ନବରଙ୍ଗପୁର (ସୁରେଶ ନାଇଡୁ): ମଣ୍ଡି ସରିବ। ଗଣତି ଆରମ୍ଭ। ତଥାଫି ସ୍ଥିତି ସ୍ବାଭାବିକ ହୋଇପାରିନି। ଗତ ସାଢ଼େ ଦୁଇ ମାସ ହେବ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏକ ଲକ୍ଷ ୫ହଜାର ୨୮୩କ୍ବିଣ୍ଟାଲ ଧାନ ପଡିଛି। ମଣ୍ଡିଆରମ୍ଭରୁ ହିଁ ଚନ୍ଦାହାଣ୍ଡି, ରାଇଘର, ବଡଆମ୍ବଡା, ସରୁଗୁଡା ମଣ୍ଡିରୁ ଧାନ ଉଠି ପାରୁନି। ସରୁଗୁଡା ମଣ୍ଡିରେ ମିଲର୍ସ ମାନେ କଟନିଛଟନି କୁଇଣ୍ଟାଲ ପିଛା ୧୫କିଲୋ କାଟିବାକୁ ବାଧ୍ୟ କରୁଛନ୍ତି। ଏଭଳି ଅଭିଯୋଗ ଚାଷୀ ମାନେ ନବରଙ୍ଗପୁରରେ ହେଉଥିବା ଅଭିଯୋଗ ଶୁଣାଣୀକୁ ଆସି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ନିକଟରେ କରିଥିଲେ। ଜିଲ୍ଲାପାଳ ସିଏସଓ ଦେବାଶିଷ ମହାନ୍ତିଙ୍କୁ ଡାକି ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ କହିଥିଲେ। ସମସ୍ତ ଚାଷୀଙ୍କ ଧାନ ଯେଭଳି ଉଠିବ ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଗତ ଜାନୁଆରି ମାସରୁ ଦିବାକର ନାୟକ, ଲକ୍ଷ୍ମୀଧର ହରିଜନ, ଭାସ୍କାର ଚନ୍ଦ୍ର ବାରିକ, ଟଙ୍କଧର ମାଝୀ, ଝାଡେଶ୍ବର ରଥ, ରାମ ଚନ୍ଦ୍ର ନାୟକ, ନିରଂଞନ ରଥ, ମୁରଲୀ ନାୟକ, ଅମିତ ନାୟକ ପ୍ରମୁଖ ଚାଷୀଙ୍କର ଧାନ ଗତ ଜାନୁଆରୀ ମାସରୁ ସରୁଗୁଡା ମଣ୍ଡିରେ ପଡି ରହିଛି। ଟୋକନ୍ ଲ୍ୟାପସ୍ ହେବା ସହ ନୂଆ ବି ମିଳିଛି। ମଣ୍ଡିରେ ୨୩୧୬କ୍ବିଣ୍ଟାଲ ପଡି ରହିଛି ବୋଲି ଚାଷୀ ନେତା ବୃନ୍ଦାବନ ତ୍ରିପାଠୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଜିଲ୍ଲାରେ ତିନି