ୟୁ ପରେ ତିନି ବର୍ଷର ଚିଣ୍ଟୁ ଏବେ ଅନାଥ। ଯଦିଓ ଏବେ ଦାଦାଙ୍କ ନିକଟରେ ଚିଣ୍ଟୁ ରହିଛି। ବାପା ଓ ମା ନବରଙ୍ଗପୁର ପୌରପାଳିକାରେ ସଫେଇ କର୍ମଚାରୀ। ନିଜର ବୋଲି ଘର ଖଣ୍ଡିକ ବି ନାହିଁ। କମ୍ ଦରମାରେ ଉଭୟ କାମ କରି ବଂଚୁଥିଲେ। ତେବେ ଏହି ଦୁର୍ଘଟଣାଟି ଚିଣ୍ଟୁ ପାଇଁ କଳାବାଦଲ ସାଜିଛି।
ଆହୁରି ପଢ଼ନ୍ତୁ: ୭୫ ବର୍ଷର ରାଜତନ୍ତ୍ର ପରମ୍ପରା: ୧୨ ପ୍ରଧାନୀଙ୍କୁ ସମ୍ମାନିତ କଲେ ସୁକିନ୍ଦାଗଡ଼ ରାଜା
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ସୂଚନା
ଏମାନଙ୍କ ମୃତ୍ୟୁ ଖବର ଶୁଣି ସଂଧ୍ୟାରେ ବିଧାୟକ ଗୌରୀଶଙ୍କର ମାଝୀ, ପୌରଅଧ୍ୟକ୍ଷ କୁନୁ ନାୟକ, କାଉନସିଲର ଏ ସତୀଶ ମୁକୁନ୍ଦଙ୍କ ଭାଇଙ୍କ ନିକଟକୁ ଯାଇ ଶୋକପ୍ରକାଶ କରିବା ସହ ଶେଷକୃତ୍ୟ ସମ୍ପନ୍ନ ପାଇଁ ଆର୍ଥିକ ସହାୟତା ଦେବା ସହ ସମସ୍ତ ସହଯୋଗକରିବାକୁ ପ୍ରତିଶ୍ରୃତି ଦେଇଥିଲେ। ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ବି କିଭଳି ସହଯୋଗ ମିଳପାରିବ ସେ ଦିଗରେ ସେ ପ୍ରୟାସ କରିବେ ବୋଲି ସମ୍ବାଦକୁ କହିଥିଲେ। ବିଧାୟକ ଶ୍ରୀ ମାଝୀ ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮ଲକ୍ଷ ଦେବାକୁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଡ. ସ୍ବାଇଁ ଏହିଚିଠି ସହ ନିଜେ ରାଜ୍ୟ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଟଙ୍କା ମଞୁର କରି ଦେବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଅନୁମୋଦନ କରିଛନ୍ତି। ଜିଲ୍ଲା ଜରୁରୀ ବିଭାଗରୁ ସୂଚନା ମିଳିଛି। ଚିଣ୍ଟୁର ପରିବାରବର୍ଗକୁ ଏହି ଟଙ୍କାର ଚେକ୍ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ: BJP TMC Clash: ଅଭିଷେକଙ୍କ ମାନସିକ ଅବସ୍ଥା ଭଲ ନାହିଁ, ସେ ଚପଲ ଛାଡି ପଳାଉଛନ୍ତି, ବିଜେପିର ଟାର୍ଗେଟ
Follow Us