ପର୍ଯ୍ୟାୟରେ ୨୫,୮୮,୦୦୦ କ୍ବିଣ୍ଟାଲ ଧାନ କିଣାଯିବା ଲକ୍ଷ୍ୟ ମିଳିଛି। ୫୮ଟି ମଣ୍ଡିରେ ୫୨ଟି କ୍ରୟକାରୀ ସଂସ୍ଥା ଜରିଆରେ ୪୦,୪୬୬ଜଣ ଚାଷୀଙ୍କ ଠାରୁ ୨୨ଲକ୍ଷ ୧୫ହଜାର୮୬୫ କ୍ବିଣ୍ଟାଲ ଧାନ କିଣାଯାଇଛି ବୋଲି କହିଛନ୍ତି ସିଏସଓ। ବିଭିନ୍ନ ମଣ୍ଡିରୁ ୨୧ଲକ୍ଷ୧୦ହଜାର ୫୮୨ କ୍ବିଣ୍ଟାଲ ଉଠିଥିବା ବେଳେ ବଳକା ଧାନ ଉଠିପାରନି ବୋଲି କହିଛନ୍ତି ସିଏସଓ । ୮୧ମିଲର୍ସ ୨୦ଲକ୍ଷ ୩୮ହଜାର ୩୯୬କ୍ବିଣ୍ଟାଲ ଧାନ ଗ୍ରହଣ କରିଛନ୍ତି।
ଚନ୍ଦାହାଣ୍ଡି ବ୍ଲକରେ ୫୫୫୪ଚାଷୀଙ୍କଠାରୁ ୨,୫୭,୧୦୦କ୍ବିଣ୍ଟାଲ କିଣିବା ଲକ୍ଷ୍ୟଥିଲା। ୩୨୯୫ଚାଷୀଙ୍କଠାରୁ ୧,୫୮,୬୮୬କ୍ବିଣ୍ଟାଲ କିଣାଯାଇଛି। ୨୮,୭୪୬କ୍ବିଣ୍ଟାଲ ମଣ୍ଡିରେ ପଡିଛି। ଝରିଗାଁରେ ୨୯୩୭ଚାଷୀଙ୍କଠାରୁ ୧,୫୫,୮୦୦କ୍ବିଣ୍ଟାଲ କିଣିବା ଲକ୍ଷ୍ୟରୁ ୨୨୪୪ଜଣଙ୍କଠାରୁ ୧,୩୦,୬୯୦କ୍ବିଣ୍ଟାଲ କିଣାଯାଇଛି। ୧୧,୯୯୫କ୍ବିଣ୍ଟାଲ ମଣ୍ଡିରେ ପଡିଛି। ରାଇଘରରେ ୪୫୫୫ଚାଷୀଙ୍କଠାରୁ ୨,୧୨,୧୦୦କ୍ବିଣ୍ଟାଲ କିଣିବା ଲକ୍ଷ୍ୟରୁ ୩୧୨୬ଜଣଙ୍କଠାରୁ ୧,୭୦,୫୫୪କ୍ବିଣ୍ଟାଲ କିଣାଯାଇଛି। ୧୮,୪୧୪କ୍ବିଣ୍ଟାଲ ମଣ୍ଡିରେ ପଡିଛି। ଉମରକୋଟରେ ୪୦୪୨ଚାଷୀଙ୍କଠାରୁ ୨,୨୨, ୮୦୦କ୍ବିଣ୍ଟାଲ କିଣିବା ଲକ୍ଷ୍ୟରୁ ୩୩୪୦ଚାଷୀଙ୍କଠାରୁ ୨,୦୫,୬୨୫କ୍ବିଣ୍ଟାଲ କିଣାଯାଇଛି। ୪ହଜାର୪୯୭କ୍ବିଣ୍ଟାଲ ମଣ୍ଡିରେ ପଡିଛି। ଉମରକୋଟ ପୌରାଂଚଳରେ ୭୬୬ଚାଷୀଙ୍କଠାରୁ ୪୭ହଜାର କ୍ବିଣ୍ଟାଲ କିଣିବା ଲକ୍ଷ୍ୟରୁ ୬୨୪ଚାଷୀଙ୍କଠାରୁ ୪୨,୯୨୦କ୍ବିଣ୍ଟାଲ କିଣାଯାଇଛି। ଡାବୁଗାଁରେ ୨୮୫୬ଚାଷୀଙ୍କଠାରୁ ୧,୬୪,୬୦୦କ୍ବିଣ୍ଟାଲ କିଣିବା ଲକ୍ଷ୍ୟରୁ ୨୫୨୩ଚାଷୀଙ୍କଠାରୁ ୧,୫୦,୨୯୩କ୍ବିଣ୍ଟାଲ କିଣାଯାଇଛି।
ଆହୁରି ପଢ଼ନ୍ତୁ: Firing: ସୁନା ଦୋକାନର କର୍ମଚାରୀଙ୍କୁ ଗୁଳିମାଡ଼
ମଣ୍ଡିରେ ୧୧୫କ୍ବିଣ୍ଟାଲ ଧାନ ପଡିଛି। ପାପଡାହାଣ୍ଡିରେ ୬୯୧୪ଚାଷୀଙ୍କଠାରୁ ୩ଲକ୍ଷ ୩୫ହଜାର ୬୦୦କ୍ବିଣ୍ଟାଲ କିଣିବା ଲକ୍ଷ୍ୟରୁ ୫୬୨୫ଚାଷୀଙ୍କ ଠାରୁ ୨ଲକ୍ଷ ୮୧ହଜାର ୯୩୦କ୍ବିଣ୍ଟାଲ କିଣାଯାଇଛି। ମଣ୍ଡିରେ ୧୧୩୫୩କ୍ବିଣ୍ଟାଲ ଧାନ ପଡିଛି। କୋଷାଗୁମୁଡାରେ ୮୬୮୬ଚାଷୀଙ୍କଠାରୁ ୪ଲକ୍ଷ ୩୧ହଜାର ୫୦୦କ୍ବିଣ୍ଟାଲ କିଣିବା ଲକ୍ଷ୍ୟରୁ ୬୭୨୧ଚାଷୀଙ୍କ ଠାରୁ ୩ଲକ୍ଷ ୮୨ହଜାର ୫୫୧କ୍ବିଣ୍ଟାଲ କିଣାଯାଇଛି। ମଣ୍ଡିରେ ୨୫୦୬୪କ୍ବିଣ୍ଟାଲ ଧାନ ପଡିଛି। ନବରଙ୍ଗପୁରରେ ୩୭୯୧ଚାଷୀଙ୍କଠାରୁ ୨,୦୧,୭୦୦କ୍ବିଣ୍ଟାଲ କିଣିବା ଲକ୍ଷ୍ୟରୁ ୩୩୨୭ଚାଷୀଙ୍କ ଠାରୁ ୧,୭୭,୬୭୭କ୍ବିଣ୍ଟାଲ କିଣାଯାଇଛି। ମଣ୍ଡିରେ ୪୧୧କ୍ବିଣ୍ଟାଲ ଧାନ ପଡିଛି। ନବରଙ୍ଗପୁର ପୌରପାଳିକାରେ ୧୧୫୯ଚାଷୀଙ୍କଠାରୁ ୮୨ହଜାରକ୍ବିଣ୍ଟାଲ କିଣିବା ଲକ୍ଷ୍ୟରୁ ୧୧୧୨ଚାଷୀଙ୍କଠାରୁ ୭୬,୯୧୮କ୍ବିଣ୍ଟାଲ କିଣାଯାଇଛି। ମଣ୍ଡିରେ ୭୫କ୍ବିଣ୍ଟାଲ ଧାନ ପଡିଛି। ନନ୍ଦାହାଣ୍ଡିରେ ୪୮୦୬ଚାଷୀଙ୍କ ଠାରୁ ୨,୭୪,୫୦୦କ୍ବିଣ୍ଟାଲ କିଣିବା ଲକ୍ଷ୍ୟରୁ ୪୩୩୭ଚାଷୀଙ୍କ ଠାରୁ ୨,୪୮,୧୬୬କ୍ବିଣ୍ଟାଲ କିଣାଯାଇଛି। ମଣ୍ଡିରେ ୪୪୩୬କ୍ବିଣ୍ଟାଲ ଧାନ ପଡିଛି। ତେନ୍ତୁଳିଖୁଣ୍ଟିରେ ୪୬୦୩ଚାଷୀଙ୍କ ଠାରୁ ୨,୦୩,୩୦୦କ୍ବିଣ୍ଟାଲ କିଣିବା ଲକ୍ଷ୍ୟରୁ ୪୧୯୨ଚାଷୀଙ୍କ ଠାରୁ ୧,୮୯,୮୪୯କ୍ବିଣ୍ଟାଲ କିଣାଯାଇଛି। ମଣ୍ଡିରେ ୧୭୨ କ୍ବିଣ୍ଟାଲ ଧାନ ପଡିଛି।
Follow Us